ବିଧାନସଭାର ପ୍ରଥମ ଦିନ : ବିଲ ଚିରିଲେ, ଚର୍ଚ୍ଚାରେ ରହିଲେ ତାରା

- Advertisement -

ଭୁବନେଶ୍ୱର :କୋଭିଡ କଟକଣା ଭିତରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ। ଦିବଙ୍ଗତ ନେତା,କୋଭିଡ ଯୋଦ୍ଧା,ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ସହ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନ୍ଫରେନ୍ସି ରେ ଶୋକ ପ୍ରସ୍ତାବ ଆଗତ କଲେ। କିଛି ବରିଷ୍ଠ ବିଧାୟକ ଲୋକସେବା ଭାବନରୁ ଭିଡିଓ କନ୍ଫରେନ୍ସି ରେ ଉପସ୍ଥିତ ଥିବା ବେଳେ କିଛି ଜିଲ୍ଲା ପ୍ରଶାସନ ମୁଖ୍ୟ କାର୍ଯ୍ୟଲୟରୁ  ଯୋଗ ଦେଇଛନ୍ତି। ଅନ୍ୟ ମାନେ ଗୃହରେ ଉପସ୍ଥିତ ରହିବା ସହ ଦର୍ଶକ ଗ୍ୟାଲେରୀ ବାଚସ୍ପତି ଗ୍ୟାଲେରିରେ ବି ବିଧାୟକ ମାନେ ବସିବା ପାଇଁ ଆୟୋଜନ କରାଯାଇଛି । ଚଳିତ ଅଧିବେଶନରେ ପ୍ରଶ୍ନକାଳ ବାତିଲ କରାଯାଇଛି। ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକ ଓ ମନ୍ତ୍ରୀ ମାସ୍କ ,ଫେସ ସିଲଡ଼ ଓ ଗ୍ଲୋବସ ବ୍ୟବହାର କରିଥିବା ଦେଖିବାକୁ ମିଳିଛି।ସମସ୍ତ ବିଧାୟକ ସାମାଜିକ ଦୁରତା ଅବଲମ୍ବନ କରିଥିବା ବେଳେ ସବୁ ସିଟ ଆଗରେ କାଚ କଭର ଲଗାଯାଇଛି। ସେପଟେ ବିଧାନସଭାର ପ୍ରଥମ ଦିନରେ ବିଧାୟକ ତାରା ବାହିନୀପତି ଚର୍ଚ୍ଚାକୁ ଆସିଛନ୍ତି l ବିଶ୍ୱ ବିଦ୍ୟାଳୟ ବିଲକୁ ବିରୋଧ କରି ତାରା ଏହାକୁ କଳା ବିଲ କହିଛନ୍ତି l ଗୃହ ଭିତରେ ବିଲକୁ ଚିରି ଦେଇଛନ୍ତି ତାରା l ଯାହା ଏବେ ଛାଡିଆଡେ ଚର୍ଚ୍ଚାର ବିଷୟ l

 

 

 

 

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles