ରକ୍ତଦେଇ ସମ୍ପର୍କ ଗଢିଲେ, ଉତ୍ସାହିତ କଲେ ପ୍ରଣବ..

- Advertisement -

() ରକ୍ତର ରହିବନି ଅଭାବ। ଏହି ମହତ ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମାସେ ତଳେ ଆରମ୍ଭ ହୋଇଥିବା  ରକ୍ତଦାନ ଶିବିର ଉଦଯାବିତ ହୋଇଛି । ମହାମାରୀ ସମୟରେ ରକ୍ତର ଅଭାବ ପରିଲକ୍ଷିତ କରି ବିଜେଡିର ଛାମୁଆ ସଂଗଠନ ଗୁଡିକୁ ଓଡ଼ିଶା ମୋ ପରିବାର ଜରିଆରେ କୋଭିଡ ନିୟମ ପାଳନ କରି ରକ୍ତଦାନ ଶିବିର କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟି ସମ୍ପର୍ଣ୍ଣ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ପୁରା ଓଡ଼ିଶାରେ ଜୋରଦାର ହେଲା ରକ୍ତଦାନ ଶିବିର l ଯାହାର ନେତୃତ୍ୱ ନେଲେ ପ୍ରଣବ l  କୋଭିଡ ନିୟମ ମାନି ଆରମ୍ଭ ଚାଲିଲା ମାଇକ୍ରୋ ରକ୍ତଦାନ ଶିବିର। ଥାଲେସେମିଆ ଓ ସିକିଲ ସେଲ ରୋଗୀଙ୍କ ଯେପରି ରକ୍ତ ଅଭାବରୁ ଜୀବନ ନ ଯାଏ, ତାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏପରି ମହତ ଚିନ୍ତାଧାରା ଯୋଗୁ ବିଶ୍ୱ ଦରବାରରେ ନବୀନଙ୍କୁ ଦୂରଦୃଷ୍ଟି ସମ୍ପର୍ଣ୍ଣ ମୁଖ୍ୟମନ୍ତ୍ରୀର ଆଖ୍ୟା ମିଳିଛି। ଜାତୀୟ ଗଣମାଧ୍ୟମରୁ ଆରମ୍ଭ କରି ବୁଦ୍ଧିଜୀବୀ ନବୀନଙ୍କୁ ଦୂରଦର୍ଶୀ ମାନି ତାଙ୍କ ପଥ ଅନୁକରଣ କରୁଛନ୍ତି। ନବୀନଙ୍କ ଏପରି ବ୍ୟକ୍ତିତ୍ୱ ଯୋଗୁ ଦଳୀୟ କର୍ମୀ ଓ ନେତାଙ୍କ ବିକାଶମୂଳକ କାର୍ଯ୍ୟ କରିବାକୁ ପ୍ରେରଣା ମିଳୁଛି।
ଓଡ଼ିଶା ମୋ ପରିବାର ଜରିଆରେ ଜୀବନ ବିନ୍ଦୁକୁ ଏକ ବିପ୍ଳବରେ ପରିଣତ କରିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ। ନବୀନଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଆରମ୍ଭ ହୋଇଗଲା ରକ୍ତଦାନର ମହାନ ପର୍ବ। ମାସେ ଯାଏ ଛାତ୍ର ବିଜେଡି ପକ୍ଷରୁ ରକ୍ତଦାନ ଶିବିର ବିଭିନ୍ନ ବ୍ଲକ ଓ ପଂଚୟତସ୍ତରରେ  ଅନୁଷ୍ଠିତ  କରାଗଲା l   ଦୈନିକ 20ରୁ 25 ୟୁନିଟ ରକ୍ତ ସଂଗ୍ରହ କରି ମାସ ଶେଷରେ  ଲକ୍ଷ୍ୟପୂରଣ     କଲା  ଦଳ।   ଆଉ ରକ୍ତଦେଇ ଲୋକଙ୍କ ସହ ସମ୍ପର୍କ     ଆହୁରୀ   ମଜବୁତ    କଲା ଦଳ l ଆଗକୁ ବି   ଏହି  ଅଭିଯାନ ଜାରୀ ରହିବ  ବୋଲି   ଦଳ ପକ୍ଷରୁ  କୁହାଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles