() କିଏ କହିଲା ପ୍ରେମ କେବଳ ଜଣେ ନିଦ୍ଧିଷ୍ଟ ମଣିଷକୁ କରାଯାଏ । ପ୍ରତି ମୁହୁତ୍ତର୍ତିରେ ରହିଛି କାହାର କାହା ପ୍ରତି ଆକର୍ଷଣ । ସବୁଦିନ ନୂଆ ନୂଆ ପ୍ରେମିକା ଓ ପ୍ରେମିକଙ୍କୁ ଆପଣ ଅନେକ ଦେଖିଥିଲେ । ହେଲେ ପ୍ରତି ମିନିଟରେ ଯେ ଆପଣ ଅନ୍ୟ ପ୍ରତି ଆକର୍ଷିତ ତାହା କେବଳ ଜଣେ ଅନୂଭବ କରିପାରେ । ଗଛ, ଲତା, ପରିବେଶ, ପବନ, ଜୀବଜନ୍ତୁ , ବସ୍ତୁ ଓ ଜୀବନ ରାସ୍ତାରେ ଯୋଡ଼ିହୋଇଥିବା ଆମର କିଛି ଚିହ୍ନା ଓ ଅଚିହ୍ନା ସର୍ମ୍ପକ । ଆଉ ତାହାରି ଭିତରେ ଚାଲେ ଆମର ସବୁଦିନ ପ୍ରେମ ।
ଏଇ ଯେମିତି ହଠାତ ନବ ସହ ତାର ଦେଖା । ସେ କିଏ , କେଉଁଠି ଥିଲା , କେବେ ଆସିଲା , କାହିକିଁ ଆସିଛି , କିଛି ନବ ଜାଣିନାହିଁ । ହେଲେ ଦେଖୁଦେଖିୁ ତା ପ୍ରତି ଆକର୍ଷିତ ହେଲା ନବ । ତା ନା ଏଯାଏ ନବ ଜାଣିନାହିଁ , ସେ ବି ନବ କିଏ ଜାଣିନାହିଁ । କେବଳ ଚାହାଣୀ ଓ ଅସମ୍ଭବ ନିରବତା ଭିତରେ ପରସ୍ପର ପରସ୍ପକୁ ସବୁଦିନ ପ୍ରେମ କରିବାକୁ ଲାଗିଲେ । ଫଳନ୍ତି ଗଛ ଯେମିତି ନଇଁ ପଡ଼େ ଉଭୟ ଉଭୟ ପ୍ରତି ଆକର୍ଷିତ ହୋଇ ସେହିପରି ନଇଁ ପଡ଼ିଲେ । ସେମାନଙ୍କ ନିବାବତା ସୃଷ୍ଟି କଲା ଅନେକ ପ୍ରଶ୍ନବାଚୀ ।ପ୍ରତ୍ୟେକ ଦିନ ଏମିତି କିଛି ଲୋକ କିଛି ଲୋକଙ୍କ ପ୍ରତି ଆକଷିତ ହୁଅନ୍ତି । ହେବା ବିି ସ୍ୱଭାବିକ । ହେଲେ ସବୁଦିନ ପ୍ରେମରେ କଣ ସତରେ ଆନନ୍ଦ ଥାଏ । କାରଣ ମେଘ ଆସିଲେ ମୟୁର ନାଚେ । ବର୍ଷା ହେଲେ ଧରିତ୍ରୀ ହସେ । ଫୁଲ ଫୁଟିଲେ ଭଅଁର ଝୁମେ । ଆଉ ସବୁଦିନ ନୂଆ ନୂଆ ପ୍ରେମର ମାହୋଲ ମନକୁ ଖୁସି ରଖିବା ସହ ଜୀବନରେ ଅନେକ ପରିବର୍ତ୍ତନ ଆଣିଥଏ । ର୍ହି ମନେ ରଖନ୍ତୁ ସୁବିଦିନ ପ୍ରେମ କାହା ସହ ବି ହୋଇପାରେ । କିଏ ବି ପ୍ରେମିକ ସାଜିପାରେ ।