ଭୁବନେଶ୍ୱର : ବିଧାନସଭରେ ଆଜି ମୋଟ ସୁଦ୍ଧା 756 ଜଣଙ୍କର ହୋଇଛି କରୋନା ଟେଷ୍ଟ । 768ଜଣ ନାମ ପଞ୍ଜିକରଣ କରିଥିଲେ l ତେବେ 756ଜଣ ଟେଷ୍ଟ କରିଥିଲେ l ସେମାନଙ୍କ ମଧ୍ୟରେ ଅଛନ୍ତି ବିଧାୟକ, ବିଧାନସଭାର କର୍ମଚାରୀ ଓ ସାମ୍ବାଦିକ । ବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ 20 ଜଣ ବିଧାୟକଙ୍କର ହୋଇଛି ନମୁନା ପରୀକ୍ଷା । ଏନେଇ ବିଧାନସଭା ସଚିବ ସୂଚନା ଦେଇଛନ୍ତି l