() ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ବିଧାୟକ । ରାଜନୈତିକ କାର୍ଯ୍ୟଧାରା ପାଇଁ ବବି ସବୁବେଳେ ଚର୍ଚ୍ଚିତ l ଲୋକାଭିମୁଖୀ କାମ ପାଇଁ କୋରାପୁଟରୁ ମୟୁରଭଞ୍ଜ , ଭୁବନେଶ୍ୱରରୁ ନବରଙ୍ଗପୁର ପୁଣି ଯାଜପୁର । ସବୁଠି ଦିନରାତି ଏକ କରି ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥାନ୍ତି l ବିଜେଡ଼ି ସୁପ୍ରିମୋ ତଥା ନବୀନଙ୍କ ନୀତିଆଦର୍ଶକୁ ଜୀବନର ମୂଳମନ୍ତ୍ର କରି ପ୍ରଣବ ସବୁବେଳେ ଲୋକଙ୍କ ସେବା କରିବାକୁ ଆଗ୍ରହ ରଖନ୍ତି । କେତେବେଳେ କେଉଁ ଗରିବ କୁଢିଆରେ ଖାଆନ୍ତି ତ କେତେବେଳେ ପଂଚାୟତ ସ୍କୁଲରେ ରାତ୍ରୀଯାପନ କରନ୍ତି । ଯେମିତି ଓଡ଼ିଶାବାସୀଙ୍କ ସେବା ପାଇଁ ତାଙ୍କର ଜନ୍ମ l ବବିଙ୍କ ଏପରି ଜନସେବା ମନବୃତ୍ତି ପାଇଁ ନବୀନଙ୍କ ସେ ପ୍ରିୟପାତ୍ର l ତାଙ୍କର ଚତୁର ରାଜନୈତିକ ଗୋଟି ଚାଳନ ପାଇଁ ସବୁ ନିର୍ବାଚନରେ ବିରୋଧି ଧରାଶାୟୀ କରନ୍ତି l ଏଥିପାଇଁ ଓଡ଼ିଶା ରାଜନୀତିରେ ସେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି l କାରଣ ସେ ଲୋକଙ୍କ ନେତା । ସବୁବେଳେ ଓ ସବୁ ସମୟରେ ଲୋକଙ୍କ ସହ ରହନ୍ତି । ଲୋକଙ୍କ ସୁଖ ଓ ଦୁଃଖ ସମୟରେ ପରିବାର ସଦସ୍ୟଭାବେ ସାମିଲ ହୋଇ ସାହସ ଦିଅନ୍ତି । କଥା କମ , କାମରେ ବିଶ୍ୱାସ ରଖିଛନ୍ତି ସେ l ଯାହା ଆଜି ଦେଖିବାକୁ ମିଳିଥିଲା ନବରଙ୍ଗପୁରରେ l ହେଲେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ପ୍ରଣବ ଏପରି ଜନ ସେବାକୁ ହଜମ କରିପାରି ନାହିଁ l ପ୍ରଣବଙ୍କ ଜନସେବା ମନବୃତ୍ତିକୁ ବଦନାମର ନୂଆ ରଙ୍ଗ ଦେବାକୁ ଚେଷ୍ଟା କରିଛି l କାରଣ ପ୍ରଣବଙ୍କ ପରିଶ୍ରମ ଓ ରାଜନୈତିକ ଗୋଟି ଚାଳନା ଯୋଗୁଁ ୨୦୧୯ରେ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ମାଲିକ ନିର୍ବାଚନରେ ମାଟି କାମୁଡି ଥିଲେ l ଲୋକଙ୍କ ପାଇଁ ପ୍ରଣବ କାମ କରୁଥିଲେ ମଧ୍ୟ ସେ ତାହାକୁ ଦ୍ବାରପାଳର ନାଁ ଦେଇ ତାଂକୁ ବଦନାମ କରିବା ପାଇଁ ଖବର ପ୍ରସାରଣ କରୁଛନ୍ତି l ଏହାର ଜବାବରେ ପ୍ରଣବ କହିଛନ୍ତି ଯେ ଓଡିଶାବାସୀଙ୍କ କାମ ପାଇଁ ଦ୍ବାରପାଳ କ’ଣ, କ୍ରୀତଦାସ ହେବାକୁ ପ୍ରସ୍ତୁତ ଅଛନ୍ତି । ଆଉ ବିଜେଡିରେ ମୁଁ ମୁଲିଆ ହେବାକୁ ବି ପ୍ରସ୍ତୁତ । ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଆକ୍ଷେପମୂଳକ ଖବର ପ୍ରସାରଣ ଉପରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବବି ଏପରି ବୟାନ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ l କେବଳ ସେତିକି ନୁହେଁ ଏଭଳି ମଧ୍ୟଯୁଗୀୟ ମାନସିକତାରୁ ଊର୍ଦ୍ଧ୍ବକୁ ଆସିବାକୁ ସେ ପରାମର୍ଶ ଦେଇଛନ୍ତି । ନବରଙ୍ଗପୁରର ବିଭିନ୍ନ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ପାଇଁ ନବରଙ୍ଗପୁର ଆସିଥିଲେ ପ୍ରଣବ ।
ନବରଙ୍ଗପୁର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ କଥା ହେବାକୁ ସେ ଡାକିଥିଲି । ମୁଁ ଡାକିଥିବା ଲୋକେ ବାହାରେ ଛିଡା ହେବେ ଆଉ ମୁଁ ଭିତରେ ବସିବି, ଏଭଳି ମାନସିକତାରେ ଆମେ ବିଶ୍ବାସ କରୁନୁ । ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ । ଦଳର ସୁପ୍ରିମୋ ସବୁବେଳେ କୁହନ୍ତି, ଆମେ ରାଜନେତାମାନେ ଲୋକଙ୍କ ସେବକ । ସେହି ଆଦର୍ଶରେ ଆମେ ଲୋକଙ୍କ ପାଇଁ କାମ କରୁଛୁ । ଆଉ ନବରଙ୍ଗପୁରବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ଜିତାଇ ଆସୁଛନ୍ତି । ଆମେ ଲୋକ ସେବକ ହୋଇ କାମ କରୁଛୁ ଆଉ କରିବୁ ବୋଲି ପ୍ରଣବ କହିବା ସହ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ମଧ୍ୟଯୁଗୀୟ ମାନସିକତାରୁ ଊର୍ଦ୍ଧ୍ବରେ ରହିବାକୁ ପରାମର୍ଶ ଦେଇଛନ୍ତି l