ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ଆରମ୍ଭ ହେବ ବିଧାନସଭା ଅଧିବେଶନ ।ଏହାକୁ ଆଖିଆଗରେ ରଖି ବିଧାୟକ ମାନଙ୍କ କୋରୋନା ଟେଷ୍ଟ କରାଯାଇଛି । ଏହି ମର୍ମରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଆଜି ନିଜର କରୋନା ଟେଷ୍ଟ କରିଛନ୍ତି l ବିଧାନସଭା ପରିସରରେ ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥାରେ ସେ ତାଙ୍କର କରୋନା ଟେଷ୍ଟ କରିଛନ୍ତି l ବାଚସ୍ପତି ନିର୍ଦେଶ ଅନୁସାରେ ସବୁ ବିଧାୟକ କରୋନା ଟେଷ୍ଟ କରିବାକୁ ବାଧ୍ୟ l ଆଜି ସକାଳୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଧାୟକ ପ୍ରତାପ ଦେବ, ସୁର ରାଉତରାୟ, ପ୍ରୀତି ରଞ୍ଜନ ଘଡ଼ାଇ , ସନ୍ତୋଷ ସିଂହ ସାଲୁଜା, ପରି ଅନେକ ବିଧାୟକ ନିଜର କରୋନା ଟେଷ୍ଟ କରିଛନ୍ତି l ତେବେ ଯେଉଁ ମାନଙ୍କ ନେଗେଟିଭ ରିପୋର୍ଟ ଆସିବ ସେମାନେ ବିଧାନସଭା ଅଧିବେଶନ ଯୋଗଦେବେ l