ଯାଜପୁର : ପ୍ରଣବ ପ୍ରକାଶ ଦାସ। ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ। ଦିନେ ଯେଉଁ ଗୁରୁଙ୍କ ବେତ ପାହାର ,ଗାଳି ଓ ଉଚିତ ଶିକ୍ଷା ବଳରେ ମେଧାବୀ ଛତ୍ର ବନିଥିଲେ। ଆଜି ସେହି ଗୁରୁଙ୍କୁ ନେଇ ଗର୍ବିତ ବବି।ପ୍ରଣବ ଯେମିତି ତାଙ୍କ ଗୁରୁଙ୍କ ଠାରୁ ଉଚିତ ଶିକ୍ଷା ତଥା ମାର୍ଗ ଦର୍ଶନରେ ଓଡ଼ିଶା ରାଜନିତୀର ଜଣେ ଲୋକ ପ୍ରିୟ ଯୁବନେତା ହୋଇପାରିଛନ୍ତି। ଠିକ୍ ସେହିପରି ତାଙ୍କ ଗୁରୁ ମଧ୍ୟ ନିଜର କଠିନ ପରିଶ୍ରମ ଓ ସାଧନା ବଳରେ ଜଣେ ଲୋକପ୍ରିୟ ସାହିତ୍ୟିକ ତଥା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଉପନ୍ୟାସ ପାଇଁ ଯାଜପୁରର ନିତ୍ୟାନନ୍ଦ ପାଣ୍ଡାଙ୍କୁ ପୁରସ୍କୃତ କରାଯିବ । ଏହାସହ କବିତା ପାଇଁ ବୀଣାପାଣି ପଣ୍ଡାଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ଏହି ଦୁଇ ସାହିତ୍ୟିକଙ୍କ ପାଇଁ ସମଗ୍ର ଯାଜପୁର ଜିଲ୍ଲା ଆଜି ଗର୍ବିତ। ଯାଜପୁର ବିଧାୟକ ଭାବେ ପ୍ରଣବ ମଧ୍ୟ ଉକ୍ତ ସଫଳତା ପାଇଁ ବେଶ ଗର୍ବିତ। ହେଲେ ପ୍ରଣବଙ୍କ ଖୁସି କିନ୍ତୁ ଦ୍ୱିଗୁଣିତ। କାରଣ ତାଙ୍କ ଗୁରୁଙ୍କୁ ମିଳିଛି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ଯେଉଁଥି ପାଇଁ ଗୁରୁଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇନ୍ତି ପ୍ରଣବ। ନିଜେ ଗୁରୁଙ୍କ ପାଖକୁ ଯାଇ ଅଭିନ୍ଦନ ଜଣାଇବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି।ଏହାସହ ଗୁରୁଙ୍କ ସହ ବସି ପିଲା ଦିନର ଅନେକ ସ୍ମୃତିକୁ ମନେ ପକାଇଥିଲେ। ଗୁରୁ ନିତ୍ୟାନନ୍ଦ ପଣ୍ଡା ଓ ବୀଣାପାଣି ପଣ୍ଡାଙ୍କ ସହ ବିତାଇଥିଲେ ଅନେକ ସମୟ। ପ୍ରଣବଙ୍କୁ ବେଶ ପ୍ରଶଂସା କରିଛନ୍ତି ତାଙ୍କ ଗୁରୁ। କହିଛନ୍ତି ତୁ ଆଜି ବି ଠିକ୍ ସ୍କୁଲ ବେଳ ବବି ଭଳିଆ ଅଛୁ। କିଛି ବି ପରିବର୍ତ୍ତନ ହୋଇନାହିଁ ତୋର।ନିତ୍ୟାନନ୍ଦ ପଣ୍ଡା ଖୁବ କମ୍ ଉପନ୍ୟାସ ଲେଖନ୍ତି।ହେଲେ ଯେତିକି ଲେଖନ୍ତି ସେତିକିରେ ନଜର ଶବ୍ଦ ଚତୁରତାର ସମ୍ପୁର୍ଣ୍ଣ ଜୀବନ୍ତ କରିଦିଅନ୍ତି ସେ ଉପନ୍ୟାସକୁ।