() ଗଣମାଧ୍ୟମରେ କମ କହୁନ୍ତି, ହେଲେ ସବୁ ଗଣମାଧ୍ୟମ ପ୍ରତିନିଧିଙ୍କ ହୃଦୟରେ ସେ ସ୍ଥାନ ପାଇଛନ୍ତି । ଯାହା ମଙ୍ଗଳବାର ନବୀନ ନିବାସ ବାହାରେ ଦେଖିବାକୁ ମିଳିଥଲା । ସମୟ ଦିନ ୧୨ଟା ୧୫ ମିନିଟ । ନବୀନ ନିବାସରୁ ବାହାରିଲା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଗାଡି । ସଂଗଠନ ଉପରେ ନବୀନ ନିବାସରେ ବୈଠକ ଚାଲିଥିବାରୁ ସ୍ବଭାବିକ ଭାବେ ଗଣମାଧ୍ୟମ ପ୍ରତିନିଧୀମାନେ ତାଙ୍କର ଖବର ସଂଗ୍ରହ ପାଇଁ ବାହାରେ ଛିଡ଼ା ହୋଇଥାନ୍ତି । ବାହାରା ଟାଣଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ବବିଙ୍କ ଗାଡି ଅଟକିଗଲା ସମ୍ବାଦିକଙ୍କ ପାଖରେ । ସଙ୍ଗେ ସଙ୍ଗେ ବବି କହିଲେ କାହିକିଁ ଏତେ ଟାଣ ଖରାରେ ଛିଡ଼ା ହୋଇଛ । ଦଳର ସଂଗଠନ ନେଇ ଯାହା ଖବର ହେବ ସାର ଆପଣଙ୍କୁ ଜଣେଇବେ । ତମେମାନେ ଖରାରେ ଠିଆହୁଅ ନାହିଁ । ଘରକୁ ଯାଅ । ବିଜେଡ଼ି ସଂଗଠନ ସମ୍ପାଦକ ମୁହଁରୁ ଏହି କେହି ପଦ କଥା ଶୁଣି ସାମ୍ବାଦିକମାନେ କହିଲେ ନେତା ହେବ ତ ଏମିତି । ବାସ ତାପରେ ବେଶ କିଛି ସମୟ ସାମ୍ବାଦିକ ଓ ବବିଙ୍କ ମଧ୍ୟରେ ଚାଲିଲା ଆଲୋଚନା । ମଜାରେ ମଜାରେ ସାମ୍ବାଦିକମାନେ ବହୁତ କଥା କହିଲେ ବବିଙ୍କୁ ସହ ସେ ମଧ୍ୟ ସାମ୍ୱାଦିକ ମାନଂକ ସହ ବେଶ କିଛି ସମୟ ଗପିବାରେ ଲାଗିଲେ l ଶେଷରେ ବବି କହିଦେଇ ଗଲେ ତମ ମାନଙ୍କ ସହ ସବୁବେଳେ ଥିଲି ଓ ରହିବି ଭାଇ ହୋଇ l ରାଜନେତା ନୁହେଁ, ବଂର ଜଣେ ବଡ଼ଭାଇ ସମ୍ପର୍କ ରଖି ବବିଙ୍କ ଏପରି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଭଲପାଇବାର କେହି ମିନିଟର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି କଥା କମ କାମରେ ଅଧିକ ବିଶ୍ବାସ ରହୁଥିବା ବବି ସବୁବେଳେ ସାମ୍ବାଦିକମାନଙ୍କ ସହ ସୁ ସମ୍ପର୍କ ରଖିଥାନ୍ତି । ରାଜନେତା ଓ ସାମ୍ବାଦିକ ମାନଙ୍କ ମଧ୍ୟରେ ଖବର ସହ ଯେପରି ସାମାଜିକ ସମ୍ପର୍କ ବବି ରଖିଛନ୍ତି ତାହା ଅନ୍ୟ ନେତାମାନଙ୍କ ପାଇଁ ଉଦାହରଣ । କେବଳ ନବୀନ ନିବାସରେ ନୁହେଁ । ସବୁବେଳେ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ବବି ସମୟ ପାଇଲେ ବିଭିନ୍ନ ପ୍ରସଙ୍ଗରେ ମନଖୋଲି ଗପନ୍ତି । ନିକଟକରେ ରାଜ୍ୟସଭା ନିର୍ବାଚନରେ ବିଧାନସଭାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥଲା । ଘଣ୍ଟା ଘଣ୍ଟା ଖବର ସଂଗ୍ରହ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଯେତେବେଳେ ଟିକେ ଫ୍ରି ହୁଅନ୍ତି, ଯଦି ସେ ସମୟ ରେ ବବି ଥିବେ ତେବେ ଗପଜମିଲା ଜାଣ l କାରଣ ସବୁବେଳେ ସାମ୍ବାଦିକମାନଙ୍କ ସାଥିରେ ରହିବାକୁ ବବି ଭଲ ପାଆନ୍ତି l କେବଳ ଖବର ନୁହେଁ, ବଂର ସାମ୍ବାଦିକଙ୍କ ଭଲମନ୍ଦ ପଚାରି ବୁଝନ୍ତି ସେ । ପ୍ରତିଷ୍ଠିତ ଗଣମାଧ୍ୟମ ହେଉ କି ନୂଆ ଓ୍କେବ ମିଡ଼ିଆ । ସଭିଁଙ୍କ ସହ ବବିଙ୍କ ଭଲ ସମ୍ପର୍କ । ସାମ୍ବାଦିକଙ୍କ ଦୁଃଖ ଓ ସୁଖର ସାଥୀ ହୁଅନ୍ତି ସେ । ଯଦି ସାମ୍ବାଦିକମାନେ କୌଣସି ଅସୁବିଧାରେ ଥାଆନ୍ତି ବବି ସଙ୍ଗେସଙ୍ଗେ ତାଂକୁ ସହଯୋଗ କରନ୍ତି । ବବିଙ୍କ ଏହି ବଡ଼ ପଣ ଆଜି ପୁରା ଓଡ଼ିଶାରେ ଚର୍ଚ୍ଚା