ମୋ ନଜରରେ ଯାଜପୁରର ମୁରବୀ ଅଶୋକ ଦାସ…

- Advertisement -

ଯାଜପୁର : ୨୦୦୩ ମସିହା । ଯାଜପୁର ନରସିଂହ ଚୌଧୁରୀ କଲେଜର ଛାତ୍ର ସଂସଦ ନିର୍ବାଚନରେ ମୁଁ ପ୍ରାର୍ଥୀ ହୋଇଥାଏ । ନୁଆ ନୂଆ କଲେଜରେ ପାଦଦେଇ କାହିକିଁ କେଜାଣେ ମୁଁ ଛାତ୍ର ସଂସଦର ନିର୍ବାଚନ ପ୍ରାର୍ଥାୀ ହେବା ପାଇଁ ଆଗ୍ରହ ପ୍ରକାଶ କଲି ।ନିର୍ବାଚନ କେମିତି ଲଢନ୍ତି ଓ କଣ କରାଯାଏ ସେ ବିଷୟରେ କିଛି ଜାଣିନଥିଲି ମୁଁ । ତଥାପି ସାହସ ଜୁଟାଇ ମୁଁ ପ୍ରାର୍ଥୀ ହେବା ପାଇଁ ମନସ୍ଥ କଲି । ଆଉ ତାପରେ ପୁସିଂଗ କାର୍ଡ଼ ଓ ନିର୍ବାଚନ ପ୍ରଚାର କେମିତି କରିବି ସେ ଚିନ୍ତା ମତେ ଘାରିଲା । କାରଣ ଏଥିପାଇଁ ପଇସାର ଆବଶ୍ୟକତା ରହିଛି । ସେତେବେଳେ କିଛି  ଲୋକମତେ କହିଲେ ତୁ ନିର୍ବାଚନରେ ଛିଡ଼ା ହୁଅ ଆମେ ପଇସା ଯୋଗାଡ଼ କରିଦେବୁ । ବାସ ମୁଁ ମାତିଲି । କଲେଜ ପଢୁଥିବା ସମୟରେ ଲଲିତେଶ୍ୱରରେ  ରହୁଥିବା ପୁତୁଲା ଭାଇ ( ସତ୍ୟବ୍ରତ ଦାସ ) ମୋର ଭାରି ଘନିଷ୍ଠ ଥିଲେ । ସେ କହିଲେ ରହ ତୋ ପାଇଁ କିଛି କରିବା । ଆଉ ତାପର ଦିନ ୪ଟାବେଳେ ମତେ ସେ ନେଇଗଲେ କାଳିମେଘାକୁ । କାଳିମେଘା ଯାଜପୁର ଏକ ପରିଚିତ ସ୍ଥାନ । ସେଠାରେ ସବୁ ହୁଏ । ନ୍ୟାୟ . ଅନ୍ୟାୟର ବିଚାର ଓ ସାହାର୍ଯ୍ୟ, ସହଯୋଗ ଓ ଭାରଷା ଆଉ ବିଶ୍ୱାସର ଜାଗା ଏହି କାଳିମେଘା । କାରଣ ସେଠାର ଯାଜପୁରର ମୁରବୀ ତଥା ଓଡ଼ିଶାର ସାଲିସ ବିହୀନ ସମ୍ରାଟ ସ୍ୱର୍ଗତି ଆଶୋକ ଦାସଙ୍କ ଦରବାର । ଯାଜପୁରବାସୀ ଓ ଓଡ଼ିଶାର କୋଣ ଅନୁକୋଣରୁ ଯାହାର ଯାହା ସମସ୍ୟା ଥାଏ ସେଠାରେ ସମାଧାନ ହୁଏ । ଦିନରାତି ଏହି ଦରବାର ଖୋଲା । ପ୍ରଥମଥର ପାଇଁ ପୁତୁଲା ଭାଇଙ୍କ ସହ ମୁଁ ସେଠାରେ ପହଞ୍ଚିଲି । ଦେଖିଲେ ଚାରିପାଖେ ଲୋକେ ଘରିଛନ୍ତି । ଧଳାବାଳ, କଳା ନିଶ  ସହ ଟଲମ୍ୟାନ ଜଣେ କାହାକୁ ଖୁବ ଜୋରରେ ବିରକ୍ତ ହେଉଛନ୍ତି । ମୁଁ ତ ଡ଼ରିଗଲି । ଏହାପରେ ମୁଁ ମତେ ସାଙ୍ଗରେ ନେଇକି ଯାଇଥିବା ଭାଇଙ୍କୁ ପଚାରିଲି ଭାଇ ଏ କିଏ । ଯେ କହିଲେ ବାବୁ । ମୁଁ କହିଲି ବାବୁ । ସେ କହିଲେ ଅଶୋକ ଦାସ । ରହ ଟିକେ ଫାଙ୍କା ହେଉ ଆମେ କଥା ହେବା । ଆଉ ପ୍ରାୟ ୩୦ ମିନିଟି ଅପେକ୍ଷା ପରେ ସେ ଆମ ଆଡ଼କୁ ଅନାଇକି କହିଲେ କଣ ହେଲା । ଆସ ଏଠିକୁ । ଆମେ ଗଲୁ ପୁତୁଲା ଭାଇ ଓ ମୁଁ ପ୍ରଣାମ କଲୁ । ତାପରେ ପୁତୁଲା ଭାଇ କହିଲା ଏ ଏଥର କଲେଜ ନିର୍ବାଚନରେ ଛିଡ଼ା ହୋଇଛି । ଆପଣଙ୍କ ପାଖକୁ ଆସିଛି । ଆଉ  ସେ ସଙ୍ଗେ ସଙ୍ଗେ ମତେ ଦେଖି କହିଲି କଣ ତମ ନାଁ, ଘର କେଉଁଠି । ମୋ ପାଟିରୁ ଶବ୍ଦ ସରିନାହିଁ ସେ ସଙ୍ଗେ ସଙ୍ଗେ କହିଲେ ତୁ ଅମକ ପୁଅ ତ , ତୋ ବାପା କେମିତି ଅଛି । ଏହାସହ କହିଲେ ତୁ ତ ଦେଖିବାକୁ ସୁନ୍ଦର ,ଯାହା ତୁ ଜିତିବୁ । ଏହାକହି ମୋ ପିଠିକୁ ଥାପୁଡ଼େଇ ଦେଲେ । ଏହାପରେ ଅନ୍ୟ ଲୋକମାନଙ୍କ ସହ କଥା ହେଲେ । ଏହାପରେ ମୋ ମନକୁ ଆସିଲା , ଆରେ ନିର୍ବାଚନ ଲଢିବି କିଛି ସହଯୋଗ ପାଇଁ ଆସି ଥିଲି କଣ କିଛି ଦେଲେନି କି ସେ କଥା କହିଲେନି । କଣ କରିବି । ଏହାପରେ ମୁଁ କାଳିମେଘାରୁ ପଳାଇଆସିଲି । ପୁତୁଲା ଭାଇଙ୍କୁ କହିଲି ଭାଇ ଅଶୋକ ବାବୁ ତ କିଛି ସହଯୋଗା କଲେନି । ଖାଲି କହିଲେ ତୁ ସୁନ୍ଦର ଅଛୁ , ତୋ କଥାରୁ ଜାଣିପାରୁଛି ତୁ ନିର୍ବାଚନ ଜିତିବୁ । ଭାଇ କହିଲେ ରହ । ମୁଁ କିଛି ବ୍ୟବସ୍ଥା କରୁଛି । ପୁତୁଲା ଭାଇ ହସିକି କହିଲେ ତତେ ବାବୁ କଣ କହିଲେ ଶୁଣିଲୁନି କି , ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ପଇସା କଣ ଦରକାର । ଏହାପରେ ମୁୃଁ ଓ ଭାଇ ଆସିଲୁ । ଏହାପରେ ସେ କଣ ସହଯୋଗ କଲେ , ମୁଁ ନିର୍ବାଚନ ଜିତିବା ପରେ ଜାଣିଲି । କିନ୍ତୁ ସେଦିନ ସେ ନିର୍ବାଚନ ଜିତିବା ନେଇ ମୋ ମନରେ ଯେଉଁ ଆତ୍ମ ବିଶ୍ୱାସ ଭରିଦେଲେ ତାହା ମତେ ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ୪ଥର ଛାତ୍ର ନେତା ବନାଇଦେଲା । ଶେଷ ବର୍ଷରେ ମଧ୍ୟ ମୁଁ  ନରସିଂହ ଚୌଧୁରୀ ( ଏନ.ସି) କଲେଜର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହେଲି ।
ମାତ୍ର କିଛି ସମୟର ଏ ଥିଲା ମୋର ଓଡ଼ିଶାର ସ୍ୱାଭିମାନୀ, ସାଲିସ ବିହୀନ, ମୁକୁଟ ବିତହିନ ସମ୍ରାଟ ଅଶୋକ ଦାସଙ୍କ ସହ ଗୋଟେ ଅନୁଭୂତି । ଏମିତି  ଥିଲେ ସେ , ଲୋକଙ୍କୁ ଦେଖି ଲୋକଙ୍କ ମନକଥା ସେ ବୁଝିଯାଉଥିଲେ ।  ସେ ଯାଜପୁରର ମୁରବୀ ଥିଲେ । ଆଜି ଯାଜପୁରବାସୀଙ୍କ ପରମ ପୂଜ୍ୟ ସ୍ୱଗତ ଅଶୋକ ଦାସଙ୍କ ଦ୍ୱାଦଶ ଶ୍ରାଦ୍ଧ ଦିବସରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଦାଞ୍ଜଳୀ । ..
ଚିନ୍ମୟ ମହାପାତ୍ର, ସାମ୍ବାଦିକ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles