ଭୁବନେଶ୍ୱର : ନୂଆ ବର୍ଷରେ ନୂଆ ମିଶନ ଆରମ୍ଭ ହୋଇଛି । ଜିଲ୍ଲାକୁ ଜିଲ୍ଲା ତୋଫାନୀ ଗସ୍ତ କରି କର୍ମୀ ଓ ନେତାଙ୍କ ମନବଳ ବୃଦ୍ଧି ସହ , ସମସ୍ୟା ବୁଝିବା ଓ ବିକାଶମୂଳକ କାମର କରିଛନ୍ତି ସମୀକ୍ଷା । ଦଳ ଯେତେ ପୁରୁଣା ହେଉଛି ନେତା କିନ୍ତୁ ସେତେ ପରିଶ୍ରମ ଓ କର୍ତ୍ତବ୍ୟ କରିଚାଲିଛନ୍ତି । ଲକ୍ଷ ମୁଖ୍ୟମନ୍ତ୍ରୀ ଦେଇଥିବା ନୂଆ ଓଡ଼ିଶା ସ୍ୱପ୍ନ ପୂରଣ କରିବା । ଏଥିଲାଗି ଦିନରାତି ଏକ କରି କର୍ମୀ ଓ ନେତାଙ୍କ ମନରେ ଜୋସ ଭରୁଛନ୍ତି ନବୀନଙ୍କ ସାରଥି ।
୨୦୨୧ ନୂଆ ବର୍ଷର ପ୍ରଥମ ଦିନ । ରାଜଧାନୀ କି ଯାଜପୁର ନୁହେଁ । ଗ୍ରାଉଣ୍ଡରେ କର୍ମୀଙ୍କ ସହ ମିଶି ନବ ବର୍ଷ ପାଳନ କରିଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ( ବବି) । ନେତାଙ୍କ ପାଖକୁ କର୍ମୀ ନୁହେଁ, କର୍ମୀଙ୍କ ପାଖକୁ ନେତା ଯାଇ ଅଭିନନ୍ଦନ ଜଣାଇଛନ୍ତି । ନୂଆ ବର୍ଷରେ ଅଚାନକ ନେତାଙ୍କ ଜିଲ୍ଲାଗସ୍ତ କର୍ମୀଙ୍କ ମନରେ ଜୋସ ଭରିଦେଇଛି । ରାଜ୍ୟ ସରକାରଙ୍କ ଲକ୍ଷ ଓ ଲୋକଙ୍କ ସମସ୍ୟା ସହ ଅଧିକରୁ ଅଧିକ ଜଡ଼ିତ ହୋଇ କର୍ମୀ ଓ ନେତାମାନେ କାମ କରିବାକୁ ନୂଆବର୍ଷରେ ସଙ୍କଳ୍ପ ନେବା ପାଇଁ ପ୍ରଣବ ଆହ୍ୱାନ କରିଛନ୍ତି । କେବଳ ସେତେକି ନୁହେଁ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା କିପରି ନିଜ ହକରୁ ବଂଚିତ ହେଉଛି ତାହା ମଧ୍ୟ ଲୋକଙ୍କୁ ବୁଝାଇଥିଲେ । ବିଶେଷକରି ୮ଟି କେନ୍ଦ୍ରୀୟ ଯୋଜନା ବନ୍ଦ ହେବା ,କୋଇଲା ରୟାଲିଟି ଓଡ଼ିଶାକୁ ନମଳିବା, ଜିଏସଟି ଅର୍ଥ ନମିଳିବା, ସଂଘୟୀ ବ୍ୟବସ୍ଥାରେ ୬୦/ ୪୦ ଭାଗରେ ପାତରନ୍ତ ଅନ୍ତର ହେବା କଥା ଉଠାଇଥିଲେ ପ୍ରବଣ । କର୍ମୀ ଓ ନେତାମାନେ ମଧ୍ୟ ଏ ପ୍ରସଙ୍ଗରେ ସ୍ୱର ଏକ କରିଥିଲେ । କେନ୍ଦ୍ରରେ ଯିଏ ବି ସରକାର ଥାଉଛ ଓଡ଼ିଶା କିପରି ଅବହେଳାର ଶୀକାର ହେଉଛି ସେ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ପ୍ରଣବ । କେବଳ ସେତେିକି ନୁହେଁ, ଓଡ଼ିଶାର ସ୍ୱାର୍ଥ ଓ ହକ ପାଇଁ ପ୍ରତ୍ୟେକ ବିଜେଡ଼ି କର୍ମୀ ଲଢେଇ କରିବାକୁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶାକୁ ସାରା ଦେଶରେ ୧ ନମ୍ବର ରାଜ୍ୟ ଭାବେ ତୋଳିବା ପାଇଁ ସଭିଁଏ କଠିକ ପରିଶ୍ରମ କରିବାକୁ ସେ କହିଥିଲେ ।ଏହାସହ ମୁଖ୍ୟମନ୍ତ୍ରୀ ହାତ ମୁଠାକୁ ଆହୁରୀ ମଜବୁତ କରିବା ପାଇଁ ପ୍ରଣବ ଆହ୍ୱାନ ଦେଇଥିଲେ । ବର୍ଷର ପ୍ରଥମ ଦିନରେ ନୂଆ ମିଶନ ନେଇ କାମ କରିବାକୁ କର୍ମୀଙ୍କୁ ବୁଝାଇଥିଲେ । ଆଜି ଯାଜପୁର,ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ , କେନ୍ଦୁଝରକୁ ତୋଫାନୀ ଗସ୍ତ କରି ପ୍ରବଣ କର୍ମୀଙ୍କ ସହ ନୂଆବର୍ଷ ପାଳନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କେବଳ ସେତିକି ନୁହେଁ, ଏହି ସବୁ ଜିଲ୍ଲାରେ ସଂଗଠନକୁ କିପରି ଅଧିକ କ୍ରିୟାଶୀଳ କରାଯିବ ସେନେଇ ଗ୍ରାଉଣ୍ଡରେ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରିଥିଲେ । ଏହିସବୁ ଜିଲ୍ଲାରେ ଲୋକଙ୍କ ସମସ୍ୟା ପଚାରିବୁଝିବା ସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଣବଙ୍କ ଏହି ତୋଫାନୀ ଗସ୍ତ ନୂଆ ବର୍ଷରେ ବିଜେଡ଼ି କର୍ମୀ ଓ ନେତାଙ୍କ ମନରେ ନୂଆ ଆଶା ଓ ନୂଆ ସମ୍ଭାବନା ସୃଷ୍ଟି କରିଛି ।