ସର୍ବଦଳୀୟ ବୈଠକ କିଏ କଣ କହିଲେ…….

- Advertisement -

ଭୁବନେଶ୍ୱର : ନଭେମ୍ବର  20ତାରିଖରେ ବିଧାନସଭାର ଶୀତ କାଳୀନ ଅଧିବେଶନ l ଏହା ପୂର୍ବରୁ ସର୍ବ ଦଳୀୟ ବୈଠକ ଶେଷ ହୋଇଛି l ବୈଠକ ପରେ କିଏ କଣ କହିଲେ ନଜର ପକାନ୍ତୁ….

ସୂର୍ଯ୍ୟ ନାରାୟଣ ପାତ୍ର, ବାଚସ୍ପତି : ସର୍ବଦଳୀୟ ବୈଠକ ଶେଷ। ବୈଠକ ପରେ ବାଚସ୍ପତି ଙ୍କ ପ୍ରତିକ୍ରିୟା। କୋଭିଡ ଗାଇଡ଼ଲାଇନ ଅନୁସାରେ ଏଥର ବିଧାନସଭା ଚାଲିବ। ସାଢ଼େ ଚାରି ଘଣ୍ଟା ହେବ ବିଧାନସଭା। କୋଭିଡ ପରିସ୍ଥିତି ପାଇଁ ଷ୍ଟାର ପ୍ରଶ୍ନ ବନ୍ଦ ହେବ। 20 ତାରଖରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। କୋଭିଡ ସ୍ଥିତିକୁ ଦେଖି ବିଧାୟକ ମାନଙ୍କର ବସିବ ସ୍ଥାନ ନିରୂପଣ କରାଯାଇଛି। ବରିଷ୍ଠ ବିଧାୟକ ମାନେ ଚାହିଁଲେ ଭିଡ଼ିଓ କଂଫେରେନ୍ସିଂଗ ମାଧ୍ୟମରେ ରହିପାରିବେ।

ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା : ପ୍ରଶ୍ନକାଳ ବାତିଲକୁ ବିରୋଧ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଧାନ କିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବେକାରୀ ସମସ୍ୟା, ନିଶା କାରବାର, କୋଭିଡ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ କଂଗ୍ରେସ।

ପ୍ରଦୀପ୍ତ ନାୟକ, ବିରୋଧ ଦଳ ନେତା : ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନଏକଙ୍କ ପ୍ରତିକ୍ରିୟା। ପ୍ରଶ୍ନକାଳ ବାତିଲ କୁ ଆମେ ବିରୋଧ କରୁଛୁ। ପିଇବା ପାଣି ସମସ୍ୟା ଡାକ୍ତର ଅଭାବ ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି , ବିଜୁଳି ଦର ବୃଦ୍ଧି, ଏକାମ୍ର କାନନ ଜମି ହସ୍ତାନ୍ତର, ଧାନ କିନାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠିବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles