ମାର୍ଚ୍ଚ ମାସ ଶେଷ ସପ୍ତାହ। ଜହ୍ନ ଆଲୁଅରେ ଚକ ମକ ଦିଶୁଥାଏ ଧରଣୀ। ସଂନ୍ଧ୍ୟାର ସେଇ ମନୋରମ ଦୃଶ୍ୟ। ସଭିଙ୍କୁ ଆକୃଷ୍ଟ କରିଥାଏ। ଏମିତି ଏକ ପରିବେଶରେ ପୋଖରୀ କୂଳରେ ବସିଥିଲେ ଆଠ ଜଣ ପ୍ରିୟ ସାଙ୍ଗ।କ୍ରିକେଟ ଖେଳିସାରିଲା ପରେ ପୋଖରୀ କୂଳରେ ଏକ କାଠ ଗଣ୍ଡି ଉପରେ ଖଟି ଚାଲିଥାଏ। ଏ ସମୟରେ ଜଣେ ସାଙ୍ଗ ଚିଲେଇ କି କହିଲା ଆରେ ଟୁନା ତୋ ପଛରେ ଏଇ କଣ ? ଡରକୁରା ଟୁନା ହଠାତ୍ ଚମକି ପଡିଲା ଓ ଡରିଗଲା। ଏ ସମୟରେ ଅନ୍ୟ ସାଙ୍ଗମାନେ ଏପ୍ରିଲ ଫୁଲ କହି ଚିଲେଇଲେ। ଏତିକିରେ ସେ ସଂନ୍ଧ୍ୟାରେ ବହୁତ ମଜା ହେଲା। ଟୁନାକୁ ଡ଼ରକୁରା ବୋଲି ଚିଡ଼େଇଲେ। ମୋତେ ଚିଡ଼େଇବାର କାରଣ ବୁଝେ ତ ସେଇଟା ଥିଲା ଏପ୍ରିଲ ଫୁଲ। ସେଦିନର ଅନୁଭୂତି ମୋ ପାଇଁ ଆଜି ବି ଜୀବିତ । ମୁଁ ସେଦିନ ବୋକା ହେଲି ସତ। ହେଲେ ସେ ଦିନ ଆଉ ମୋ ପାଇଁ ଫେରିବ ନାହିଁ। ଆଉ ସେ ଦିନଠାରୁ ବୁଝିଛି ଏପ୍ରିଲ ଫୁଲ ହେଉଛି ଅନ୍ୟକୁ ବୋକା ବନେଇବାର ଦିନଟିଏ। ଆଉ କାର୍ଯ୍ୟ ବ୍ୟସ୍ଥତା ମଧ୍ୟରେ ହସିବା ଆଉ ହସେଇବାର ଦିନଟିଏ। ଆଜି ୧୫ ବର୍ଷ ପରେ ଏହି ଥଟା ମଜାର ଦିନଟିକୁ ମନେପକାଇ ଦେଲା ତିନି ବର୍ଷର କୁନି ଝିଅଟିଏ। ମୁଁ ସକାଳୁ ଉଠି ଚା ପିଉଥାଏ। ହଠାତ ସେ ସମୟରେ କବାଟ ଠକ୍ ଠକ୍ ହେଲା। ମୁଁ ଯାଇ ଦେଖେ ତ କୁନି ଝିଅଟେ କବାଟ ସାମ୍ନାରେ। ତା ହାତରେ ଥାଏ ଟଙ୍କିକିଆ କଫି ଚକଲେଟ୍ ସହ କାଗଜ ଖଣ୍ଡେ। ସେ ସେଠୁ ହସିକି କହିଲା ଅଙ୍କଲ ଅଙ୍କଲ ତୁମ ପଛରେ ସେଇଟା କଣ ? ଦେଖିଲ ! ମୁଁ ସଙ୍ଗେ ସଙ୍ଗେ ପଛକୁ ଚାହିଁ ଦେଲି। ହେଲେ ପଛରେ କିଛି ଲାଗି ନଥିଲା। ଏ ସମୟରେ କୁନି ଝିଅଟି ହାତରେ ଥିବା କାଗଜ ଆଉ ଚକଲେଟ୍ ଦେଇ , ହସିକି ଦୈଡିକି ପଳେଇଲା। ଆଉ ଗଲାବେଳେ ହସିକି ଏପ୍ରିଲ ଫୁଲ କହି ଚାଲିଗଲା । ତାର ଏ ପ୍ରୟାସ ମୋତେ ବୋକା ବନେଇବା ପାଇଁ ନଥିଲା। ତାର ମୂଳ ଉଦ୍ଧେଶ୍ୟ ଥିଲା ଟିକେ ହସେଇବା । ଆଉ ଖୁସି ବାଣ୍ଟିବା। ତାର ଏ ଛୋଟ ପ୍ରୟାସ ମୋତେ ହସେଇଛି। ଆଉ ମୋ ପିଲାଦିନକୁ ମନେପକେଇ ଦେଇଛି। ଆଉ ୧୫ ବର୍ଷ ତଳର ସେ ନଈକୁଳର ସ୍ମୃତିକୁ ଜୀବିତ କରିଦେଇଛି l ଆଜି କାଳେ ବଡ ପିଲା ହୋଇଯାଇଛି l ହେଲେ ବଡ଼ ହେଲା ପରେ ଏହି ଛୋଟ ଛୋଟ ଖୁସି ଭୁଲି ଯାଇଛି l