() ସେଦିନ ୧୪ ହଜାର ଲୋକଙ୍କୁ ନେଇ ଗଢି ଉଠିଥିଲା ରାଜଧାନୀ ଭୁବନେଶ୍ବର। ଠିକ୍ ଆଜିର ଦିନରେ।୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ। ଏଇ ଦେଖୁ ଦେଖୁ ୭୪ଟି ବସନ୍ତ ବି ପାର କରି ଗଲାଣି। ହେଲେ ଦିନ ଯେତିକି ଗଡୁଛି ସେତିକି ଚକ ଚକ କରୁଛି ରାଜଧାନୀ। ଏ ଭିତରେ ଅନେକ କିଛି ପାଇଛି ଆଉ ଅନେକ କିଛି ହରାଇଛି ବି। କିଏ କହେ ଏହା ସ୍ବପ୍ନର ସହର, ତ ପୁଣି କିଏ କହେ ମାୟାର ନଗରୀ। ଏଠି ସବୁ ନିଜର , ପୁଣି କିଏ କହେ ଏଠି କେହି ନୁହେଁ କାହାର । ଧନୀ ଠାରୁ ଗରିବ ସମସ୍ତେ ଏଠାରେ ସଂଘର୍ଷ କରୁଛନ୍ତି । ସଭିଁଙ୍କ ମନରେ ଇଚ୍ଛା ଭୁବନେଶ୍ବରରେ ରହିବାକୁ । ସମୟ ଅନୁସାରେ ଭୁବନେଶ୍ବରୁ କାୟା ବଢୁଛି ଓ ରାଜଧାନୀ ବି ନୂଆରୂପ ନେଇଛି । ଭୁବେନଶ୍ବରୁ ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଯେଉଁଠି ଦେଖିବ ବିକାର ଗୋଲାପି ଚିତ୍ର । ବୟସ ଯେତେ ବିତୁଛି ଭୁବନେଶ୍ବର ରୂପ ରେଖ ମଧ୍ୟ ସେତେ ବଦଳୁଛି । ହୁଏତ ଭୁବନେଶ୍ବରୁ ଏପରି ଭାବେ ବଢିବ ତାହା କେବେ କିଏ କଳ୍ପନା କରିପାରିନଥିଲେ । ହେଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସେତେବେଳେ ଯେଉଁ କଥା କଳ୍ପନା କରିଥିଲେ, ରାଜଧାନୀ ପ୍ରତିଷ୍ଠା ଦିବସରେ ଯାହା କହିଥିଲେ ତାହା ବୋଧେ ମାଳିକାର ବଚନ ପରି ଅକ୍ଷର ଅକ୍ଷରେ ସତ ହେବାକୁ ଯାଉଛି । ମନ୍ଦିରମାଳିନୀ ସହର ଭାବେ ବିଶ୍ବରେ ପରିଚିତ ଭୁବନେଶ୍ବର ସମୟକ୍ରମେ ଶିକ୍ଷା ହବ୍ ଭାବେ ନୂଆ ପରିଚୟ ସୃଷ୍ଟି କରିପାରିଛି । ଉତ୍କଳ ବିଶ୍ବ ବିଦ୍ୟାଳୟ , ଓୟୁଏଟି , ଆଇଆଇଟି , ନାଇଜର , ଆଇଏଇଏସ , ଆଇଏମଟି , ଆଇଆଇଟିଟିଏମ , ଆରଏମଆରସି ଭଳି ଜାତୀସ୍ତରୀୟ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଗବେଷଣାରେ ସଫଳତା ହାସଲ କରିଛି । ଇନଫୋସିଟି ଅଞ୍ଚଳ ଆଇଟି ହବ ପାଲଟିଛି । ରାଜଧାନୀ ପ୍ରତିଷ୍ଠା ହେବା ସମୟରେ କେବଳ କ୍ୟାପିଟାଲ ହସ୍ପିଟାଲକୁ ନେଇ ପରିକଳ୍ପନା ଭୁବନେଶ୍ବରରେ ଦେଶରେ ଅଗ୍ରଣୀ ସ୍ବାସ୍ଥ୍ୟ ହବ୍ ପାଲଟିବାକୁ ଯାଉଛି । ତେଣୁ କିଏ ନ ଚାହେଁ ରାଜ୍ୟ ରାଜଧାନୀରେ ଘରଟିଏ କରି ରହିବାକୁ । ଭୁବନେଶ୍ବରରେ ଧନୀ ଗରିବ ତାରତମ୍ୟ ଯେମିତି ରହିବନି ସେଥିପାଇଁ ସରକାର ୩୦ ବର୍ଷ ପୂର୍ବ ସମସ୍ତଙ୍କକୁ ଜମି ଯୋଗଇ ଦେବା ପାଇଁ ଲାଣ୍ଡ ପଲିସି ଜରିଆରେ ଏକ ଲଟରୀ ବ୍ୟବସ୍ଥା କରୁଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକମାନେ ଏହି ଲଟେରୀରେ ସାମିଲ ହେଉଥିଲେ ଆଉ ଜାଗା ଖଣ୍ଡେ ପାଉଥିଲେ । ହେଲ ସମୟ ବଦଳିବା ସହ ବଦଳିଗଲା ନିୟମ । ଏହି ନିୟମ ଆଉ ନାହିଁ । ଧୀରେ ଧୀରେ ଭୁବନେଶ୍ବର ଧନୀ ଲୋକଙ୍କ ସହରରେ ପରିଣତ ହେଲା । ରାଜନେତା, ଶିଳ୍ପପତି , ବଡ଼ବଡ଼ ବ୍ୟବସାୟୀ ଅଧିକ ଦରମା ପ୍ରାପ୍ତ ଲୋକଙ୍କ ପାଇଁ ଯେମିତି ଭୁବନେଶ୍ବର ଗଢା ହୋଇଛି ତାହା ଧୀରେଧୀରେ ପ୍ରମାଣିତ ହେଉଛି । କାରଣ ଜଣେ ସାଧାରଣ ଲୋକ ଚାହିଲେ ବି ସ୍ବପ୍ନରେ ସେ ଯେ ଗୋଟିଏ ଜାଗା ଭୁବନେଶ୍ବରରେ ପାଇବ ତାହା ସାତ ସ୍ବପ୍ନରେ ପରିଣତ ହୋଇଛି । ଜମିର ମୂଲ୍ୟ ଏବେ ଆକାଶ ଛୁଆ୍ଁ ହୋଇଛି ଯାହା ସାଧାରଣ ଲୋକ କିଣିବା କଣ ଭାବିବାକୁ ସାହସ କରିବବନି । ଏଠି ସମ୍ପର୍କ ନୁହେଁ , ସ୍ବାର୍ଥ ଆଗେ । କିଏ କାହାରୀ ନୁହେଁ, ସେ କଥା ବାରମ୍ବାର ଭୁବନେଶ୍ବରରେ ରହୁଥିବା ଲୋକେ ଅନୁଭବ କରୁଛନ୍ତି । କାରଣ ଏଠି କିଏ ମଲେ କାହା ପାଖରେ ଟାଇମ ନାହିଁ । ରଙ୍ଗୀନ ସହରେ ଲୋକଙ୍କ ମନ ଯେ ଅନ୍ଧାର ହୋଇଯାଇଛି ତାହା ଅଳ୍ପେ ବହୁତେ ସମସ୍ତେ ଅନୁଭବ କରୁଥିଲେ । ଏହି ବାସ୍ତବ ଅପେକ୍ଷା ମାୟାରେ ଛନ୍ଦି ହେବାକୁ ସମେସ୍ତ ଭଲ ପାଆନ୍ତି ।