କ୍ଷମତା ନୁହେଁ, ଓଡିଶାବାସୀଙ୍କ ସେବା ପାଇଁ ଆସିଛି : କାର୍ତ୍ତିକ ପାଣ୍ଡିଆନ

- Advertisement -

() ମୁଁ କେଉଁଠାରୁ ଠିଆ ହେବେନି l ଲୋକଙ୍କ ସେବା କରିବି l କ୍ଷମତା ନୁହେଁ, ଓଡିଶାବାସୀଙ୍କ ସେବା ପାଇଁ ଆସିଛି l ବିଜୁ ବାବୁ ଓ ନବୀନ ବାବୁଙ୍କ ପ୍ରତି ଥିବା ଲୋକଙ୍କ ଭଲ ପାଇବା ମୁଁ ଦେଖିଛି । ସେମାନଙ୍କ ଆଦର୍ଶ ଓ ନେତୃତ୍ୱ ମୋତେ ଅନୁପ୍ରାଣିତ କରିଛି l ଶ୍ରୀ ଜଗନ୍ନାଥଙ୍କ ପ୍ରତି ମୋର ଅଗାଢ଼ ବିଶ୍ୱାସ ରହିଛି । ଯେଉଁଥିପାଇଁ ପ୍ରତି ଶନିବାର ମୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଛି । ଶ୍ରୀଜଗନ୍ନାଥଙ୍କ କୃପା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ରହିଛି । ସେଥିପାଇଁ ପରିକ୍ରମା ପ୍ରକଳ୍ପ ସୁରୁଖୁରୁରେ ଚାଲିଛି । ମୁଁ କ୍ଷମତା ପାଇଁ ଆସିନି କେବଳ ସେବା ପାଇଁ ଆସିଛି ବୋଲି ବିଜେଡି କାର୍ଯ୍ଯକାରିଣୀ ବୈଠକରେ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି । ନବୀନଙ୍କ ପରି ଜନସେବାକୁ ଜୀବନର ମୂଳମନ୍ତ୍ର କରି ଓଡିଶାବାସୀଙ୍କ ପାଇଁ ତାଙ୍କ ମନରେ ଥିବା ସମର୍ପଣ ଭାବକୁ ଓଡିଶାବାସୀଙ୍କ ଆଗରେ ରଖିଛନ୍ତି ପଣ୍ଡାଆନ l ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଅକ୍ଟୋବର ୨୩ତାରିଖରେ ଆଇଏଏସ୍ ଚାକିରିରୁ ଅବସର ନେଇଥିଲେ ପାଣ୍ଡିଆନ l ପରେ ବିଜେଡିରେ ଯୋଗଦେଇଥିଲେ l ଏହାପରେ ସେ ୫-ଟି ଓ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଉଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles