ନବୀନଙ୍କ ନୀଳ ନକ୍ସାକୁ ଯିଏ ଦିଅନ୍ତି ବାସ୍ତବ ରୂପ
* ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସବୁକିଛିର ଟିକନିକ୍ ଧ୍ୟାନ ରଖନ୍ତି
* କେବଳ ନିର୍ବାଚନ ନୁହେଁ ସବୁ ସମୟରେ ଥାନ୍ତି ଲୋକଙ୍କ ସହ ଓ ଲୋକଙ୍କ ପାଖରେ
* ଦାୟିତ୍ୱକୁ କର୍ତ୍ତବ୍ୟ ଭାବି ଅନୁପାଳନ କରନ୍ତି, ନିଜ ନେତାଙ୍କ ମନକଥା ବୁଝନ୍ତି
() ରାତି ପାହିଲେ କଳାହାଣ୍ଡି ଇତିହାସରେ ଯୋଡ଼ିହୋଇ ଯିବ ନୂଆ ଏକ ଫର୍ଦ୍ଦ । ପବିତ୍ର ମକର ସଂକ୍ରାନ୍ତିରେ କଳାହାଣ୍ଡି ବିକାଶର ନକ୍ସାକୁ ରୂପରେଖ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ବର୍ଷର ପ୍ରତିକ୍ଷାର ଅନ୍ତ ଘଟିବ ଏବଂ ଉଦଘାଟିତ ହେବ ଅପର ଇନ୍ଦ୍ରାବତୀ ପ୍ରକଳ୍ପ । ଜଳସେଚନ ଏବଂ ବିକାଶର ନୂଆ ଅଧ୍ୟାୟ ଯୋଡ଼ି ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଏବଂ ତାଙ୍କ ସ୍ୱପ୍ନକୁ ଯେଉଁମାନେ ବାସ୍ତବ ରୂପ ଦେଉଛନ୍ତି ସେ ମଧ୍ୟରୁ ଜଣେ ପ୍ରମୁଖ ବିନ୍ଧାଣୀ ହେଲେ ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସେ ରାତି ଦିନ ଏକ କରି ସେଠାରେ ସ୍ଥାନୀୟ ନେତାଙ୍କ ସହ ସବୁକିଛିର ଟିକନିକ୍ ତଦାରଖ କରିଛନ୍ତି । ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ସଭାସ୍ଥଳ ଏବଂ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି । ନିଜ ନେତାଙ୍କର ସବୁ ଦିଗ ଉପରେ ନଜର ରଖିଛନ୍ତି ପ୍ରଣବ । ସେ ଲୋକଙ୍କର ବସିବାଠାରୁ ଆରମ୍ଭ କରି, ନେତାଙ୍କ ବସିବା ଯାଏଁ । ଟ୍ରାଫିକରୁ ଆରମ୍ଭ କରି ସବୁ କିଛି କିଭଳି ବ୍ୟବସ୍ଥିତ ହେବ ସେ ସବୁର ବନ୍ଦୋବସ୍ଥର ତର୍ଜମା କରିଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ଯାଉଛନ୍ତି କଳାହାଣ୍ଡି । ଯେଉଁ ପ୍ରତିଶୃତି ୨୦୦୪ରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିବାସୀଙ୍କୁ ଦେଇଥିଲେ ତାହା ଏବେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି । ୨୦୧୩ରେ କେନ୍ଦ୍ର ଅନୁମତି ଦେବା ପରେ ସେହି ବର୍ଷ ହିଁ ପକାଇଥିଲେ ଭିତ୍ତିପ୍ରସ୍ତର ଅପର ଇନ୍ଦ୍ରାବତୀ ପ୍ରକଳ୍ପର । ୨୦୧୫ରୁ କାମ ଆରମ୍ଭ ହେଲା ଏବଂ ୨୦୨୦ ସେପ୍ଟେମ୍ବରରେ ଶେଷ ହେଲା । ପାଖାପାଖି ୯୮୦ କୋଟି ଟଙ୍କା ବ୍ୟୟରେ ଏ ବୃହତ ଜଳସେଚନ ପ୍ରକଳ୍ପ ଦ୍ୱାରା ୬୫ ହଜାର ଏକର ଜମି ଜଳସେଚିତ ହୋଇପାରିବ । ତେଣୁ ସବୁ କିଛି ଯେମିତି ଠିକ୍ ଠାକ୍ ହେବ ତା ଉପରେ ପୁରା ଫୋକସ୍ ଦେଇଛନ୍ତି ବବି ।
ଏବେ ନିର୍ବାଚନ ନାହିଁ କିମ୍ବା କୌଣସି ବଡ଼ କାର୍ଯ୍ୟକ୍ରମ । ତଥାପି ଶତାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । କାରଣ ବିଜୁ ଜନତା ଦଳ କେବେ ବି ନିର୍ବାଚନକୁ ଆଖି ଆଗରେ ରଖି କାମ କରେ ନାହିଁ । କାରଣ ବିକାଶ ହେଉଛି ନବୀନଙ୍କ ସ୍ବପ୍ନ ଏବଂ ଏ ସ୍ବପ୍ନକୁ ସାକାର କରୁଥିବା ଲୋକଙ୍କ ମଧ୍ୟରେ ସର୍ବାଗ୍ରେ ଅଛନ୍ତି ପ୍ରଣବ । ସେ ଭଲ ଭାବରେ ଜାଣିଛନ୍ତି ବିକାଶ ଏକ ନିରନ୍ତର ପ୍ରକ୍ରିୟା । ଲୋକଙ୍କ ସହିତ ବର୍ଷ ତମାମ ଏବଂ ସେମାନଙ୍କ ସହଭାଗିତାରେ ଯିଏ ରହିଛି ଲୋକେ ତାଙ୍କୁ ଏବଂ ତାଙ୍କ ଦଳକୁ ବିଶ୍ୱାସ କରୁଛନ୍ତି । ଆଉ ଖାସ୍ ସେଇଥି ପାଇଁ ତ ପ୍ରତି ଥର ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକଙ୍କର ଭରଷା ଓ ବିଶ୍ୱାସ ବଢ଼ି ବଢ଼ି ଚାଲିଛି । ତେବେ ପ୍ରଣବ ସବୁବେଳେ ନିଜର ଦାୟିତ୍ୱକୁ କର୍ତ୍ତବ୍ୟ ଭାବି ଅନୁପାଳନ କରନ୍ତି । ନିଜ ନେତାଙ୍କ ମନକଥା ବୁଝନ୍ତି ଏବଂ ଦଳୀୟ ଶୃଙ୍ଖଳା ରକ୍ଷା କରି କେମିତି କାମ ସବୁ କରାଯିବ ତା ଉପରେ ଜୋର ଦିଅନ୍ତି । ସେଇଥି ପାଇଁ ତ ସବୁଠି ତାଙ୍କୁ ଆଗେ ଖୋଜାପଡ଼େ ।