ନବୀନ ଓ ପାଣ୍ଡିଆନଙ୍କ ରଣନୀତିରେ ବିରୋଧୀ ଚିଟପଟାଙ୍ଗ : ୨୪ର ସୁପର୍ ହିରୋ ସାଜିବେ କାର୍ତ୍ତିକ ପାଣ୍ଡିଆନ …

- Advertisement -

()ସରିଛି ଓଡିଶାର ଲୋକସଭା ଓ ବିଧାନସଭା ପାଇଁ ମତଦାନ l ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ l ମଙ୍ଗଳବାର ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ ପାଇବ l ୪ଟି ପର୍ଯ୍ୟାୟରେ ଭୋଟ ସରିବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡ଼ା ଫଳାଫଳ ପ୍ରକାଶ ପାଇଛି l ଓଡ଼ିଶାରେ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ଚିତ୍ର ଏକ ରକମର ସ୍ପଷ୍ଟ ହୋଇଛି l ବିଜେଡିର ୨ନମ୍ବର ଷ୍ଟାର ପ୍ରଚାର କାର୍ତ୍ତିକ ପାଣ୍ଡିଆନଙ୍କ ପୂର୍ବ ଘୋଷଣା ଅନୁସାରେ ଜୁନ ୯ତାରିଖରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ l ୨୦୨୪ ନିର୍ବାଚନରେ ପାଣ୍ଡିଆନ ଆକଳନ ଶତ ପ୍ରତିଶତ ସଫଳ ହେବାରୁ ଦେଶ ଓ ରାଜ୍ୟ ରାଜନୀତିରେ କାର୍ତ୍ତିକ ପାଣ୍ଡିଆନ ହିରୋ ହୋଇଯିବେ l ଦେଶର ରାଜନୀତିରେ ନବୀନଙ୍କୁ ଲମ୍ବା ସମୟର ମୁଖ୍ୟମନ୍ତ୍ରୀ ଓ ଷଷ୍ଠଥର ପାଇଁ ରେକର୍ଡ଼ ସଂଖ୍ୟକ ଆସନରେ ବିଜୟ କରାଇବା ପାଇଁ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନର ବର୍ଷେ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିଲେ l ୬ମାସରୁ ଅଧିକ ସମୟ ପୁରା ଓଡିଶାର କୋଣ ଅନୁକୋଣ ବୁଲି ଲୋକଂକ ମତାମତ ନେବା ଶହ ସେମାନଙ୍କୁ ସମସ୍ୟା ଦୂର କରିଥିଲେ l CMO ଲୋକଙ୍କ ପାଖକୁ ଯାଇ ଲୋକଂକ କଥାରେ ସରକାର ଚଳାଇବା କଥାକୁ ସଭିଙ୍କ ମନରେ ବିଶ୍ୱାସ ଭରିଥିଲେ ପାଣ୍ଡିଆନ l ଏଥିପାଇଁ ତାଙ୍କୁ ବହୁ ସମାଲୋଚନା ହେବାକୁ ପଡ଼ିଥିଲା l ଦଳ ଭିତରେ ବି କେତେକ ନେତା ତାଙ୍କ କାର୍ଯକ୍ରମକୁ ଖୋଲାଖୋଲି ପ୍ରଶ୍ନ କରିବା ସହ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ l ବେଶ କିଛି ଦିନ ରାଜ୍ୟ ରାଜନୀତିରେ ଏ ପ୍ରସଂଗ ହଟଚମକ୍ ସୃଷ୍ଟି କରିଥିଲା l ତଥାପି ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାର ସଙ୍କଳ୍ପ ଏହି ସମାଲୋଚନା କିଛି ପ୍ରଭାଵ ପକାଇନଥିଲା l ଶେଷରେ ଅଧିକାଂଶ ଆସନରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରି କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ରଣନୀତି ପ୍ରସ୍ତୁତିରେ ଲଗୁପଡ଼ିଥିଲେ l ପ୍ରାର୍ଥୀ ଓ ଦଳର ମଙ୍ଗୁଆଳମାନଙ୍କୁ ନିଜର ରଣନୀତି ଅନୁସାରେ ଦାୟିତ୍ୱ ବଣ୍ଟନ କରି ପ୍ରଚାରରେ ଏକଲାଚାଲୋ ନୀତିକୁ ଆପଣାଇଥିଲେ l ତାଙ୍କର ଏହି ରଣନୀତି ଆଗରେ ପ୍ରଧାନମନ୍ତ୍ରୀ ମୋଦି,ଅମିତ ଶାହା, ଜେ ପି ନଡ୍ଡା, ହିମନ୍ତ ବିଶ୍ଵଶର୍ମା, ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି,ମଲ୍ଲିକାର୍ଜୁନ ଖଡଗେ, ସଚିନ ପାଇଲଟଙ୍କ ଭଳି ନେତାଙ୍କ ରଣନୀତି ଓ କ୍ୟାମ୍ପନ ଫେଲ ମାରିଛି l ବିଜେଡିର ୧ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ, ଓ ୨ ନମ୍ବର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ସୁପରହିଟ ହୋଇଛି l ଏହାସହ ବିଜେଡିର ମାଇକ୍ରୋ ମେନେଜମେଣ୍ଟରେ ସବୁଥର ପରି ଶତ ପ୍ରତିଶତ ସଫଳ ହୋଇଛି l ଯାହା ବୁଥ ବାହୁଡ଼ା ମତରେ ସ୍ପଷ୍ଟ ପ୍ରମାଣିତ ହୋଇଛି l

 

ବିଜେଡିର ଆଭ୍ୟନ୍ତରୀଣ ସର୍ଭେର ଆକଳନ ଅନୁସାରେ ୧୧୧ ବିଧାନସଭା ଓ ୧୧ଟି ଲୋକସଭା ଆସନ ବିଜୟ କରିବ ଦଳ l ଫଳରେ ଓଡ଼ିଶାରେ ଷଷ୍ଠଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେବ । ସବୁ ସର୍ଭେ ରିପୋର୍ଟରେ ବିଜେଡ଼ିକୁ ବିଧାନସଭାରେ ବହୁମତ ମିଳିଛି । ବିଧାନସଭାରେ ତିନି ଚତୁର୍ଥାଂଶ ଆସନରେ ବିଜୟଲାଭ କରିବାକୁ ବାରମ୍ୱାର ଦାବି କରି ଆସୁଛନ୍ତି କାର୍ତ୍ତିକ ପାଣ୍ଡିଆନ l ଯାହା ବୁଥ୍ ଫେରନ୍ତା ସର୍ଭେ ରିପୋର୍ଟ ଶତ ହେବାକୁ ଯାଉଛି l ପ୍ରଥମ ପର୍ଯ୍ୟାୟରେ ୨୮ଟି ଆସନରେ ମତଦାନ ହୋଇଯାଇଛି । ଏଥିରେ ବିଜେଡି ୨୧, ବିଜେପି ୨, ଓ କଂଗ୍ରେସ ଓ ଅନ୍ୟାନ୍ୟ କେବଳ ଗୋଟିଏ ଆସନ ହାତେଇବେ । ଅର୍ଥାତ ନବରଙ୍ଗପୁର, ଉମରକୋଟ ଆସନକୁ ବିଜେପି ଓ କୋରାପୁଟ ଆସନକୁ କଂଗ୍ରେସ ହାତେଇଥିବାବେଳେ ବାକିସବୁ ଆସନରେ ବିଜେଡି ବାଜିମାତ୍ ମାରିବ ।

ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ମୋଟ୍ ୩୫ ଆସନରୁ ବିଜେଡି ୨୫, ବିଜେପି ୩ ଆସନରେ ବିଜୟୀ ହେଉଥିବାବେଳେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ କୌଣସି ଆସନରେ ବିଜୟୀଲାଭ କରିବେ ନାହିଁ ।

ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ମୋଟ୍ ୪୨ ଆସନରୁ ବିଜେଡି ୩୨, ବିଜେପି ୩ ଆସନରେ ବିଜୟୀ ହେଉଥିବାବେଳେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ କୌଣସି ଆସନ ପାଇବେ ନାହିଁ ।

ଅନ୍ତିମ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୪୨ ଆସନରୁ ବିଜେଡି ୩୪ ଓ ବିଜେପି ୩ ଆସନରେ ବିଜୟୀ ହେଉଥିବାବେଳେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ କୌଣସି ଆସନରେ ବିଜୟୀଲାଭ କରିବେ ନାହିଁ । ଓଡ଼ିଶାର ମୋଟ୍ ୨୧ ଲୋକସଭା ଆସନରୁ ବିଜେଡି ୧୧, ବିଜେପି ୬ରେ ବାଜିମାତ୍ ମାରିବ । ମାତ୍ର ୪ ଆସନରେ ହେବ କଡ଼ା ଟକ୍କର ।

ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର ଓ ରଣକୌଶଳ ବିରୋଧୀଙ୍କ ସବୁ ରଣନୀତିକୁ ଫୁସ୍ କରିଦେଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁ ଓ ଓଡିଶାବାସୀଙ୍କ ସେବା ପାଇଁ ସମର୍ପିତ କାର୍ତ୍ତିକ ପାଣ୍ଡିଆନଙ୍କୁ ଓଡ଼ିଶା ବାସୀଙ୍କ ଆଶିର୍ବାଦ ମିଳିଛି ୨୦୨୪ ନିର୍ବାଚନରେ l ଯାହା ମଙ୍ଗଳବାର ଇଭିଏମ ସିଲ୍ ଖୋଲିବା ପରେ ପୁରା ଦେଶର ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିବ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles