ଭୁବନେଶ୍ୱର : ପୁଣି ଥରେ ଆଜି ନେତାଙ୍କ ଉପରେ ପଡିଛି ସିବିଆଇ ଛାଟ । ଅନେକ ଦିନର ନୀରବତା ପରେ ଆଜି ସିବିଆଇ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ବାସ ଭବନରେ ପହଞ୍ଚିଥିଲେ । ଦୀର୍ଘ ୩ ଘଣ୍ଟାର ପଚରା ଉଚରା କରିଥିଲେ । ଏବେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଉଭୟ କଂଗ୍ରେସ ଓ ବିଜେପି କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ଦେଖିବାକୁ ମିଳୁଛି। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଏ ସବୁ କେଵଳ ଡ୍ରାମା ।୨୦୧୨- ୧୩ ମସିହାର ଘଟଣା ଏବେ ବାହାର କରାଯାଉଛି। ଉପନିର୍ବାଚନ ମୁଣ୍ଡ ଉପରେ ତେଣୁ ବିଜେପି ଏ ସବୁ କରୁଛି। ନବୀନ ସରକାର ଖରାପ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି । ଯେତେବେଳେ ଭୋଟ ଦରକାର ନବୀନ ପଟ୍ଟନାୟକଙ୍କ ସମର୍ଥନ ଦରକାର ପଡେ ।ଭୋଟ ସରିଲେ ତଣ୍ଟିଆ ମାରିବା ବିଜେପିର ଅଭ୍ୟାସ । ଏବେ ଦେବୀକୁ ତଣ୍ଟିଆ ଟେ ପକେଇଛନ୍ତି । ଅପରପକ୍ଷେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯିଏ ପାପ କରିଛି ତାର ଦଣ୍ଡ ବିଧାନ ହେବ । ତାର ଉପ ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ ।ସାଧାରଣ ଲୋକଙ୍କ ପଇସା ହଡ଼ପକାରୀଙ୍କୁ ଆଜି ନହେଲେ କାଲି ଦଣ୍ଡ ମିଳିବ । ଯିଏ ଯେମିତି କାମ କରିବ , ସେ ସେମିତି କା ପାଇବ ।