() ଓଡ଼ିଶା ବିଧାନସଭାରେ ଆର ଜି କର ମେଡ଼ିକାଲ କଲେଜ ଘଟଣାକୁ ଗୃହ ନିନ୍ଦା କରା ଯାଇଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଆମେ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ଗୋଟେ ଟ୍ୟାକ୍ସଫୋର୍ସ ଗଠନ କରାଯାଇଛି । ଯେଉଁ ଟ୍ୟାକ୍ସ ଫୋର୍ସ କାମ କରୁଥିବା ଡାକ୍ତର ମାନଙ୍କ ର ସୁରକ୍ଷା କୁ ଦୃଷ୍ଟି ଦେବେ । ସମସ୍ତ କାର୍ଯ୍ୟ କରୁଥିବା ଡାକ୍ତର ଙ୍କ ସୁରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ। ଯାହାକୁ ଦୃଷ୍ଟିରେ ରଖି ସବୁ ମେଡ଼ିକାଲ କଲେଜ ରେ ଗୋଟେ ଗୋଟେ ପୋଲିସ ଆଉଟ ପୋଷ୍ଟ ଖୋଲିବୁ*। ସମ୍ବଲପୁର ଠାରେ ଆମେ ଦ୍ୱିତୀୟ ଏମ୍ସ ଖୋଲିବାକୁ ଯାଉଛୁ। ଖୁବଶୀଘ୍ର ଏ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ* । ସ୍ଵାସ୍ଥ୍ୟ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟ ରେ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିବୃତି ଏହି ବୟାନ ଦେଇଛନ୍ତି l ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଜେଡି ସରକାର ସମୟ ରେ ଜୁଲାଇ ୨୦୨୩ ରୋଗୀ ୧ ଲକ୍ଷ ୧୬ ହଜାର ୪୮ ଜଣ ଚିକିତ୍ସିତ ହୋଇଥିବା ବେଳେ ଆମ ସରକାର ସମୟ ରେ ୧ ଲକ୍ଷ ୬୫ ହଜାର ୧୧୪ ଜଣ ଚିକିତ୍ସିତ ହୋଇଛନ୍ତି । କେବେ ବି ଆମ ସରକାର ଙ୍କ ସମୟ ରେ ରୋଗୀ ହନ୍ତସନ୍ତ ହୋଇ ନାହାନ୍ତି । ବରଂ ଲୋକଙ୍କର ବିଶ୍ୱାସ ବଢିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶା ରେ କି ଓଡ଼ିଶା ବାହାରେ ୯୦୦ ହସ୍ପିଟାଲରେ ଲୋକେ ଚିକିତ୍ସା ପାଉଥିଲେ କିନ୍ତୁ ଆମର ଦୁଇ ଯୋଜନା ଦ୍ୱାରା ୨୭୦୦୦ ହସ୍ପିଟାଲରେ ଚିକିତ୍ସା ପାଇ ପାରିବେ । ଆୟୁସମାନ ଯୋଜନା ଓଡିଶା ଲାଗୁ ହେବା ଦ୍ୱାରା ଓଡିଶା ୬୦୦ କୋଟିର ଆର୍ଥିକ ଲାଭ ପାଇବୁ । ଯାହା ପୂର୍ବ ସରକାର ର ଟାଳ ଟୁଳ ନୀତି କାରଣରୁ ଏହି ଟଙ୍କା ପାଇବାରୁ ଓଡିଶା ବଞ୍ଚିତ ହେଉଥିଲା । ଆମ ସରକାର ସମୟ ରେ ଯାଜପୁର ରେ ମେଡ଼ିକାଲ କଲେଜ ଆରମ୍ଭ ହେବାକୁ ଯାଉଛି୧୯୬୨ ପରଠୁ ୫୫ ବର୍ଷ ପରେ ୨୦୧୭ ରେ ରାଜ୍ୟରେ ନୂଆ ମେଡ଼ିକାଲ କଲେଜ ନିର୍ମାଣ ହୋଇଛି । ଆଉ ୨୦୧୭ ପରଠୁ ଯେତେ ମେଡିକାଲ କଲେଜ ହୋଇଛି ତାହା କେନ୍ଦ୍ର ସରକାରଙ୍କ ଅବଦାନରୁ ହୋଇଛି । ରାଜ୍ୟ ସରକାରଙ୍କ ର କୌଣସି ବାହା ବାହା ନେବାର ଅଧିକାର ନାହିଁ ସେଥିରେ । ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ଆମେ ଆରମ୍ଭ କରାଯିବ । ଡିଜିଟାଲ ଜରିଆରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ । ୫୫ ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାଗଣା ଡାଇଲିସିସି କାର୍ଯ୍ୟକ୍ରମ କରାଯିବ ।
ଆମ୍ବୁଲାନ୍ସ ର ସମୟ ୩୦ ମିନିଟ ବଦଳରେ ୨୦ ମିନିଟ କରାଯିବ । ଲୋକଙ୍କ ପାଖରେ କମ ଟାଇମ ରେ ଆମ୍ବୁଲାନ୍ସ ପହଁଚିବ । ବିର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଆମ ସରକାର ଆରମ୍ଭ କରିଛନ୍ତି । ୪୯୫୨୨ ଜଣ ଆଶା କର୍ମୀ ଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର ଯତ୍ନବାନ ବାଲେଶ୍ଵର, ମୟୁରଭଞ୍ଜ, କୋରାପୁଟ, ପୁରୀ, ଯାଜପୁର ଭଳି ସ୍ଥାନରେ ନୂଆ ମେଡ଼ିକାଲ କଲେଜ ସହିତ ନୂଆ ନର୍ସିଂ କଲେଜ କୁ ଯୋଡ଼ାଯିବ । ସମସ୍ତ ଗ୍ରାମ ପଂଚାୟତ ହେଡ଼ କ୍ଵାଟର ରେ ଆୟୁସମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯିବ । ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ଶେଷ ହେବ । ଏହି ସ୍ଥାନରେ ଜଣେ ଯୋଗ ଶିକ୍ଷକ ଏବଂ ମେଡ଼ିକାଲ ଷ୍ଟାପ ରହିବେ । ଓଡିଶା ହେଲ୍ଥ ବିଶ୍ୱ ବିଦ୍ୟାଳୟ କୁ ଆମେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବୁ l ମେଡ଼ିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ରେ ଆମେ କରିବୁ l ୧୫୭୭୪ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ରହିଛି ସେଥି ମଧ୍ୟରୁ ୧୦୦୦୦ ହଜାର ଡାକ୍ତର ରହିଛନ୍ତି ବର୍ତ୍ତମାନ । ୫୬୦୦ ପଦବୀ ସେଥିରୁ ଖାଲି ଅଛି । ଡାକ୍ତର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଖୁବଶୀଘ୍ର ୩୦୦ ଡାକ୍ତର ଓ ପାରା ମେଡ଼ିକାଲ ଷ୍ଟାପ ନିଯୁକ୍ତି ଦେବାକୁ ଯାଉଛୁ। କଳାହାଣ୍ଡି, ଦେବଗଡ଼, ଓ ଯାଜପୁର ର ହସ୍ପିଟାଲ ର ଶୁଭାରମ୍ଭ କରିବା ସହ ଅନୁଗୁଳ, ବଲାଙ୍ଗୀର ସୋନପୁର, କନ୍ଧମାଳ ସମେତ ୫ ରୁ ଅଧିକ ସଦର ମହକୁମା ରେ ଆମେ ସ୍ଥନ୍ୟ ପାନ ପରିଚାଳନା କେନ୍ଦ୍ର ଖୋଲିବାକୁ ଯାଉଛୁ। ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗ କୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।