ଏକ ତରଫା ବିଜୟ ଆଡକୁ ବିଜେଡି : ଯାଜପୁରବାସୀଙ୍କ ମିଶନ ୧୮ରୁ ୧୮

- Advertisement -

() ଘନଘନ ବୈଠକ । ମାରାଥନ ପ୍ରଚାର । ସ୍ବପ୍ନର ସହରକୁ ରାଜ୍ୟର ୧ନମ୍ବର ସହର ଭାବେ ଗଢି ତୋଳିବାକୁ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଦେଖିଥିବା ସ୍ବପ୍ନକୁ ପୂରଣ କରିବା ପାଇଁ ଯାଜପୁର ସହରବାସୀ ପ୍ରସ୍ତୁତ । ଯୁବନେତା ଭବ ପ୍ରସାଦ ଦାସ (ଲଲ) କାଉନସିଲର ପ୍ରାର୍ଥୀଙ୍କ ପାଇଁ  ବିଭିନ୍ନ ଓ୍ବାର୍ଡ଼ରେ ଭୋଟଭିକ୍ଷା କରୁଥିବା ସମୟରେ ଯାଜପୁର ସହରବାସୀ ଅଜାଡ଼ି ଦେଉଛନ୍ତି ଆର୍ଶୀବାଦ । ନୂଆ ଯାଜପୁର ଗଢିତୋଳି ଚାଲିଥିବା ବିଧାୟକଙ୍କ ବିକାଶମୂଳକ କାମକୁ ସହରବାସୀ ଭୂ-ପ୍ରଶଂସା କରିବା ସହ ବିଜେଡିକୁ ଏକ ତରଫା ବିଜୟ କରିବାକୁ ମନସ୍ତ କରିଛନ୍ତି । ସହରର ଷ୍ଟ୍ରିଟ ଲାଇଟ, ସ୍ମାର୍ଟ ସ୍କୁଲ, ଘରେଘରେ ପିଇବା ପାଣି ସଂଯୋଗ , ସ୍ବଚ୍ଛତା ଓ ପରିଷ୍ମାର , ପରିମଳ ସହ ଯାଜପୁର ସହର ବିକାଶ ପାଇଁ ବିଧାୟକ ଯେଭଳି ପ୍ରୟାସ ଓ ପରିଶ୍ରମ କରୁଛନ୍ତି ତାହାକୁ ଯାଜପୁରବାସୀ ବେଶ ପ୍ରଶଂସା କରିଛନ୍ତି  । ୧୪ ବର୍ଷ ଭିତରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଯେପରି ଯାଜପୁର ଜିଲ୍ଲାର ନକ୍ସା ବଦଳାଇ ନୂଆ ଯାଜପୁର ଗଢିତୋଳିଛନ୍ତି ତାହା ଏବେ ଯାଜପୁର କାହିଁକି ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ । ବିଶେଷ କରି ସହରବାସୀଙ୍କ ସୁଖ ଦୁଃଖ ସାଥିୀ ହୋଇ ବବି ଓ ଭବ ଯେପରି ଦିନରାତି ଏକ କରି ଜନସେବାକୁ ଗୁରୁତ୍ବ ଦେଇଛନ୍ତି ତାହା ପ୍ରତ୍ୟେକ ଯାଜପୁରବାସୀଙ୍କ ହୃଦୟ ଜିତିଛନ୍ତି । ସହରରେ ଥିବା ପ୍ରତି ସମସ୍ୟା କିପରି ଦୂର ହେବ ଓ କୌଣସି ଲୋକ ଯେମିତି ମୌଳିକ ସୁବିଧା ବଂଚିତ ନରହିବେ ତାହାକୁ ବିଧାୟକ ସବୁବେଳେ ଗୁରୁତ୍ବ ଦେଇଛନ୍ତି ।  ନିର୍ବାଚନ ସମୟରେ ବିଧାୟକଙ୍କ ଗୋଟେ ଆହ୍ବାନରେ ସହରବାସୀ ଏକ ହୋଇ ୧୮ରୁ ୧୮ ଓ୍ବାର୍ଡ଼ରେ ବିଜୟ କରିବା ପାଇଁ ସଂକଳ୍ପ ନେଇଛନ୍ତି ।

ପୌର ନିର୍ବାଚନ ସମୟରେ ବିରୋଧୀ ଦଳର ସଦସ୍ୟମାନେ ସହରବାସୀଙ୍କ ପାଖକୁ ଯାଇ ସେମାନଙ୍କ ଭଲମନ୍ଦ କଥା ବୁଝୁଥିବା ବେଳେ ବବି ଓ ଭବ ୩୬୫ ଦିନ ଲୋକଙ୍କ ସହ ରହି ସେମାନଙ୍କ ସମସ୍ୟା ଦୂର କରିଛନ୍ତି  । ଯାହା ଏବେ ଭୋଟ ସମୟରେ ବଡ଼ ଆର୍ଶୀବାଦ ବୋଲି ସହରର ବରିଷ୍ଠ ନାଗରିକ ଓ ରାଜନୈତିକ ସମୀକ୍ଷକମାନେ କହିଛନ୍ତି  । ଯାଜପୁର ସହର ବିକାଶ ମୂଳକ କାର୍ଯ୍ୟକ୍ରମ  ଉପରେ ନଜର ପକାନ୍ତୁ l  ଯାଜପୁରରେ ଅତ୍ୟାଧୁନିକ ମ୍ୟୁଜିୟମ,  ବରାହନାଥ ମନ୍ଦିରରେ  ୧୨୫ ଫୁଟ ଶିବଲିଙ୍ଗ ସହ ଦ୍ବିତୀୟ କୁସୁମା,  ଦଶାଶ୍ଵମେଧ  ଘାଟରେ ବ୍ୟାରେଜ,  ବିରଜା ମନ୍ଦିର  ସୌନ୍ଦଯ୍ୟକରଣ, ବିଭିନ୍ନ ପଯ୍ୟଟନ କ୍ଷେତ୍ରର ବିକାଶ,  ମିନି ସଚିବାଳୟ , ରିଙ୍ଗରୋଡ଼ ଓ କୁସୁମା ଜିଲ୍ଲାର ବିକାଶ ମୁଖବନ୍ଧ ସାଜିଛି  । ସହରର ଗଳିକନ୍ଧିରେ  ରାସ୍ତାଘାଟ, ସ୍ବଚ୍ଛ ପାନୀୟ ବ୍ୟବସ୍ଥା,  ସୌନ୍ଦଯ୍ୟକରଣ ପରି ଲମ୍ବା ବିକାଶ ଏଜେଣ୍ଡାକୁ  ପୌର ନିର୍ବାଚନ ଇସ୍ତାହାରାରେ  ସ୍ଥାନୀତ କରିଛି ବିଜେଡ଼ି  ।

ଆଉ ଏସବୁ ସମମ୍ଭ ହୋଇପାରିଛି ସହରବାସୀଙ୍କ ସହଯୋଗ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) କଠିନ ପରିଶ୍ରମ ଆଉ ଉଦ୍ୟମ ବଳରେ  । ଏସବୁ ବିକାଶମୂଳକ କାଯ୍ୟକ୍ରମ  ନକ୍ସା ପ୍ରସ୍ତୁତ ହେବା ଓ ଏହାକୁ ବାସ୍ତବ ରୂପ ଦେବା ବିଧାୟକଙ୍କ ପରିଶ୍ରମକୁ କେବଳ ଯାଜପୁର ବାସୀ ନୁହେଁ, ପୁରା ଓଡ଼ିଶା ପ୍ରଶଂସା କରିଛି  । ଏସବୁ ପାଇଁ ଏବେ ପୌର ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜେଡି ବିଜୟ କରିବ l  ଉଭୟ ବ୍ୟାସନଗର ଓ ଯାଜପୁର ପୌର ପରିଷଦ ବିଜେଡ଼ିକୁ ବ୍ୟବଧାନରେ ଜିତାଇବା ପାଇଁ  ଦୁଇ ସହରବାସୀ   ମନସ୍ଥ କରିଥିବା ଶାସକ ଦଳ କହିଛି ।  ନିର୍ବାଚନ ନୁହେଁ, ବିକାଶର ଧାରାକୁ ଆହୁରୀ ଆଗେଇ ନେବା  ସହ ବିଧାୟକ ବିକାଶମୂଳକ କାଯ୍ୟକ୍ରମରେ ପ୍ରତ୍ୟେକ ଯାଜପୁରିଆ ସାମିଲ ହେବା ପାଇଁ  ସଂକଳ୍ପ ନେଇଛନ୍ତି  ।

ମାର୍ଚ୍ଚ ୨୪ ତାରିଖରେ ଯାଜପୁର  ପୌର ପରିଷଦ ପାଇଁ ପଡ଼ିବ ଭୋଟ  । ନିର୍ବାଚନରେ ୧୮ରୁ ୧୮ ମିଶନକୁ ବଡ଼ ବିଜୟ ସହ ସଫଳ କରିବା ପାଇଁ ଯାଜପୁର ସହରବାସୀ ପଣ କରିଛନ୍ତି  ବିଜେଡି ଯୁବନେତା ମନୋଜ ସାହୁ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles