ଯାଜପୁର : ସ୍ୱପ୍ନରେ ଯାହା କେବେ କଳ୍ପନା କରାଯାଇପାରେ ନାହିଁ , ତାହା ଏବେ ବାସ୍ତବ ରୂପ ନେଉଛି ଯାଜପୁର ଜିଲ୍ଲାରେ । ଅଶୀ ଦଶକରେ ବିଜୁ ପଟ୍ଟନାୟକ ଫୋକସରେ ଥିବା ଯାଜପୁର ଜିଲ୍ଲା ଏବେ ବିକାଶର ପଥେ ଆଗେଇ ଚାଲିଛି ।ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରୁଛନ୍ତି ତାଙ୍କ ପୁତ୍ର ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାଜୁପର ଯୁବ ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କଠିନ ପ୍ରରିଶ୍ରମ ଓ ଉଦମ୍ୟ ଜିଲ୍ଳାକୁ ଏବେ ନୂଆରୂପ ଦେଉଛି । ତାହା ସମ୍ଭବ ହୋଇ ପାରିଛିି ଯାଜପୁର ରାଜନୀତିର ଯୁଗଳବନ୍ଦୀ ଯୋଡ଼ି ପାଇଁ । ସମସ୍ତଙ୍କୁୂ ଏକାଠି କରି ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକ୍ରମ ଦ୍ରୃତ ଗତିରେ ଆଗେଇ ନେଉଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ । ଏ ଚର୍ଚ୍ଚା ଏବେ ପୁରା ଯାଜପୁର ଅଂଚଳରେ । ବିଜେଡ଼ିର ସାଂଗଠନିକ ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦମ୍ୟ କରୁଛନ୍ତି ନବୀନଙ୍କ ପ୍ରିୟପାତ୍ର ପ୍ରଣବ ପୁରା ଓଡ଼ିଶାର ବିକାଶର କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଭବ କିନ୍ତୁ ପ୍ରଣବଙ୍କ ନୀତି ଆଦର୍ଶ ଆପଣାଇ ଯାଜପୁର ଜିଲ୍ଲାର ବିକାଶ ପାଇଁ ଲାଗିପଡ଼ିଛନ୍ତି । ସେ ଯାଜପୁର ସୌନ୍ଦର୍ଯ୍ୟକରଣ ହେଉ ଅବା ରିଙ୍ଗରୋଡ଼ କି କୁସୁମା ଦଶ୍ୱାଶମେଦଘାଟ ,ମିନି ଷ୍ଟାଡ଼ିୟମ , ନୂଆବସ ଷ୍ଟାଣ୍ଡ, ନଦୀବନ୍ଦ ଯୋଜନା, ରକ୍ତଦାନ ଶିବିର , ବୃକ୍ଷରୋପଣ ଅଭିଯାନ, ଓ ଗରିବଙ୍କ ଦୁଃଖ ସୁଖରେ ସାମିଲ ହେବା । ସବୁବବେଳେ ଯାଜପୁର ଚିନ୍ତା ଓ ପ୍ରେମରେ ପଡ଼ିଥିବା ରାଜନୀତିର ଏହି ଯୁଗଳବନ୍ଦୀ ଏବେ ଯାଜପୁରବାସୀଙ୍କ ଦୀର୍ଘ ଦିନରେ ସ୍ୱପ୍ନପୁ ପୂରଣ କରିଛନ୍ତି । ଯାଜପୁରରେ ମେଡ଼ିକାଲ କଲେଜ ପାଇଁ କ୍ୟାବିନେଟରେ ମୋହର ବାଜିବା ପରେ ଏବେ ପୁରା ଯାଜପୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ପୁରା ପ୍ରଶାସନ କଳ , ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଓ ମେଡ଼କାଲ କଲେଜ ପାଇଁ ଅବାଦନ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଆରା ଢଙ୍ଗରେ କୃତଜ୍ଞତା ଜଣାଉଛନ୍ତି । ବିରଜାକ୍ଷେତ୍ରରେ ବଡ଼ ମେଡ଼ିକାଲ ସଫଳତାରେ ବିଭୋର ହୋଇ ଜିଲ୍ଳାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେବା ସହ ତାଙ୍କର ଦୀର୍ଘାୟୁ ପାଇଁ ଭଗବାନଙ୍କ ପାଖରେ ଦୀପଜାଳି ପ୍ରାର୍ଥନା କରିଛନ୍ତି । ଖୋଦ ଯାଜୁପର ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଥମ ଥର ଲାଗି ବୈତରଣୀ ନଦୀ କୂଳରେ ସଂନ୍ଧ୍ୟା ଆଳତୀ କରିଥିଲେ । ଏବେ ପୁରା ଜିଲ୍ଲାର ୭ଟି ନିର୍ବାଚନୀ ମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଜାରୀ ରହିଛି । ପ୍ରତି ପଂଚାୟତରେ ଲୋକେ ସ୍ୱତ୍ତ ପ୍ରବୃତ ଭାବେ ଦୀପଜାଳି ମୁଖ୍ୟମନ୍ତ୍ରୀ ଓ ବିଧାୟକ ମାନଙ୍କୁ ଧନ୍ୟବାଦ ଦେଉଛନ୍ତି । ବିଧାୟକ ପ୍ରଣବ ବଳବନ୍ତରାୟ, ପ୍ରୀତିରଂଜନ ଘଡ଼ାଇ, ଅମର ଶତପଥି, ପ୍ରମିଳା ମଲ୍ଲିକ, ଅଶୋକ ବଳ, ସନନ୍ଦା ଦାସ ଓ ସାଂସଦ ଶମିଷ୍ଠା ସେଠୀ ପ୍ରମୁଖ ଯାଜପୁର ମେଡ଼ିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ରାଜ୍ୟରେ ସ୍ଥିର ସରକାର ଓ ଲୋକାଭିମୁଖୀ ସରକାର ଚାଲୁଥିବାରୁ ଏସବୁ ସମ୍ଭବ ହୋଇପାରିଛି ବୋଲି ବିଧାୟକମାନେ ମତ ଦେଇଛନ୍ତି । ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକଙ୍କ ଦୃଢ ଇଚ୍ଛାଶକ୍ତି, ପରିଶ୍ରମ ଓ ସମସ୍ତଙ୍କ ସାଙ୍ଗରେ ନେଇ ଲଢେଇ କରିବାର ମନଭାବ ଆଜି ପୁରା ଓଡ଼ିଶାରେ ଯାଜପୁରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବିରୋଧୀଙ୍କ ସହ ଟିଭି କି ଗଣମାଧ୍ୟମରେ ବାକଯୁଦ୍ଧା ନୁହେଁ, କି ସେମାନଙ୍କର ସମାଲୋଚନାର ଚିନ୍ତିତ ନହୋଇ ନୂତନ ଯାଜପୁର ଏହି ଯୁଗଳବନ୍ଦୀ ଦୁଇଯୁବନେତା ନିଜ କର୍ମ କରିଚାଲିଛନ୍ତି । କାରଣ ପ୍ରଣବଙ୍କ ନବୀନଙ୍କକ ସେହି ନୀତି ଆଦର୍ଶକୁ ଗୁରୁମନ୍ତ୍ର କରି ଚାଲିଛନ୍ତି କଥା ନୁହେଁ, କାମ ଓ ରାଜନୀତି କରିବା ପାଇଁ ବିଧାୟକ ହୋଇନାହାନ୍ତି , ବଂର ସେବା କରିବା ପାଇଁ ସଂଙ୍କଳ୍ପ ନେଇଛନ୍ତି ସେ । ଯେଉଁଥି ପାଇଁ ପୁରା ଓଡ଼ିଶାରେ ଏବେ ସେ ଭାଇ ଭାବରେ ପରିଚିତ ।