ରାଜ୍ୟର ମୁଣ୍ଡପିଛା ଆୟ ଗତବର୍ଷ ତୁଳନାରେ 2. 3 ପ୍ରତିଶତ ହ୍ରାସ…..

- Advertisement -

ଭୁବନେଶ୍ୱର : ପ୍ରକାଶ ପାଇଲା 2020 21 ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ। ଏଥର ରାଜ୍ୟର ଅଭିବୃଦ୍ଧି ହାର କମିବ। ବିଯୁକ୍ତ 4.92 ହେବ ବୋଲି ଆକଳନ କରାଯାଇଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ 2020 21 ରେ ଏଭଳି ଆକଳନ କରାଯାଇଛି। ରାଜ୍ୟ ଅର୍ଥନୀତି ଉପରେ କୋଭିଡର ଜୋରଦାର ପ୍ରଭାବ ପଡିଛି। କୋଭିଡ ପ୍ରଭାବରେ ରାଜ୍ୟର ଅର୍ଥନୀତି ସଂକୁଚିତ ହେବ। 2012 13 ରୁ 2019 20 ମଧ୍ୟରେ ଓଡ଼ିଶାର ଅର୍ଥନୀତି ହାରାହାରି ବାର୍ଷିକ 7.1 ପ୍ରତିଶତ ହାରରେ ବୃଦ୍ଧି ପାଇଥିବାବେଳେ ଜାତୀୟ ହାର 6.6 ପ୍ରତିଶତ ଥିଲା। 2020 21 ରେ ଦେଶର ଜିଏସଡିପି ଵିଯୁକ୍ତ 7.7 ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବାବେଳେ ଓଡିଶର ଜିଏସଡିପି ଵିଯୁକ୍ତ 4.92 ରହିବ। ଯାହାକି ଜାତୀୟ ହାରଠୁ ଭଲ ସ୍ଥିତିରେ ରହିବ। ଓଡ଼ିଶାର ମୁଣ୍ଡ ପିଛା ଆୟ କମିଛି। ଗତବର୍ଷ ତୁଳନାରେ ମୁଣ୍ଡପିଛ ଆୟ 2410 ଟଙ୍କା କମିଛି। 2011 12 ରେ ଓଡ଼ିଶାର ମୁଣ୍ଡପିଛ ଆୟ 48 ହଜାର 499 ଥିଲା। 2019 20 ରେ 1 ଲକ୍ଷ 4 ହଜାର 566 ହୋଇଥିଲା। ଚଳିତ ବର୍ଷ ହ୍ରାସ ପାଇ ପହଁଚିଲା 1 ଲକ୍ଷ 2 ହଜାର 156 ରେ। ରାଜ୍ୟର ମୁଣ୍ଡପିଛ ଆୟ ଗତବର୍ଷ ତୁଳନାରେ 2. 3 ପ୍ରତିଶତ ହ୍ରାସ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles