ଯାଜପୁର : ବିରଜା କ୍ଷେତ୍ର ହେବ ଆବର୍ଜନା ମୁକ୍ତ। ସହରରର କେଉଁ କୋଣରେ ରହିବନି ଟିକେ ବି ଅଳିଆ । ଯାଜପୁରରେ ହେବ କର୍ପୋରେଟ ମଡେଲ । ଏଥିପାଇଁ ଦିନ ରାତି ଏକ କରି ପରିଶ୍ରମ କରୁଛନ୍ତି ପୂର୍ବତନ ପୌରାଧକ୍ଷ ଭଵ ପ୍ରସାଦ ଦାସ । ସେ ନିଜେ ଆବର୍ଜନା ଗାଡି ସହ ସହର ପରିକ୍ରମା କରିଛନ୍ତି । ଭବଙ୍କ ଏହି ସ୍ୱଚ୍ଛତା ଅଭିଯାନ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି।
ନୂତନ ଯାଜପୁର ଗଠନ କରିବା ପାଇଁ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯେଉଁ ସଂକଳ୍ପ ନେଇଛନ୍ତି ସେ ନୀଳ ନକ୍ସାକୁ ବାସ୍ତବ ରୂପ ଦେଉଛନ୍ତି ଭଵ । ଅଳିଆ ଆବର୍ଜନା ପାଇଁ ଯେମିତି ସହରର ସୌନ୍ଦର୍ଯ୍ୟକାରଣ ନଷ୍ଟ ନ ହୁଏ ତାକୁ ସେ ଗୁରୁତ୍ୱ ଦେଇଛନ୍ତି । ପୂର୍ବରୁ ଅଧିକାଂଶ ସମୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜେ ସହରକୁ ଆବର୍ଜନା ମୁକ୍ତ କରିବାକୁ ହାତରେ କୋଦାଳ ଧରିଛନ୍ତି । ପ୍ରଣବଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଭଵ ସବୁବେଳେ ସହର ବାସୀଙ୍କର ସୁଖ ଦୁଃଖର ସାଥି ହୋଇ କାମ କରୁଛନ୍ତି l