ଭୁବନେଶ୍ୱର : ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ ।ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସର୍ବଦଳୀୟ ବୈଠକ ବସିବା ନେଇ ବିରୋଧୀ ମାନେ ଦାବି କରୁଥିଲେ । ଏନେଇ ନିଷ୍ପତ୍ତି ହୋଇଛି ।ବିଧାନସଭା ର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଏହାସହ ବିରୋଧୀ ମାନଙ୍କ ଅଭିଯୋଗ ଉପରେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି ।ଏଥିର ବିଧାନସଭା ଅଧିବେଶନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବ କି ନାହିଁ ସେନେଇ ମଧ୍ୟ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି ।କୋଭିଡ୍ କଟକଣା ଭିତରେ ବିଧାନସଭା ବସୁଥିବାରୁ ଏନେଇ ମଧ୍ୟ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚୁନା ଦେଇଛନ୍ତି । ସେପଟେ ବୈଠକ ନେଇ ବିରୋଧୀ ନିଜ ମତ ରଖିଛନ୍ତି l ଶୁନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା ନେଇ ବୈଠକରେ ଦାବି କରିବେ ବୋଲି କହିଛନ୍ତି l ଶାସକ ଦଳ କହିଛି ନିୟମ ଅନୁସାରେ ବାଚସ୍ପତି ଗୃହ ଚଳାଇବେ l