ମୁଖ୍ଯମନ୍ତ୍ରୀଙ୍କ ନିଷ୍ଠାପର ଓ ନିସ୍ବାର୍ଥପର କାର୍ଯ୍ଯପାଇଁ ପ୍ରତିଦିନ ବିଜେଡି ଉପରେ ବଢୁଛି ଲୋକଙ୍କ ଆସ୍ଥା : ପ୍ରଣବ
* କର୍ମ ଓ କାର୍ଯ୍ୟରେ ସଂଜମତା ରଖିବାକୁ ପ୍ରଣବଙ୍କ ପରାମର୍ଶ
* ଦେଶର ଏକ ନମ୍ବର ଶ୍ରୁଙ୍ଖଳିତ ଦଳ ବିଜେଡି ଆଗାମୀ ୫୦ ଶହେ ବର୍ଷପାଇଁ କାମ କରିବ
ଭୁବନେଶ୍ୱର: ମୁଖ୍ଯମନ୍ତ୍ରୀଙ୍କ ସୁଶାସନ, ନିଷ୍ଠାପରତା ଓ ନିସ୍ବାର୍ଥପର ମନୋଭାବ ଆଜି ବିଜେଡିକୁ ଲୋକଙ୍କ ପାଖରେ ଅଧିକ ଆସ୍ଥାବାନ୍ କରିଛି। ଦିନକୁ ଦିନ ଓଡ଼ିଶାବାସୀ ତାଙ୍କ ଉପରେ ଅଧିକ ଭରସା କରିବା ସହ, ଭଲପାଇବା ଦେଇ ଚାଲିଛନ୍ତି। ବାରମ୍ବାର ଲୋକଙ୍କ ଭରସା ଜିତିବାର କାରଣ ହେଲା ମୁଖ୍ଯମନ୍ତ୍ରୀଙ୍କ ସୁଶାସନ। ଲୋକଙ୍କ ପାଇଁ ସେ ସବୁବେଳେ ଚିନ୍ତା କରନ୍ତି ଏବଂ ଲୋକେ ଭାବିବା ଆଗରୁ ସେ ସେ କାମ କରିଥାନ୍ତି। ସେ ଜଣେ ବ୍ଯତିକ୍ରମ। ବିଜେଡିକୁ ସେ ତିଆରି କରିଛନ୍ତି। ତାଙ୍କର ଶ୍ରୁଙ୍ଖଳିତ ଜୀବନ ଭଳି ଦଳକୁ ମଧ୍ଯ ଏକ ଶ୍ରୁଙ୍ଖଳିତ ଦଳଭାବେ ସାରା ଦେଶରେ ୧ ନମ୍ବର କରିଛନ୍ତି। ଆଜି ବିଜେଡିର କାର୍ଯ୍ଯକାରିଣୀରେ ସ୍ବାଗତ ଅଭିଭାଷଣ ଦେଇ କିଛି ଏଭଳି କଥା କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।
ମହାମାରୀ ସମୟରେ ସାରା ବିଶ୍ବ ଯେତେବେଳେ ଭୟ ଓ ଆତୁର ଅବସ୍ଥାରେ ରହିଥିଲା ସେତେବେଳେ ମୁଖ୍ଯମନ୍ତ୍ରୀ ଲୋକଙ୍କ ମଧ୍ଯରେ ଆଶା ସଂଚାର କରିଥିଲେ। ସେଦିନ ବହୁ ବଡ଼ ବଡ଼ ବ୍ଯକ୍ତି ଓ ଦଳ ବୁଝିନପାରି ତାଙ୍କୁ ସମାଲୋଚନା କରିଥିଲେ ଆଜି ସେମାନେ ତାଙ୍କୁ ପ୍ରଶଂସା ନକରି ରହିପାରିନାହାନ୍ତି। ୨୦୧୪ ସାଂଗଠନିକ ନିର୍ବାଚନ ପରେ ମୁଖ୍ଯମନ୍ତ୍ରୀ ଯେଉଁ ଟାର୍ଗେଟ ଦେଇଥିଲେ ତାକୁ ଆମେ ସମସ୍ତେ ପୂରଣ କରିଥିଲେ। ୪୬ ଲକ୍ଷରୁ ଅଧିକ ସଭ୍ଯ ସଂଗ୍ରହ କରିଥିଲେ। ୨୦୧୯ ପରେ ଆମେ ୧ କୋଟିରୁ ଅଧିକ ସଭ୍ଯ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ଦିନକୁ ଦିନ ବିଜେଡି ଉପରେ ଲୋକଙ୍କର ଆସ୍ଥା ବଢ଼ିବାରେ ଲାଗିଛି। ମୁଖ୍ଯମନ୍ତ୍ରୀ ଏ ଦଳକୁ ସୁ ସଂଗଠିତ କରିବାକୁ କହିଛନ୍ତି। ସେ ଦିଗରେ ଆମେ କାମ କରିବା ସହ ମୁଖ୍ଯମନ୍ତ୍ରୀଙ୍କ ବାର୍ତ୍ତାକୁ ତ୍ରୁଣମୂଳ ସ୍ତରରେ ପହଞ୍ଚାଇବାକୁ କାର୍ଯ୍ଯ କରିବା ଦରକାର।
ଏ ଦଳ ଆଗାମୀ ୫୦ରୁ ଶହେ ବର୍ଷପାଇଁ ଲୋକଙ୍କ ପାଇଁ କାମ କରିବ। କାରଣ ଏହାର ଟ୍ଯାଗ୍ ଲାଇନ୍ ହେଲା ଲୋକଙ୍କ ଦଳ। ଷଷ୍ଠ ଥର ପାଇଁ କାମ ଏହି କାର୍ଯ୍ଯକାରିଣୀରୁ ଆରମ୍ଭ ହେବ। ସବୁଦିନ ଆମେ କାମ କରିବା। ମୁଖ୍ଯମନ୍ତ୍ରୀଙ୍କ ନିଷ୍ଠାପର ଓ ନିସ୍ବାର୍ଥପର ସେବା ମନୋଭାବ ପାଇଁ ଏ ଦଳ ଆଜି ବିଶ୍ବଦରବାରରେ ପରିଚିତି ହାସଲ କରିପାରିଛି। ତେଣୁ ଆମ ମାନଙ୍କର କଥାରେ ଓ କାର୍ଯ୍ଯରେ ସଂଜମତା ରହିବା ଦରକାର। ଆମେ ଅଧିକ ଦାୟିତ୍ୱବାନ୍ ହେବା ଉଚିତ୍ ଯେ, କିଭଳି ଆମର କିଛିବି କଥା ଓ କାମ ଦ୍ୱାରା ଯେଭଳି ମୁଖ୍ଯମନ୍ତ୍ରୀଙ୍କ ଛବି ଖରାପ ନହେବ। ଲୋକଙ୍କ ପାଖରେ ମୁଖ୍ଯମନ୍ତ୍ରୀଙ୍କ ବାର୍ତ୍ତାକୁ ପହଞ୍ଚାଇବାକୁ ଆମେ ସତତ ଚେଷ୍ଟିତ ହେବାକୁ ପରାମର୍ଶ ଦେଇଛନ୍ତି ସଂଗଠନ ସଂପାଦକ ତଥା ମାନ୍ଯବର ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ।