ଯାଜପୁର ପାଇଁ ନବୀନ : ଜଳ ଜୀବନ ମିଶନରେ ଜିଲ୍ଲାର ୫ ବ୍ଲକର ୩୨୩ ଗାଁ…

- Advertisement -

ଯାଜପୁର : ପୁଣି ଥରେ ଯାଜପୁର ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦରଦ l ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଥିଲେ ମଧ୍ୟ ଯାଜପୁର ଜିଲ୍ଲାକୁ ବି ଅଧିକ ଫୋକସ କରିଛନ୍ତି  । ଜଳ ଜୀବନ ମିଶନ ମାଧ୍ୟମରେ ରାଜ୍ୟର ଜନ ସାଧାରଣ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଆଜି କ୍ୟାବିନେଟର ମୋହର ବାଜିଛି l କ୍ୟାବିନେଟର ଏହି ନିଷ୍ପତି ଫଳରେ ଯାଜପୁର ଜିଲ୍ଲାର ୫ ଗୋଟି ବ୍ଲକର ୩୨୩ଟି ଗ୍ରାମର ୪ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ । ଯାଜପୁର ବ୍ଲକରେ ୫୦ ଟି ଗ୍ରାମର ୪୯୪୩୮ ଲୋକ, ବରୀ ବ୍ଲକର ୧ ଟି ଗ୍ରାମର ୧୧୭୫, ଧର୍ମଶ‍ାଳା ବ୍ଲକର ୮ଟି ଗ୍ରାମର ୨୫୯୭ , ରସୁଲପୁର ବ୍ଲକର ୧୬୦ ଟି ଗ୍ରାମର ୧ଲକ୍ଷ ୭୮ ହଜାର ୫୭୦, ଦାନଗଦି ବ୍ଲକର ୧୦୪ ଟି ଗ୍ରାମର ୧ଲକ୍ଷ ୫୯ ହଜାର ୦୮୮ ଜଣ ଲୋକ ଉପକୃତ ହୋଇ ପାରିବେ। ଏଥିପାଇଁ ଆଜି ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭଵ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଧନ୍ୟବାଦ ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ଚେୟାରମ୍ୟାନ ପ୍ରଦୀପ ନାୟକ, ଜିଲ୍ଲା ବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀ, ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ଦିନେ ଯାଜପୁର ଜିଲ୍ଲାକୁ ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବେଶ ଭଲ ପାଉଥିଲେ l ଯେଉଁଠି ପାଇଁ ଓଡ଼ିଶାର ଶିଳ୍ପର ହବ କରିଥିଲେ ଯାଜପୁର ଜିଲ୍ଲାକୁ l ଆଜି ତାଙ୍କ ପୁଅ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଅପରୂପ ଭାବେ ଯାଜପୁର ଜିଲ୍ଲାକୁ ସବୁ କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି l ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ସ୍ୱତନ୍ତ୍ର ଭାବେ ଭଲ ପାଇବା ଦେଇ ଯାଜପୁର ବାସୀଙ୍କ ସୁଖ ଦୁଃଖରେ ସାଥି ହୋଇଛନ୍ତି l ଏଥିପାଇଁ ଯାଜପୁର ଯୁବ ବିଜେଡି ନେତା ଭଵ ପ୍ରସାଦ ଦାସ ପୁରା ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଏହାସହ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନୂଆ ଯାଜପୁର ଗଠନ ପାଇଁ ଦିନ ରାତି ଏକ କରି ଯେପରି ପରିଶ୍ରମ କରୁଛନ୍ତି ତାଙ୍କୁ ମଧ୍ୟ ଜିଲ୍ଲାବାସୀ ପକ୍ଷରୁ ଧନ୍ୟବାଦ ଦେଇଥିଲେ ଭଵ l

 

 

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles