ମୋ ଉପକାରୀ ବଗିଚା’ ଯୋଜନାକୁ ଭାରତ  ନୀତି ଆୟୋଗର ପ୍ରଶଂସା : ଯାଜପୁରରେ ଚାଷୀଙ୍କ ସହ ଖୁସି ପ୍ରକାଶ କଲେ ଭବ..

- Advertisement -

ଯାଜପୁର : ‘ଓଡ଼ିଶା ମିଲେଟ ମିଶନ’ ଓ ‘ମୋ ଉପକାରୀ ବଗିଚା’ ଯୋଜନାକୁ ଭାରତ  ନୀତି ଆୟୋଗର ପ୍ରଶଂସା କରିଛନ୍ତି । ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନ କ୍ଷେତ୍ରରେ ବିଭିନ୍ନ ରାଜ୍ୟଙ୍କୁ ପଛରେ ପକାଇଛି ଓଡ଼ିଶା । 2019ମସିହାରୁ ରାଜ୍ୟରେ ମୋ ଉପକାରୀ ବଗିଚା ମିଶନ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି l ଯାଜପୁର ବ୍ଳକ ସିମିଳିଆ ପଞ୍ଚାୟତରେ ଏହି ଯୋଜନା ସଫଳ ରୂପାୟନ ହେଉଛି l ଯାହାକି ରାଜ୍ୟର ଅନ୍ୟ ବ୍ଲକ ପାଇଁ ଉଦାହରଣ l ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହଯୋଗ ଓ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ଉଦ୍ୟମରେ ଯାଜପୁର ବିଭିନ୍ନ ବ୍ଲକରେ ଏହି ଯୋଜନା ସଫଳ ରୂପାୟନ ହୋଇଛି l ଅଧିକାଂଶ ସମୟ ଯୁବନେତା ଭଵ ପ୍ରସାଦ ଦାସ ମୋ ଉପକାରୀ ବଗିଚା ମିଶନ ଯୋଜନା କିପରି ଚାଲିଛି ତାହାର ତଦାରଖ ଗ୍ରାଉଣ୍ଡରେ ଯାଇ କରନ୍ତି l ପରିଦର୍ଶନ ସମୟରେ ଚାଷୀଭାଇ ମାନଙ୍କ ସହ ଆଲୋଚନା କରନ୍ତି l ଆଗାମୀ ଦିନରେ ଚାଷୀଭାଇ ମାନଙ୍କୁ ସରକାରଙ୍କ ସମସ୍ତ ସୁବିଧା ସହଯୋଗ କିପରି ଯୋଗାଇଦେଇହେବ ସେ ନେଇ ଜିଲ୍ଲା ପ୍ରଶାସନ ସହ ରୀତିମତ ବୈଠକ କରନ୍ତି ଭଵ l ଚାଷୀଙ୍କ ସୁଖ ଓ ଦୁଃଖର ସାଥିହୋଇ କାମ କରନ୍ତି l ମୋ     ଉପକାରୀ ବଗିଚା ମିଶନକୁ     ନିତି ଆୟୋଗ     ପ୍ରଶଂସା ଓଡିଶା ସାଉଁଟିବା ପରେ ସବୁଆଡେ   ଏବେ ଉତ୍ସାହର ମାହୋଲ l ଆଉ  ଆଉ ଯାଜପୁର ସିମିଳିଆ ପଂଚାୟତ ଚାଷୀ    ଅନ୍ୟ ଚାଷୀଙ୍କୁ ଏହି ଯୋଜନାର   ସଫଳ   ରୂପାୟନ କରି ବାଟ ଦେଖାଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles