ନବୀନ ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତା….

- Advertisement -

() ଜନତା ଦଳର ଉପଦେଷ୍ଟା କମିଟିର ବୈଠକ ଦଳର ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗଦେଇ ଦଳର ବରିଷ୍ଠ ନେତା ତଥା ଉପଦେଷ୍ଟା କମିଟିର ସଦସ୍ୟମାନେ କହିଥିଲେ ଯେ, ବିଜୁ ଜନତା ଦଳ ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିଲେ ହେଁ, ବିଭିନ୍ନ ଦଳ ପାଇଥିବା ଭୋଟ ସଂଖ୍ୟା ହିସାବରେ, ଏବେବି ରାଜ୍ୟର ଏକ ନମ୍ବର ଦଳ ହୋଇ ରହିଛି । ତାଛଡା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବେବି ଓଡିଶାବାସୀଙ୍କ ସବୁଠାରୁ ଅଧିକ ପସନ୍ଦ ନେତାର ମାନ୍ୟତା ବଜାୟ ରଖୁଛନ୍ତି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟରେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ଦେଖୁବାକୁ ମିଳୁଛି। ବର୍ତ୍ତମାନର ବିଜେପି ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ବିଫଳତା ଜନ ସାଧାରଣଙ୍କ ପାଖରେ ପହଁଚିଛି। ବିଜେପି ଦ୍ଵାରା ନିର୍ବାଚନ ସମୟରେ ଦିଆଯାଇଥିବା ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ମଧ୍ୟ ଜନସାଧାରଣ ଜାଣିଲେଣି। ବିଜେପିର ମିଛ ପ୍ରତିଶ୍ରୁତିକୁ ଲୋକଙ୍କ ନିକଟରେ ସଚେତନ କରିବା ସଙ୍ଗେ ସଙ୍ଗେ ନବୀନଙ୍କ ଲୋକପ୍ରିୟତାକୁ ପାଥେୟ କରି ବିଜୁ ଜନତା ଦଳ ତାର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବ ବୋଲି ବୈଠକରେ ସ୍ଥିର ହୋଇଥିଲା।

ଏହି ବୈଠକରେ ଉପସ୍ଥିତ ଥିବା ବିଜେଡି ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଦଳ ତରଫରୁ ବିଭିନ୍ନ ପ୍ରସଙ୍ଗ ଉପରେ ନିଆଯାଇଥିବା ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ। ସେହିପରି କାର୍ଯ୍ୟକ୍ରମ ରୂପାନ୍ତରୀଣ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସେମାନଙ୍କର କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ । ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ୍ ମହାନ୍ତି ଦଳର ମିଡ଼ିଆ ଟିମ୍ ଦ୍ଵାରା ବିଭିନ୍ନ ପ୍ରସଙ୍ଗରେ ନିଆଯାଉଥିବା

ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ଏହି ବୈଠକରେ, ଉପଦେଷ୍ଟା କମିଟିର ସଦସ୍ୟମାନେ ଯଥା, ଶ୍ରୀମତୀ ଉଷା ଦେବୀ, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଚନ୍ଦ୍ର ଶେଖର ସାହୁ, ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶ୍ରୀ ପଦ୍ମନାଭ ବେହେରା, ଶ୍ରୀ ବଦ୍ରି ନାରାୟଣ ପାତ୍ର, ଶ୍ରୀ ଭୂପିନ୍ଦର ସିଂ, ଶ୍ରୀ ମଙ୍ଗଳା କିସାନ, ଶ୍ରୀ ରବି ନାରାୟଣ ନନ୍ଦ, ଆୟୁବ ଖାନ, ଶ୍ରୀ ଶଶୀ ଭୂଷଣ ବେହେରା, ଶ୍ରୀମତୀ ସରୋଜିନୀ ହେମ୍ବ୍ରମ, ଶ୍ରୀ ରଜନୀ କାନ୍ତ ସିଂ, ଶ୍ରୀ ଗଣେଶ୍ଵର ବେହେରା ଇତ୍ୟାଦି ଯୋଗଦେଇ ନିଜର ମତ ରଖୁଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles