ଗୋଳମାଳିଆ ସର୍ମ୍ପକ ….

- Advertisement -

()ବେଶୀ ଦିନର କଥା ନୁହେଁ । ଅଶୀ ଓ ନବେ ଦଶକରେ ସଂସାର । ଯୌଥ ପରିବାର ଆମର ସମୟ କଟୁଥିଲା । ଏକା ସାଙ୍ଗରେ ଜେଜେ ବାପା, ଜେଜେମା, ବଡ଼ବାପା, ଦାଦା, ଖୁଡ଼ି,ଭାଇ, ଉଭଣୀ ସମସ୍ତେ ଏକାଠି ହସ ଖୁସିରେ ସଂସାର ଚାଲୁଥିଲା । ଏକାଠି ହୋଇ ଟିଭି ଦେଖିବା, ଖାଇବା, ବୁଲିବାକୁ ଯିବା, ଘର କାମ କରିବା ଓ ନିଜ ନିଜର କର୍ତ୍ତବ୍ୟ ବି ଆମେ ସମ୍ପାଦନ କରୁଥିଲେ । ଦୁଃଖ, ସୁଖ ସବୁ ଆସୁଥିଲା ଆଉ ଯାଉଥିଲା । ଝଗଡ଼ା ବି ହେଉଥିଲ, ଡ଼େର ସାରା ଭଲ ପାଇବା ବି ମିଳୁଥିଲା । ସମାଜରରେ ପ୍ରାୟ ସମସ୍ତେ ଏକାଠି ହୋଇ ଜୀବନ କଟାଇବାକୁ ଭଲ ପାଉଥିଲେ । ମୋ , ତୋର ଭାବନା ସେତେଟା ନଥିଲା । ଯାହା ଘରକୁ ଆସିବ ତାହା ସଭିଁଙ୍କର ଏ ଭାବନା ସମସ୍ତଙ୍କର ଥିଲା । ହଁ ଉଣା ଅଧେ କାହାର ମନ ଟିକେ ଖରାପ ହେଉଥିଲା । ହେଲେ ଅନ୍ୟ ଜଣେ ସେ କଥାକୁ ଏତେ ସହଜରେ ବୁଝାଇଦେଉଥିଲା ଯେ ନିମିଶକ ମଧ୍ୟରେ ଆମ ଭିତରେ ଯେ ଘୃଣା ଦୂରେଇ ଯାଉଥିଲ । ଯେମିତି ବଡ଼ ପରିବାରିରେ ଆଗକୁ ସଙ୍କୋତିତ ଭାବ ଘରର ଚାରିକାନନ୍ଥ ଭିତରେ ରହୁଥିଲେ । ସବୁ କାମ କରି ଥକି ପଡ଼ୁଥିଲେ । ବେଳେ ବେଳେ ବି ବଡ଼ ଜାଆ କମ କାମ କରୁଛି ଓ ସାନ ଯାଆ ଅଧିକ କାମ କରୁଛି ଏକଥାକୁ ନେଇ ସ୍ୱାମୀ ପାଖରେ କହେ ସ୍ତ୍ରୀ । ହେଲେ ସ୍ୱାମୀ ଶୋଇଲା ବେଳେ ସ୍ତ୍ରୀକୁ ଏସବୁ ଛୋଟିଆ କଥାକୁ ନଧରି ଏମିତି ଭାବେ ବୁଝାଇଦିଏ ଯେ ସ୍ତ୍ରୀ ବଡ଼ ଜାଆ କାମ କରୁ କି ନକରୁ ସେ କିନ୍ତୁ ସବୁ କରିଦିଏ । ନାରୀ ଭିତରେ ଥିଲା ସହନଶୀଳତା , ନରମ ହୃଦୟ , ଦାୟା, ଭଲ ପାଇବା । ହେଲେ ସେ ସମୟ ଏବେ ବଦଳିଯାଇଛି ।
ଆମେ ନୁହେଁ, ମୁଁ ରେ ବଂଚିବାକୁ ସଭିଁଏ ଭଲ ପାଇଲେ । ଯୌଥ ପରିବାର ଭାଙ୍ଗୀ ଛୋଟ ପରିବାରକୁ ପସନ୍ଦ କଲେ ସଭିଁଏ । ସେହି ଘର ଅଛି, ହେଲେ ସେ ସର୍ମ୍ପକ ଆଉ ନାହିଁ ପରସ୍ପର ପ୍ରତି ଭଲ ପାଇବା ନାହିଁ । ଧର୍ଯ୍ୟ ବି ନାହିଁ । ପରିବାର ସହ ନୁହେଁ, ଏକୁଟିଆ ରହିବାକୁ ଅଧିକାଂଶ ଲୋକ ପସନ୍ଦ କଲେ । ହେଲେ ସଂସାର ଚଳନି କିନ୍ତୁ ସେ ଢାଞ୍ଚାଗତ ପରିବର୍ତ୍ତନ ସେତେଟା ହେଲା ନାହିଁ । ସ୍ତ୍ରୀ ଟି ଘରର ସବୁ କାମ ସାରି ନିଜ ପିଲାଙ୍କ ସହ ସମୟ ବିତାଇବା ପରେ ନିଜକୁ ଏକାଏକା ଅନୁଭବ କଲା । ସ୍ୱାମୀ ବି ନିଜେ ବାଟ ଚାଲିଲା । ଆଉ ତାହାରି ଭିତରେ ବିଶ୍ୱାସର ପରିଭାଷା ବଦଳିଗଲା । ସ୍ତ୍ରୀ କହିଲା ଅନ୍ୟ ପଡ଼ୋଶୀ ମ୍ୟାଡ଼ମ ପରି ସେ ବୁଲି, ସଫିଙ୍ଗ କରିବ, ସିନେମା ଯିବ, ଫିଜା, ବରଗର ଖାଇବ । ପାର୍କ ଯିବ, ଜିମ ଯିବ । ଘର ରୋଷେଇ ନୁହେଁ, ହୋଟେଲରୁ ମଗାଇକି ଖାଇବ । ନିଜ ସ୍କୁଲ,କଲେଜ ବ୍ୟାଚର ସହପାଠୀ ସହ ଭୋଜି କରିବ , ତାଙ୍ଗ ଘରକୁ ବୁଲିବାକୁ ଯିବ । ପିଲାଙ୍କୁ ନିଜେ ନପଢାଇ ଟିଉସନ ମାଷ୍ଟର ବା କୋଚିଙ୍ଗ ସେଣ୍ଟରକୁ ପଠାଇବ ପୁରା ଛୋଟ ବୟସର । ସହରରେ ଶାଶୁ,ଶଶୁର ନୁହେଁ କି ନଣନ୍ଦ ସହ ନୁହେଁ, ବରଂ ଏକୁଟିଆ ରହିବ , ନହେଲେ କେଉଁ ଅଜଣା ଲୋକଙ୍କୁ କାମବାଲି କରି ରଖିବ । ଉଣାଅଧେ ସ୍ୱାମୀ ର ମଧ୍ୟ ଏମିତି କିଛି ପରିବର୍ତ୍ତନ ଆସିଛି । ସେ ବେଶୀ ରାତି ଯାଏ ବାହାରେ ରହିବେ , ପରିବାର ନୁହେଁ ଅଫିସ ଓ ସାଙ୍ଗ ସାଥିସହ ଅଧିକ ସମୟ କଟାଇବ , ନିଶା ଖାଇବ । ଏକାଏକା ବୁଲି ଯିବ । ଏମିତି କେତେ କଣ । କାରଣ ଯୌଥ ପରିବାରରେ କେହି ନାହାନ୍ତି କାହା ପ୍ରତି ଭୟ ନାହିଁ ।
ଏସବୁ ଭିତରେ ଏବେ ମହାମାରୀ । ଲକ ଡ଼ାଉନ । ଘରର ଚାରିକାନ୍ଥରେ ସମୟ କଟୁଛି । ଜୀବନ କିଛି ନୁହେଁ ତାହା ବି ଲାଗିଲାଣୀ । ସ୍ୱାମୀଙ୍କୁ ବାହାରକୁ ବୁଲିବା କଥା କହିଲେ , ସ୍ୱାମୀ ରାଗିକି ପଂଚମ । ଆଉ ତାହାରି ଭିତରେ ସୋସିଆଲ ମିଡ଼ିଆ, ସମ୍ପର୍କ, ଅପରାଧ , ବିଶ୍ୱାସରେ ଧୋକା ସବୁକିଛି ଘଟୁଛି । କିଛି ଗୋଟେ ସ୍ୱାର୍ଥ ପାଇଁ କେହି ସେକେଣ୍ଡରେ ବଦଳିଯାଉଛି ସବୁକିଛି । ଜୀବନ ଠାରୁ ଅଧିକ ଭଲ ପାଉଥିବା ମଣିଷଟି ଜବୀନର ବଡ଼ ଶତ୍ରୃ ପାଲଟିଯାଉଛି । ଲାଗୁଛି ଯେମିତ ଆଉ ସମ୍ପର୍କ କିଛି ନାହିଁ । କେବଳ ସ୍ୱାର୍ଥ ଆଉ ସ୍ୱାର୍ଥ ହିଁ ସଭିଁଙ୍କୁ ଦେଖାଦେଇଛି ।
ଶେଷରେ ଏତିକି କୁହାଯାଇ ପାରେ ଏବେ ଜୀବନଟା ଭାରୀ ଅସୁରକ୍ଷିତ । ଆଉ ଟିକେ ଭାବନ୍ତୁ ଏ ଜୀବନକୁ ଅସୁରକ୍ଷିତ କରିଛି କିଏ । ଆମେ ନିଜେ ଆମ ଜୀବନକୁ ଅସୁରକ୍ଷିତ କରୁନାହାନ୍ତି ତ ? କାରଣ ବାତ୍ୟା ସମୟ ରେ ଦେଖାଯାଏ ଗୋଟିଏ ଗଛରେ ସାପ,ବେଙ୍ଗ, ଓ ଗୋଟେ ସ୍ଥାନରେ ମଣିଷ , ପଶୁ ରହନ୍ତି । ତେଣୁ ସବୁ କିଛି ଭୂଲି କେଉଁଥିରେ ପ୍ରକୃତ ଖୁସି ମିଳିବ ସେ ଚିନ୍ତା କରିବା ଚାଲ । ସମ୍ପର୍କକୁ ଗୋଳିଆ ନକରି ସୁଦୃଢ କରିବା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles