ଯାଜପୁର : ଶକ୍ତିପୀଠ ଭିତରେ ବିରଜାଙ୍କ ପୀଠ ଅନ୍ୟତମ l ଯେଉଁ ଠାରେ ରଥଯାତ୍ରା ହୁଏ l ଏ ନୀତି ଅନ୍ୟ କେଉଁ ଦେବୀ ପୀଠରେ ଦେଖିବାକୁ ମିଳେ ନାହିଁ।ଏହି ନୀତି ମାଙ୍କ ପୀଠରେ ନଅ ଦିନ ଧରି ହୋଇଥାଏl ରଥ ଉପରେ ମାଙ୍କ ଚଳନ୍ତି ପ୍ରତିମା ବିରଜାମାନ କରି ମନ୍ଦିର ଚାରିପାଖରେ ବିଜୟା ରଥରେ ବସି ପରିକ୍ରମା କରନ୍ତି l ମା ବିରଜାଙ୍କ ରଥର ସାରଥୀ ହେଉଛନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମl l ମାଙ୍କ ରଥରେ ବିରଜାମାନ କରନ୍ତି ନବଗ୍ରହ, ଦଶ ଅବତାର l ଜଗତ ମଙ୍ଗଳ ପାଇଁ ମା ନଅ ଦିନ ପାଇଁ ରଥରେ ବିରଜାମାନ କରନ୍ତି l ବିଶ୍ୱାସ ଅଛି ଯେ ମା ବିରଜାଙ୍କୁ ରଥରେ ଦର୍ଶନ କଲେ କୋଟିପୂର୍ଣ୍ଣ ମିଳେ l କେବଳ ଯାଜପୁର ସହର ନୁହେଁ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଅଂଚଳରୁ ବହୁ ଶ୍ରଦ୍ଧାଳୁ ମାଙ୍କୁ ରଥ ଉପରେ ଦର୍ଶନ କରନ୍ତି l
ଏବେ ମା ବିରଜାଙ୍କ ଶାରଦୀୟ ଦୂର୍ଗାତ୍ସବ ପାଇଁ ମା ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ପରମ୍ପରା ଅନୁସାରେ ଶୁଭ ସୁନିଆ ଦିନଠାରୁ ବିଜୟା ରଥର ଶୁଭାରମ୍ଭ କରାଯାଇଥାଏ l ପ୍ରଥମ ମାଙ୍କ ପାଖରୁ ଆଜ୍ଞା ମାଳ ପ୍ରଦାନ କରାଯିବା ପରେ ପାଳିଆ ସେବାୟତମାନେ ନିଷ୍ଠାର ସହିତ ସୁନାଖଳାରେ ପୂଜାକାର୍ଯ୍ୟ ସମାପନ କରିଥାନ୍ତି l ମା ବିରଜାଙ୍କ ରଥରେ 898 କାଠ ଲାଗିଥାଏ l ରଥର ଲମ୍ବ 21ଫୁଟ 3ଇଞ୍ଚ, ରଥର ଓସାର 17ଫୁଟ 3ଇଞ୍ଚ, ଓ ରଥର ଉଚ୍ଚତା 55ଫୁଟ ହୋଇଥାଏ l 13ଥାକ ଓ 12ଟା ଚକ ଲାଗିଥାଏ l ନାଲ, ହଳଦୀ ଓ ସବୁଜ ରଙ୍ଗର କପଡା ଲାଗେ ରଥରେ l
ଯାଜପୁରରୁ ମଧୁସ୍ମିତା ମହାନ୍ତିଙ୍କ ରିପୋର୍ଟ…..