ବିଧାନସଭା ସମ୍ମୁଖରେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା

- Advertisement -

ଭୁବନେଶ୍ୱର :  ମା ଆଉ ପୁଅ l 20ମିନିଟର ଡ୍ରାମା l ତାହା ପୁଣି ସବୁଠାରୁ ଅଧିକ ସୁରକ୍ଷା ବଳୟରେ ଥିବା ସ୍ଥାନରେ l ଆଜି ବିଧାନସଭା ସମ୍ମୁଖରେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା ଦେଖିଛନ୍ତି ଦେଖଣା ହାରୀ । କଡା ସୁରକ୍ଷା ସତ୍ତ୍ବେ ମା’ ବେକରେ ଛୁରୀ ଲଗାଇଲା ପୁଅ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗାନ୍ଧୀ ମାର୍ଗରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହେଲେ କଡା ସୁରକ୍ଷା ସତ୍ତ୍ବେ ଯୁବକଙ୍କ ଏଭଳି ଅଦ୍ଭୁତ କାଣ୍ଡ ଦେଖିବାକୁ ମିଳିଥିଲା ।
ସୂଚନାନୁସାରେ ନୟାଗଡ଼ ଦଶପଲ୍ଲାର ଯୁବକ ଜିତେନ୍ଦ୍ର ପାଲ ତାଙ୍କ ମା’ ଝରଣାଙ୍କ ବେକରେ ଛୁରୀ ଲଗାଇ ମାରି ଦେବାକୁ ଉଦ୍ୟମ କରିଥିଲେ । ବହୁ ସମୟ ଧରି ରାସ୍ତାରେ ଚାଲିଥିଲା ଯୁବକଙ୍କ ହାଇଡ୍ରାମା । ଯୁବକଙ୍କ ଏଭଳି ଅଦ୍ଭୁତ କାଣ୍ଡ ପାଇଁ ଗାନ୍ଧୀ ମାର୍ଗରେ ଟ୍ରାଫିକ ଜାମ ହେବା ସହ ଯୁବକଙ୍କୁ କାବୁ କରିବାକୁ ପୋଲିସ ନାକେଦମ ହୋଇପଡିଥିଲା । ତେବେ ଦୀର୍ଘ ସମୟର ସଂଘର୍ଷ ପରେ ଶେଷରେ ପୋଲିସ ଯୁବକ ଜିତେନ୍ଦ୍ରଙ୍କୁ କାବୁ କରିଛି ।ବିଧାନସଭା ସମ୍ମୁଖରେ ମା’ ବେକରେ ଛୁରୀ ଲଗାଇଲା ପୁଅସେପଟେ ଜିତେନ୍ଦ୍ରକୁ କାବୁ କରିବା ପରେ ମା’ ଝରଣା କହିଛନ୍ତି ଯେ, ଦୀର୍ଘ 7 ବର୍ଷ ହେବ ଜଣେ ଲୋକର ଆତ୍ମା ପୁଅ ଦେହରେ ରହିଛି । ପୂର୍ବରୁ ମଧ୍ୟ ଜିତେନ୍ଦ୍ର ଘରୁ ଭୁବନେଶ୍ବରକୁ ପଳେଇ ଆସିଥିଲେ । ପରେ ମା’ ଓ ମାମଁ ତାଙ୍କୁ ବୁଝେଇ ସୁଝେଇ ଘରକୁ ନେଇଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles