ବିଜେଡି ବିଧାନସଭା ରଣନୀତି : ଗୃହରେ ବିଧାୟକ ଉପସ୍ଥିତ ରହିବାକୁ ନବୀନଙ୍କ ପରାମର୍ଶ

- Advertisement -

ଭୁବନେଶ୍ୱର : ବିଜେଡ଼ି ବିଧାୟକ ଦଳ ବୈଠକ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଯାଇଛି  । Covid କଟକଣା ଥିବାରୁ ସାମାଜିକ ଦୂରତା ବଜାୟ ରଖି ଦୁଇଟି ସ୍ଥାନରେ ବିଧାୟକ ମାନେ ବସି ବୈଠକ ରେ ଯୋଗ ଦେଇଥିଲେ  । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ରୁ ଭର୍ଚୁଆଲ ଯୋଗେ ଯୋଗ ଦେଇ ବିଧାୟକଙ୍କୁ ଅନେକ ପରାମର୍ଶ ଦେଇଛନ୍ତି । ବିଧାନସଭା ର 54 ନମ୍ବର ପ୍ରକୋଷ୍ଠ ରେ ବିଜେଡ଼ି ର 58 ଜଣ ବିଧାୟକ ଓ ନିୟୁ conference ହଲ ରେ 53 ଜଣ ବିଧାୟକ ଉପସ୍ଥିତ ଅଛନ୍ତି । ତିର୍ତୋଲ ଓ ବାଲେଶ୍ୱର ର ନବ ନିର୍ବାଚିତ ବିଧାୟକ ବି ବୈଠକରେ ସାମିଲ୍ ହୋଇଛନ୍ତି ।ବୈଠକ ପରେ  ସଂସଦୀୟ ମନ୍ତ୍ରୀ ବିକ୍ରମ ଆରୁଖ କହିଥିଲେ ଯେ ସରକାରଙ୍କ ପକ୍ଷରୁ 10ଟି bill ଉପସ୍ଥାପିତ ହେବ। ଏହା ଭିତରୁ ତିନୋଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସେ ସଂକ୍ରାନ୍ତୀୟ bill ଅଣାଯିବ। ବିରୋଧୀ ଦଳ ପକ୍ଷରୁ ଯାହା ପ୍ରସଙ୍ଗ ଉଠାଇବେ ତାହାକୁ ଆଲୋଚନା କରାଯିବ। ଦଳର ସମସ୍ତ ବିଧାୟକ ମାନେ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles