- ଭୁଲିଯିବା ଗୋଟେ ବଦ ଅଭ୍ୟାସ l ଯେଉଁଥି ପାଇଁ ଅନେକ ସମୟର ମହାଭାରତ ସୃଷ୍ଟି ହୁଏ l ପରିବାର ବନ୍ଧନ ମଧ୍ୟରେ ଭୁଲା ମନ ତ ଅନେକ ସମସ୍ୟା ଆଣେ l ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଭୁଲାପଣ ଯେତିକି ଝଡ ସୃଷ୍ଟି କରେ ସେତିକି ଆନନ୍ଦ ମଧ୍ୟ ଦିଏ l ସାଙ୍ଗସାଥୀ ରେ ଭୁଲାପଣ ତ ଯେମିତି ଗାଳି କୁ ସେମିତି ଟାଇମ ପାସ l ଆଉ ପାଠ ପଢାରେ ଭୁଲାପଣ ରହିଲେ ଭବିଷ୍ୟତ ଅନ୍ଧାର ହେବା ଆଗରୁ ଗୁରୁଜନଙ୍କ ଠାରୁ ମାଡଗାଳି ଅଧିକ ଭୟଙ୍କର ସାଜେ l ଭୁଲିବା ମଣିଷର ସଂଖ୍ୟା ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି l ଯେମିତି ସଂକ୍ରମଣ ରୋଗ ପରି ଏ ରୋଗ ବ୍ୟାପିବାରେ ଲାଗିଛି ସମାଜରେ l କଣ ମଣିଷ ଜାଣିଜାଣି ଭୁଲେ ନା ଅଜାଣତରେ ଏହା ଆମକୁ କବଳିତ କରେ l ସେ ଯାହା ହେଉ ବେଳେବେଳେ ଭୁଲା ମନ ଆମକୁ ସୁଖ ଅପେକ୍ଷା ଦୁଃଖ ଅଧିକ ଦିଏ। ଭୁଲାମନ ଆମକୁ ଅନେକ ଶିକ୍ଷା ମଧ୍ୟ ଦିଏ l ଯାହା ସମୟ ଅନୁସାରେ ବହୁତ ଗୁରୁତ୍ୱ ରହେ ଓ ଖୁସି ମଧ୍ୟ ଦିଏ l ଦୁଇ ତିନିଟି ଉଦାହରଣରେ ବିଚାର କରନ୍ତୁ : ନିଜ ସ୍ତ୍ରୀ କି ପ୍ରେମିକାର ଜନ୍ମଦିନକୁ ଜଣେ ବ୍ୟକ୍ତି ଭୁଲି ଯାଇଛି l ଭୁଲାମନ ଯୋଗୁଁ ସେଦିନ ଅଭିନନ୍ଦନ କି କିଛି ଉପହାର ଦେଇନାହିଁ l ଆଉ ସେହିଦିନ ସ୍ତ୍ରୀ ବା ପ୍ରେମିକା ପାଚିକି ନାଲ ପଡିଥିବା ବେଳେ ଯେଉଁ ଉପାୟକୁ ଭୁଲାମନ ସ୍ବାମୀ ବା ପ୍ରେମିକ ଆପଣାଇ ନାଲ ରଙ୍ଗର ମନରେ ଗୋଲାପି ଗୋଲାପି ରଙ୍ଗ ଭିରୀଦିଅନ୍ତି ଭୁଲାମନର ମିଠାପଣରେ l ହେଲେ ଏ ମିଠାପଣ କଣ ତାହା ଆଜି ବି ସସ୍ପେନ୍ସ l ଆଉ ଗୋଟେ ଉଦାହରଣ ହେଉଛି ଯେ ଆପଣ ସହ କାହାର ଝଗଡ଼ା ହୋଇଛି l ସେହି ଦିନ ଠାରୁ ଆପଣ ପରସ୍ପର ସହ କଥା ହେଉନାହାନ୍ତି l ହେଲେ କେଉଁ କାରଣ ପାଇଁ ଝଗଡା ହୋଇଥିଲା ଯଦି କେହି ଜଣେ ଭୁଲି ଯାଇଥିବେ ତାହାଲେ ସମ୍ପର୍କ ପୁଣି ପୂର୍ବ ପରି ଯୋଡିହୋଇ ଯିବ ଆପେ ଆପେ l ଯାହା ଆପଣ କେବେ ଭାବିବି ନଥିବେ l ଏମିତି ତ ଭୁଲା ମନରେ ଯେଉଁଠି ପାଇବେ ସେଇଠି ବ୍ୟାଗ ଛାଡ଼ିଦେବେ, ଅନେକ ସମୟରେ ମାର୍କେଟକୁ ଗାଡି ନେଇଯାଇଥିଲେ ମଧ୍ୟ ଫେରିଲା ବେଳକୁ ଚାଲିଲି କି ଅନ୍ୟ କାହା ଗାଡିରେ ଆସିବା କିଛି ନୂଆ କଥା ନୁହେଁ l ଅନେକ ତ ଏହି ଭୁଲାମନ ଯୋଗୁଁ ଅନେକ ସମ୍ପର୍କ ଓ ଜିନିଷକୁ ବି ହରାଇଛନ୍ତି l
ଏତିକି କହିହେବ ଜୀବନ ଅଛି ତ ଭୁଲାପଣ ରହିବ l ତାହା କାହା ପାଇଁ ଆନନ୍ଦ ଦେବ୍ ତ କାହାକୁ ଶିକ୍ଷା l ଏହି ଭୁଲାମନ କାହାଣୀ ଏମିତି ହୋଇ ରହିଯିବ ଯେ ଯାହାକୁ ଭୁଲିବାକୁ ଚାହିଁଲେ ପ୍ରତି ମୁହୂର୍ତ୍ତରେ ଭୁଲିହେବ ହେଲେ ସ୍ମରଣ ବି କରିହେବ l ଛାଡ଼ନ୍ତୁ କଣ ବାର୍ତ୍ତା ଦେବା ଏ ଭୁଲାପଣକୁ ନେଇ, ଆମେ ବି ଟିକେ ଭୁଲି ଗଲେଣି….
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy