ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ଆଜି ଜନ୍ମଦିନ । ଏହି ଦିନ ମା ସାବିତ୍ରୀ ବେଶରେ ଭକ୍ତଂକୁ ଦର୍ଶନ ଦେଉଛନ୍ତି । ଆଜି ତ୍ରିବେଣୀ ଆମାବାସ୍ୟା । ବିଶ୍ୱାସ ରହିଛି ଏହି ଦିନ ମାଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ପ୍ରତ୍ୟେକ ବର୍ଷ ମାଘ ମାସରେ ତ୍ରିବେଣୀ ଅମାବାସ୍ୟାରେ ମାଙ୍କ ଜନ୍ମ ତିଥି ପଡେ । ଏଥିପାଇଁ ବିଧି ଅନୁସାରେ କାର୍ଯ୍ୟ ସୂଚୀ ପ୍ରସ୍ତୁତି କରାଯାଇଛି । ସକାଳେ ମହା ସ୍ନାନ ପରେ ଚନ୍ଦନ ଲାଗି ।ଏହାପରେ ମାଙ୍କ ସାବିତ୍ରୀ ବେଶ ସହ ଷୋଡ଼ଶ ଉପଚାରରେ ପୂଜା କରାଯିବ । ଜନ୍ମ ଦିନରେ ମାଙ୍କ ପବିତ୍ର ଦୁର୍ଲ୍ଲଭ ବେଶକୁ ଦର୍ଶନ କଲେ ମାନସିକ ପୂରଣ ହୁଏ । ଏହି ଅବସରରେ ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ତଥା ଯୁବନେତା ଭଵ ପ୍ରସାଦ ଦାସ ମାଙ୍କ ଦର୍ଶନ କରିଥିଲେ । ଯାଜପୁରର ସବୁବେଳେ ଦୁଃଖ ସୁଖର ସାଥି ଭବ ମା ବିରଜାଙ୍କ ପାଖରେ ଜିଲ୍ଲାର ସୁଖ ସମୃଦ୍ଧି କାମନା କରିଥିଲେ । ଏହାସହ ମାଙ୍କୁ ଦର୍ଶନ କରି ଭାବ ବିହ୍ୱଳ ହୋଇ ହୋଇଯାଇଥିଲେ ଭବ । ଏମିତି କି କରୋନା କାଳରେ ମାଙ୍କ ଆଶୀର୍ବାଦରୁ ଜିଲ୍ଲାରେ ମହାମାରୀର ପ୍ରଭାବ ମଧ୍ୟ ଜିଲ୍ଲାରେ କମିଥିବା କହିଛନ୍ତି । ଏହି ଅବସରରେ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ କରୋନା କଟକଣାକୁ ମାନି ମାଙ୍କ ଦର୍ଶନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।