ଭୁବନେଶ୍ୱର : ଉପ ନିର୍ବାଚନ ପାଇଁ ବାଜିଲା ବିଗୁଲ l ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞାପ୍ତି l ନାମାଙ୍କନପତ୍ର ଦାଖଲ ଆଜିଠୁ ଆରମ୍ଭ ହେବାକୁ ଥିବା ବେଳେ ସରକାରୀ ଛୁଟି ଦିବସ ବ୍ୟତୀତ ଏହା ୧୬ ତାରିଖ ଯାଏ ଚାଲିବ। ପ୍ରାର୍ଥୀମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଭିତରେ ନାମାଙ୍କନପତ୍ର ଦାଖଲ କରି ପାରିବେ। ପ୍ରାର୍ଥିପତ୍ର ୧୭ ତାରିଖରେ ଯାଞ୍ଚ ହେବ। ୧୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ ହେବ। ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହେବ।
ସେହିପରି କୋଭିଡ୍ ସେଫ୍ ଇଲେକସନ କରିବା ପାଇଁ ପ୍ରାୟାସ ,ନୋମିନେସନ ଫାଇଲ ପାଇଁ ୨ ଜଣ ଦୁଇଟି ଗାଡି ବ୍ୟବହାର ହେବ ,ବଡ ହଲ ରେ ନମୁନେସନ ହେବ ଏହାସହ ମାସ୍କ ସାନିଟାଇଜର କୁ ବାଧ୍ୟତାମୂଳକ କରାଯାଇଛି । ପୋଷ୍ଟାଲ ବ୍ୟାଲଟ ରେ ନୂଆ ବ୍ୟବସ୍ଥା ହୋଇଛି ,ଶାରୀରିକ ଅକ୍ଷମ ,ବୟସ୍କ ଓ କୋଭିଡ୍ ସସପେକ୍ଟ ପୋଷ୍ଟାଲ ବ୍ୟାଲଟ ରେ ଭୋଟ ଦେଇପାରିବି ।ଏଥିପାଇଁ ଆପ୍ଲିକେସନ ଦେଇପାରିବି ।୧୨ ଦିନ ମଧ୍ୟରେ ଦେବାକୁ ପଡିବ ଆପ୍ଲିକେସନ ଏହା ପରେ ତାଲିକା ତିଆରି କରାଯିବ ।୨୦ ରୁ ୩୦ ତାରିଖ ମଧ୍ୟରେ ଏମାନଙ୍କ ଭୋଟ ଗ୍ରହଣ ହେବ ।ଏହାସହ ରାଜନୈତିକ ଦଳ ଗୁଡ଼ିକ ପ୍ରଚାର ପାଇଁ ୫ ଜଣଙ୍କ ଅନୁମତି ଦିଆଯିବ ।ଏହାସହ ବଡ ରାଲି ପାଇଁ ଡିଷ୍ଟିର୍କ ଇଲେକସନ ଅଫିସର ମାନେ ସ୍ଥାନ ଚୟନ ହେବ ସେଠାରେ ସମସ୍ତ ରାଜନୈତିକ ଦଳ ସେ ସ୍ତାନରେ ପ୍ରଚାର କରିବେ ।ଏହାସହ କେତେ ଲୋକ ରହିବେ ରାଜ୍ୟ ସରକାର ନିଷ୍ପତ୍ତି କରିବେ ।ଏବେ ୧୦୦ ଜଣ କେବଳ ବଡ ରାଲି ରେ ଭାଗ ନେଇପାରିବେ ।କୋଭିଡ୍ ଗାଇଡ ଲାଇନ କୁ କଡାକଡି ପାଳନ କରିବା ପାଇଁ କୁହାଯାଇଛି ।ଏହାସହ ବଥ୍ ସଂଖ୍ୟା ୫୦ ପ୍ରତିଶତ ବଢାଯାଇଛି ।ସମୟ ସିମା ମଧ୍ୟ ବଢାଯାଇଛି ।ଭୋଟର ମାନଙ୍କ ଟେମ୍ପେରଚର ମପା ଯିବ ମାସ୍କ ଓ ଗ୍ଲୋବାସ ର ବ୍ୟବସ୍ଥା କରାଯାଇଛି ।କୋଭିଡ୍ ସେଫ୍ ଇଲେକସନ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଏସକେ ଲୋହାନି l