() କଂଗ୍ରେସ ପକ୍ଷରୁ ଆଗତ ମୂଳତବି ପ୍ରସ୍ତାବ ଶୀର୍ଷକ ଚଳିତ 2024 ପୁରୀ ରଥଯାତ୍ରାରେ ନୀତି ମହାବିଭ୍ରାଟ ସରକାର ନିରବ ଦ୍ରଷ୍ଟା ଆଲୋଚନାରେ ସରଗରମ ଗୃହ। କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ରଥଯାତ୍ରା ସଫଳ ହୋଇନାହିଁ ମହା ବିଭ୍ରାଟ ଘଟିଛି, ବଡ଼ ଅଘଟଣ ଘଟିଛି କେବେ ବି ଏଭଳି ଦେଖିବାକୁ ମିକିନଥିଲା। ବଳଭଦ୍ର ତଳେ ପଡିଲେ ମହା ବିଭ୍ରାଟ ହେଲା। ସରକାର ଭଗବାନ ଙ୍କ ନାମ ନେଇ ଆସିଛନ୍ତି ମହାବିଭ୍ରାଟ ପରେ କହୁଛନ୍ତି ଅଭିଯୋଗ ନିରାଧାର। ବିଭ୍ରାଟ କିଛି ହୋଇନି।ସମସ୍ୟା ଲୁଚାଇବା ଦୁଃଖ ଓ ପରୀତାବ ର ବିଷୟ। ଏହା ସରକାର ପାଇଁ ସତର୍କ ଘଣ୍ଟି। ଅସଫଳତା ର ପରିପ୍ରକାଶ ହୋଇଛି। ଭଗବାନ ଙ୍କ ଲୀଳା କହି ଭକ୍ତ ଙ୍କୁ ଆଘାତ ଦେଇଛନ୍ତି। ଆଲୋଚନା ରେ ଭାଗ ନେଇ କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ।
ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଘଟଣା ଘଟିବା ଦିନ ପ୍ରଶାସକ କି ମନ୍ତ୍ରୀ ନଥିଲେ। ଘଟଣା ଘଟିବା ପରେ ରାତି 10 ରେ ଆଇନ ମନ୍ତ୍ରୀ ପଂହଁଚିଲେ।ଚରୁମାଲ ରେ ଅଧ ଘଣ୍ଟା ରହିଲେ ବଡ଼ ଠାକୁର, ତଳେ ପଡିଲେ, ନୀତି କାନ୍ତି ଦେଖିବା ପାଇଁ କେହି ନଥିଲେ। ଏହି ଘଟଣା ବିଶ୍ୱବାସି ଙ୍କୁ ହତ ଚକିତ କରିଛି। ଏହି ଘଟଣା ପରେ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କହୁଛନ୍ତି ଏହା ଛୋଟ ଘଟଣା ଓ ପ୍ରଭୁଙ୍କ ଲୀଳା। ଏହା କହିବା ଓଡ଼ିଶା ବାସି ଓ ଜଗନ୍ନାଥ ପ୍ରେମୀ ଙ୍କୁ ଆଘାତ ଦେଇଛି। ଜଣଙ୍କ ର ମୃତ୍ୟୁ ଘଟିଲା, ଦଳା ଚକଟା ହେଲା, ଲାଠି ଚାର୍ଜ ହେଲା, ଟ୍ରାଫିକ ଅବ୍ୟବସ୍ଥା ହେଲା, ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିଲା। ମହା ପ୍ରଭୁ ତଳେ ପଡିଲେ। ଏହା ପରେ ବି ମନ୍ତ୍ରୀ କହୁଛନ୍ତି ଏହା ଲଜ୍ୟା ଜନକ। ଏହି ରଥଯାତ୍ରା ଲାଗୁଥିଲା ବିଜେପି ଦଳ ର ରଥଯାତ୍ରା। ରଥଯାତ୍ରା ହେଉଛି ସରକାର କଣ ଉତ୍ତର ଦେବେ ବିଜେପି ରାଜ୍ୟ ସଭାପତି ପ୍ରେସ ରିଲିଜ ଦେଉଥିଲେ। ଘଟଣା କୁ ହାଲକା ଭାବେ ସରକାର ନେଇଛନ୍ତି। ଅଣ ସେବାୟତ ରଥ ଉପରେ ଚଢିଲେ କଣ କାର୍ଯ୍ୟାନୁଷ୍ଠାନ ହେଲା। ଲୋକଙ୍କ ମୃତ୍ୟୁ ହେଲା, ମହା ପ୍ରସାଦ ଢଳା ହେଲା ଏହା ଉପରେ ମନ୍ତ୍ରୀ ଉତ୍ତର ରଖିନାହାଁନ୍ତି। ବିଭ୍ରାଟ ହୋଇଛି ଆଇନ ମନ୍ତ୍ରୀ ମାନନ୍ତୁ। ପଦକ୍ଷେପ କଣ ନେଇଛନ୍ତି କୁହନ୍ତୁ।
ଏଭଳି ଅଭିଯୋଗ ବିରୋଧୀ ଦଳ ଆଣିଥିବା ବେଳେ ଆଇନ ମନ୍ତ୍ରୀ କହିଛନ୍ତି ଏହି ଅଭିଯୋଗ ନିରାଧାର। ରଥଯାତ୍ରା ସଫଳତା ସହ ସମ୍ପର୍ଣ ହୋଇଛି। ଅଣ ସେବାୟତ ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହୋଇଛି ତାହା ସମସ୍ତେ ଦେଖିଛନ୍ତି।