ଭଦ୍ରକ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ଆଜି ମୃତ୍ୟୁ ହୋଇଛି।ସଂଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।ଭଦ୍ରକ ଲୋକସଭା ଆସନରୁ ୮ ଥର ସାଂସଦ ନିର୍ବାଚିତ ହୋଇଥିଲେ ।ଏହାସହ ଜିଲ୍ଲାର ଜଣେ ଲୋକପ୍ରିୟ ନେତା ରହି ଆସିଥିବା ସ୍ବର୍ଗତଃ ସେଠୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ୮ ଥର ସାଂସଦ ନିର୍ବାଚିତ ହେବା ସହ ୨ ଥର ବିଧାୟକ ମଧ୍ୟ ରହିଥିଲେ ସ୍ବର୍ଗତଃ ସେଠୀ | ସେ ଭଣ୍ଡାରିପୋଖରୀ ଆସନରୁ ୨ ଥର ବିଧାୟକ ନିର୍ବାଚିତ ହୋଇଥିଲେ। କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଜଳସମ୍ପଦ ମନ୍ତ୍ରୀ ଥିଲେ | ବିଜେଡିରେ ଥିବାବେଳେ ଅର୍ଜୁନ ସେଠି ଦଳର ବହୁ ଦାୟିତ୍ୱ ନିଭାଇ ଥିଲେ l ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ଷିୟାନ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଭଦ୍ରକ ନିର୍ବାଚନ ମଣ୍ଡଳୀର ସାଂସଦ ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି l ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅର୍ଜୁନ ସେଠୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି l ଭଦ୍ରକ ଜିଲ୍ଲା ନୁହେଁ ଓଡିଶା ଜଣେ ରାଜନେତାଙ୍କୁ ଟାଣୁଆ ହରାଇଲା ବୋଲି ପ୍ରଣବ କହିଛନ୍ତି l ଏହାସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି l