ଆପଣମାନେ ନିଶ୍ଚିତ ଭାବୁଥିବେ ,ଅଭାବ ସହିତ ପରିବେଶ ସଚେତନତାର ସର୍ମ୍ପକ କଣ ? ତାଛଡ଼ା ଏ ଗୋଟିଏ ଖାପ ଖାଉନଥିବା ଶୀର୍ଷକ ବୋଲି ମନେ ହେଉଥିବ ନିଶ୍ଚିତ । ଆପଣ ଠିକ ଭାବିଛନ୍ତି , ମତେ ବି ପ୍ରଥମେ ଠିକ ସେମିତି ଲାଗୁଥିଲା କିନ୍ତୁ ଆପଣ ଯେତେ ପଢିବେ ଜାଣିପାରିବେ ସେ ଏହାହିଁ ଉପଯୁକ୍ତ ଶୀର୍ଷକ ।
କୁହାଯାଏ ଯେ ଅଭାବରେ ସ୍ୱଭାବ ନଷ୍ଟ ହୋଇଥାଏ , କିନ୍ତୁ ଅଭାବରେ ଯେ କେତେ ଉପକାର ହେଉଥିଲା ତାହା ଏହି ମହାମାରୀ ସମୟରେ ଅନେକ ଦୃଦବୋଧ କରିପାରିଥିବେ । ଆପଣମାନେ ଜାଣିଥିବେ କିଛି ଦଶନ୍ଧି ପୂର୍ବରୁ ଆଧୁନିକତାର ଛାପ ଏତେଟା ପଡ଼ିନଥିଲା । ଗାଁ ଗହଳୀରେ ଲୋକେ ନିଜ ପାଖରେ ଯାହା ସଂସାଧନ ଥିଲା ସେଥିରେ କାମ ଚଳାଉଥିଲେ । ଉଦାହାର ସ୍ୱରୂପ ବାସନ ସଫା କରିବା ପାଇଁ ଚୁଳି ପାଉଁଶର ବ୍ୟବହାର କରୁଥିଲେ , ଦାନ୍ତ କାଠିର ବ୍ୟବହାର କରୁଥିଲେ । ମାଟିପାତ୍ରରେ ରୋଷେଇ ହେଉଥିଲା, ଓ ମୁଣ୍ଡସଫା କରିବା ପାଇଁ ମାଟିର ବ୍ୟବହାର କରୁଥିଲେ ।
ଏବେ ଏସବୁ ଗପ ଭଳି । କିନ୍ତୁ ନିଜ ଅଜ୍ଞାନତରେ ହେଉପଛେ ଏସବୁ କିଛି ଅଭାବ ପାଇଁ ସେମାନେ ନିଜର ଓ ନିଜ ପରିବେଶର ହିତ ସାଧନ କରୁଥିଲେ । ସମୟ ବଦଳିଛି , ତାହା ସହିତ ବଦଳିଛି ମଣିଷର ଆବଶ୍ୟକତା ଓ ବ୍ୟବହାର । ଆଧୁନିକତାକୁ ଆପଣାଇ ମଣିଷ ଥକିଯିବା ପରେ ବ୍ୟବହାର କରୁଛି ପୁରୁଣା ଜିନିଷ କିନ୍ତୁ ନୂଆ ଢଙ୍ଗରେ । ଉଦାହରଣ ସ୍ୱରୂପ ଏବେ ଅନଲାଇନରେ ଗୋବର ଘସି ମିଳୁଛି , ଦାନ୍ତ କାଠିମିଳୁଛି ପୁଣି କେତେକ ସଂସ୍ଥା ତାଙ୍କ ଜିନିଷ କିଣିଲେ ଗ୍ରାହକଙ୍କ ପାଇଁ ଗୋଟିଏ ଗଛ ଲଗାଇଦେବାକୁ ପ୍ରତିଶ୍ରୃତି ଦେଉଛନ୍ତି । ଏହିସବୁ ଦେଖି ସତରେ ଆଚର୍ଯ୍ୟ ଲାଗେ । କେତେକ ଲୋକ ମାଟି କଫରେ ଚା ପିଇ ଓ ମାଟିହାଣ୍ଡି ମାଂସ ଖାଇ ନିଜକୁ ପରିବେଶ ପାଇଁ ସଚେତନ ବୋଲି ଜଣାଉଛନ୍ତି ।
ଆମେ ଆଧୁନିକତାର ବିରୋଧରେ କହୁନାହୁ । କିନ୍ତୁ ଏହିସବୁ ମିଛ ସଚେତନତା କରିବା ଅପେକ୍ଷା ନିଜେ ଓ ଅନ୍ୟମାନଙ୍କୁ ପରିବେଶ ସଚେତନ କରାନ୍ତୁ ଓ ପରିବେଶର କ୍ଷତି କରନ୍ତୁ ନାହିଁ । ଆମେ ଛାଡ଼ିଯାଇଥିବା ସୁନ୍ଦର ପରିବେଶ ହିଁ ପରବର୍ତ୍ତ;ୀ ପିଢି ପାଇଁ ଉପଯୁକ୍ତ ସମ୍ପତ୍ତି ।
ସନ୍ଦୀପ ପାଠୀ…