କଳାହାଣ୍ଡି : କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ୭ଟି ବିଧାନସଭା ମଣ୍ଡଳୀ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଏଠାରୁ ୫ଟି ଆସନରେ ଜିତିଥିଲା। ଅନ୍ୟ ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ଖରିଆଡ଼ ଓ ନୂଆପଡା ବିଧାନସଭା କ୍ଷେତ୍ର ବିଜେଡି ହାତରୁ ଚାଲିଯାଇଥିଲା ଏହି ଦୁଇ କ୍ଷେତ୍ର ଗୋଟିଏ ବିଜେପି ଓ ଅନ୍ୟଟି କଂଗ୍ରେସ ଜିତିଥିଲା। ତେବେ କଳାହାଣ୍ଡିରେ କିପରି ବିଜେଡି ଅଧିକ ଶକ୍ତିଶାଳୀ ହେବ ସେ ଉପରେ ଅଧିକ ଜୋର ଦେଇଛି ଦଳ। ଦଳକୁ ତୃଣମୂଳ ସ୍ତରରେ ଆହୁରି ଅଧିକ ସୁଦୃଢ କରିବାକୁ ଫୋକସ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)। ସେଥିପାଇଁ ଦଳର ନେତାଙ୍କ ଭଲ ମନ୍ଦ କଥା ବୁଝିଛନ୍ତି ସଂଗଠକ ସମ୍ପାଦକ। ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲାରେ ନୂତନ ଭାବରେ ନିର୍ମିତ ବିଜୁ ଜନତା ଦଳ କାର୍ୟ୍ୟାଳୟକୁ ଉଦଘାଟନ କରିଛନ୍ତି ଯାଜବିଧାୟକ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ଏଠାରେ କଳାହାଣ୍ଡିର ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ଅନ୍ୟ କାର୍ଯ୍ୟକର୍ତା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେଠାରେ ସେ ବିଭିନ୍ନ ନେତାଙ୍କ ସହ ଦଳୀୟ ସଂଗଠନ ବାବଦରେ ଆଲୋଚନା କରିଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ପ୍ରଣବ କୋଭିଡ ନିୟମ ଯଥା ସାମଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାସହ କରୋନା ସମୟରେ କିପରି ଲୋକଙ୍କୁ ଅଧିକ ସାହାଯ୍ୟ କରିହେବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ। ରକ୍ତ ଅଭାବକୁ ଦୂର କରିବା ପାଇଁ ଦଳ ତରଫରୁ ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ପ୍ରଣବ ଯୋଗ ଦେଇଥିଲେ। ସେଠାରେ ସେ ଉପସ୍ଥିତ ରହି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନିତ କରିବାକୁ କହୁଥିଲେ। ଏଠାରେ ରାଜ୍ୟସଭା ସାଂସଦ ସୁଜିତ କୁମାର ରକ୍ତ ଦାନ କରି ସଭିଙ୍କ ମନ ବଳକୁ ବଢ଼ାଇଥିଲେ।