ଭୁବନେଶ୍ୱର : ବିରୋଧୀଙ୍କ ହୋହାଲ ଭିତରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଗୃହରେ ରଖିଲେ ବିବୃତି। ଧାନ କ୍ରୟ ଦିବସର 7 ଦିନ ପୂର୍ବରୁ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସମ୍ପର୍କରେ ଜଣାଇଦିଆଯାଉଛି। 19 ତାରିଖ ସୁଦ୍ଧା ମୋଟ 55.03 ମେଟ୍ରିକ ଟନ ଧାନ କ୍ରୟ କରାଯାଇଛି। ଗତ ଖରିଫ ରେ ଏହି ଦିନ ସୁଦ୍ଧା 45.61 ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ ହୋଇଥିଲା। ଧାନ ସଂଗ୍ରହରେ 21 ପ୍ରତିଶତ ବୃଦ୍ଧି ଘଟିଛି। ବର୍ତ୍ତମାନ ସୁଦ୍ଧା 9.93 ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି। ଏ ବାବଦକୁ 10 ହଜାର 281 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି। ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ବିରୋଧୀ ମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ପାଇଁ ସେମାନେ ହୋହଲ୍ଲା କରୁଛନ୍ତି। ଆମେ ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କର ଧାନ କିଣିବୁ ନାହିଁ। କେବଳ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବୁ ବୋଲି ଖାଦ୍ୟ ଯୋଗାଣ ସମବାୟ ମନ୍ତ୍ରୀଙ୍କ ସୂଚନା।