ଯାଜପୁର : ଭାବ ପ୍ରସାଦ ଦାସ ପୂର୍ବତନ ଯାଜପୁର ପୌରାଧ୍ୟକ୍ଷ । ନାଁରେ ହିଁ ତାଙ୍କ ଭାବ ଭାରି ରହିଛି । ସେଥିପାଇଁ ତ କାହା ଦୁଃଖ ଦେଖିଲେ ସେ ସହି ପାରିନ୍ତି ନାହିଁ । ଆଉ ପହଞ୍ଚି ଯାଆନ୍ତି ତା ଦୁଆର ମୁହଁରେ । ଏହାସହ ସାହାର୍ଯ୍ୟ ପାଇଁ ଆଗେଇ ଆସନ୍ତି। ଯାହା ଏ ଏବେ ପୁଣି ଥରେ ପ୍ରମାଣିତ କରିଛନ୍ତି। ନାଥସାହି ଗ୍ରାମ ପଞ୍ଚାୟତର ନୂଆପଡ଼ାରେ ବିନ ଜେନା । ବୟସ ୫୦ ବର୍ଷ । ହେଲେ କିଛିଦିନ ହେବ ସେ କ୍ୟାନସର ରୋଗରେ ଆକ୍ରାନ୍ତ ଅଛନ୍ତି । ଫଳରେ ଆଉ କିଛି କାମଧନ୍ଦା କରିପାରୁ ନାହାନ୍ତି । ସେମିତି ବାରଣ୍ଡାରେ ଶୋଇକି ରହିଛନ୍ତି। ଆଉ ଅର୍ଥ ତାଙ୍କ ଚିକିତ୍ସାରେ ସାଜିଛି ବାଧକ । ଏ ଖବର ପାଇବା ମାତ୍ରେ ଭବ କ୍ୟାନସର ପିଡୀତଙ୍କ ଘରେ ପହଞ୍ଚି ଯାଇଥିଲେ । ଆଉ ଚିକିତ୍ସାରେ ଯେମିତି ଅର୍ଥ ବାଧକ ସାଜିବ ନାହିଁ ସେହି ବ୍ୟବସ୍ଥା କରିଛନ୍ତି । ସବୁବେଳେ ଯାଜପୁର ବାସୀଙ୍କ ଦୁଃଖ ସୁଖର ସାଥି ସାଜିଛନ୍ତି ସେ l ସେବାକୁ ମୂଳ ବ୍ରତ କରି କାମ କରିଚାଲିଛନ୍ତି l ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ବାସୀଙ୍କ ଭରଷାର ପ୍ରତୀକହୋଇ ପାରିଛନ୍ତି ଭଵ l