ଯାଜପୁର :ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥ ଯାତ୍ରା ଆସନ୍ତା ୧୭ ତାରିଖରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏନେଇ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ l ରଥଯାତ୍ରା ପୂର୍ବରୁ ମନ୍ଦିରର ସମସ୍ତ ପୂଜକ ଓ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯିବ l ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି l କୋବିଡ଼ ନିୟମ ପାଳନ ନିମନ୍ତେ ଜାରୀ ହେବ ୧୪୪ ଧାରା ଜାରୀ କରାଯିବ ବୋଲି ପ୍ରଶାସନସ୍ତରରେ ନିଷ୍ପତି ହୋଇଛି l ମାଙ୍କ ରଥଯାତ୍ରା ପାଇଁ ଭକ୍ତଙ୍କ ମନରେ ବେଶ ଖୁସି l