ଯାଜପୁର : ବଦଳିବ ଯାଜପୁର ବିରଜା କ୍ଷେତ୍ରର ନକ୍ସା l ଆଗକୁ ବିରଜା କ୍ଷେତ୍ର ନୂଆରୂପ ନେବ l ରାଜ୍ୟ ସରକାର ଏବେ ଓଡ଼ିଶାର ତୀର୍ଥକ୍ଷେତ୍ରମାନଙ୍କର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି। ଯେମିତି କି ଶ୍ରୀମନ୍ଦିରର ଓ ଲିଙ୍ଗରାଜ ମନ୍ଦିରର ସମ୍ପୂର୍ଣ୍ଣ ରୂପରେଖ ବଦଳାଇ ଯାଇଛି। ଠିକ୍ ସେହିପରି ନୂତନ ରୂପ ପାଇବାକୁ ଯାଇଛି ଯାଜପୁର ବିରଜା କ୍ଷେତ୍ର। ଏନେଇ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।
ଯାଜପୁରକୁ ସବୁବେଳେ ନୂଆ ଉପ ଦେବାରେ ଲାଗିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ। ଯାଜପୁରର ଆରାଧ୍ୟ ଦେବୀ ମାଆ ବିରଜା। ବିଧାୟକ ବବି ନିଜେ ମାଙ୍କ ଜଣେ ବଡ ଭକ୍ତ। ତେଣୁ ସେ ଅନେକ ଥର କହିଛନ୍ତି ମାଆଙ୍କ ଆଶୀର୍ବାଦରୁ ମୁଁ ସବୁ କାମ କରିପାରୁଛି। ସେଥିପାଇଁ ବିରଜା ମନ୍ଦିରର ସୌନ୍ଦର୍ଯ୍ୟକରଣ କାମକୁ ଗୁରୁତ୍ୱ ଦେଇଛନ୍ତି ବବି। ଠିକ୍ ଶ୍ରୀମନ୍ଦିର ଶୈଳୀରେ ମଧ୍ୟ ବିରଜା କ୍ଷେତ୍ରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ହେବ। ତେଣୁ ମନ୍ଦିର ଚତୁର ପାର୍ଶ୍ଵରେ ଥିବା ଜବର ଦଖଲ ଉଚ୍ଛେଦ କରାଯିବ। ପୁରୀ ସୌନ୍ଦର୍ଯ୍ୟକରଣ କାମର ସଫଳତା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଣବ ଏବେ ବିରଜା କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ମୁଖ୍ୟ କର୍ଣ୍ଣଧାରା ହେବେ l ନୂତନ ଯାଜପୁରର ବିନ୍ଧାଣି ପ୍ରଣବ ପୂର୍ବରୁ ବୈତରଣୀ ଘାଟ, ଯାଜପୁର ସହରକୁ ରିଙ୍ଗରୋଡ଼, କୁସୁମା ପୋଖରୀକୁ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଣତ କରିଛନ୍ତି l ଯାହା ଯାଜପୁର ସହରର ଆକର୍ଷଣ କରିଛି ପର୍ଯ୍ୟଟକଙ୍କୁ l