() ବିଜ୍ଞାନ ଯୁଗରେ ମଣିଷର ବେଶୀ ପରିମାଣରେ ବସ୍ତୁବାଦି ହୋଇପଡିଛି l ଆବଶ୍ୟକତା ଠାରୁ ଅଧିକ ବସ୍ତୁ ପ୍ରିୟ ହୋଇ ଏବେ ଏକ ରକମର ବସ୍ତୁ ପ୍ରେମୀ ହୋଇଯାଇଛି l ବସ୍ତୁ ପ୍ରେମୀ ହେବା କେତେ ଠିକ୍ କେତେ ଭୁଲ ତାହା ବି ମଣିଷ ବୁଝିପାରୁନାହିଁ l ହେଲେ ବ୍ୟବହାର ର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି l ଯେମିତି ୱାସିଂ ମେସିନ କପଡା ସଫା କରିବା ସହଜ କରିବା ପାଇଁ ଆବଶ୍ୟକ, ହେଲେ ସମୟ ଏମିତି ହେଲାଣି ନିଜ ପିନ୍ଧା ଗୋଟାଏ ଗାମୁଛା ବି ଆଜି ୱାସିଙ୍ଗ ମେସିନରେ ସଫା କରୁଛି ମଣିଷ l ଅନ୍ୟ ଗୋଟେ ଉଦାହରଣ ହେଲା ମୋବାଇଲ l ମୋବାଇଲ ବହୁଳ ବ୍ୟବହାର ଫଳରେ ମଣିଷ ଆଜି ଭଲରେ କିଛି ଚିନ୍ତା କରିପାରୁନି କି କାହା ସହ ମୋବାଇଲ ବିନା ଠିକ୍ ସେ ମିଶିପାରୁନି l ସମୟର ପରିବର୍ତ୍ତନ ସହ ଏସବୁର ଆବଶ୍ୟକତା ଅଛି ସତ, ହେଲେ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର ଏବେ ଆମକୁ ଅସହାୟତାର ଯାତ୍ରା ଆଡ଼କୁ ଟାଣୀ ନେଉଛି l ଆମେ ବସ୍ତୁ ପ୍ରେମୀ ହେବା ଦ୍ଵାରା ନିଜେ ନିଜର ବେଶୀ କ୍ଷତି କରି ଚାଲିଛୁ l ଆଜି କାଲି ୩ ମାସର ଛୁଆ ବି ବିନା ମୋବାଇଲରେ ବଂଚି ପାରୁନି l ଛୋଟ ପିଲା ମାନେ ମୋବାଇଲ ନଦେଖିଲେ ଖାଉନାହାନ୍ତି l ଦିନଥିଲା ମା, ଜେଜେମାଙ୍କୁ ଦେଖି ଛୋଟ ପିଲାଟି ଖାଉଥିଲା, ଆଜି ସେ ସ୍ଥାନ ଗୋଟିଏ ବସ୍ତୁ ନେଇଛି l ଏହା ଆବଶ୍ୟକ ଥିଲା ନା ଆମର ଭୁଲ ପାଇଁ ଆଜି ଏ ଅସହାୟ ପରିସ୍ଥିତି,ଥରେ ଭାବନ୍ତୁ ! ସମୟ ଆଜି ଏମିତି ସ୍ଥିତିରେ ଆମକୁ ଛିଡ଼ା କରି ଦେଇଛି ଯେ ଆମେ ନିଜ ଇଚ୍ଛାରେ ନୁହେଁ,ନିଜ ପରିଶ୍ରମ ବଳରେ ନୁହେଁ, ବରଂ ବସ୍ତୁ ଜରିଆରେ ସବୁକିଛି ପରିବର୍ତ୍ତନ ଆଣିବାକୁ ଆଗେଇ ଯାଉଛୁ l ଏକଥା ସତ ଯେ ବିଜ୍ଞାନ ଯୁଗରେ ବସ୍ତୁର ଆବଶ୍ୟକତା ରହିଛି l ହେଲେ, ଏତେ ମାତ୍ରାରେ ନୁହେଁ, ଯେତେ ମାତ୍ରାରେ ବସ୍ତୁର ବ୍ୟବହାର ହେଉଛି l ତେଣୁ ବେଳ ଥାଉ ଥାଉ ସାବଧାନ ନହେଲେ ଆପଣଂକ ଆବଶ୍ୟକତା କେତେବେଳେ ଅସହାୟତାରେ ପରିଣତ ହୋଇଯିବ ଜାଣିପାରିବେ ନାହିଁ l ଯେମିତି ଛୋଟ ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ଯୁବପିଢୀ ଓ ବୁଢ଼ାବୁଢ଼ୀଙ୍କର ମୋବାଇଲ ନାମକ ବସ୍ତୁ ନିଦ ଚୋରାଇ ନେଇଛି l ମଣିଷ ଚାହିଁଲେ ବି ଟିକେ ଶାନ୍ତିରେ ଶୋଇପାରିନାହିଁ ଏହି ବସ୍ତୁ ଗୁଡ଼ିକ ବିନା l ତେଣୁ ଯେତିକି ଆବଶ୍ୟକ, ସେତିକି ବସ୍ତୁ ପ୍ରେମୀ ହେବା, ନା କଣ କହୁଛନ୍ତି….