ଭୁବନେଶ୍ୱର : ବିଜେଡିର ସଭ୍ୟ ସଂଖ୍ୟା 1 କୋଟି 1 ଲକ୍ଷ 80 ହଜାରରୁ ଅଧିକ ହୋଇଛି । ଏଥିରେ 3 ଲକ୍ଷ ସକ୍ରିୟ ସଦସ୍ୟ ରହିଛନ୍ତି । 14 ଟି ଜିଲ୍ଲାରେ ସର୍ବାଧିକ ମେମ୍ଵର ସଂଗ୍ରହ ହୋଇଛି । ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ସୂଚନା ଦେଇଛନ୍ତି ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର l ଏହି ଅବସରରେ ବିଜେଡିର ସମ୍ବିଧାନ ସଂଶୋଧନ ହୋଇଛି । 8 ଟି ଆର୍ଟିକିଲି ଓ ଦୁଇଟି କ୍ଳଜ ସଂଶୋଧନ କରାଯାଇଛି । ଜିଲ୍ଲା ଓ ରାଜ୍ୟ ସ୍ତରରେ କମିଟିର ବିଭିନ୍ନ ପଦ ପଦବୀଙ୍କ ସୀମା ନିର୍ଦ୍ଧାରଣକୁ ଉଠାଇ ଦିଆଗଲା । ସଭାପତି ଚାହିଁଲେ ପ୍ରତିଦିନ ଏଥିରେ ପରିବର୍ତ୍ତନ କରିପାରିବ ବୋଲି ଦେବୀ ମିଶ୍ର କହିଛନ୍ତି l
ସେହିପରି କରୋନା ମୁକାବିଲା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳ ମୁକାବିଲା ପାଇଁ ଧନ୍ୟବାଦ ପ୍ରସ୍ତାବଆଗତ କଲେ ମନ୍ତ୍ରୀ ସମୀର ଦାଶ l ସେହିପରି ମନ୍ତ୍ରୀ ଅରୁଣ ସାହୁ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ବିଜୟ- 5 ଥର ଲୋକଙ୍କ ସେବାର ସୁଯୋଗ ଓ ବିଜେପୁର, ପାଟକୁରା, ତିର୍ତ୍ତୋଲ, ବାଲେଶ୍ଵର ବିଜୟ ପାଇଁ ମହିଳାଙ୍କୁ ଧନ୍ୟବାଦ ଦେଇଥିଲେ l ପ୍ରତି ନିର୍ବାଚନରେ ବିଜେଡି ଭୋଟ ବଧାନ ବଢ଼ୁଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ l .2009ରେ 39 ପ୍ରତିଶତରୁ 2014ରେ 43 ପ୍ରତିଶତକୁ ବଢ଼ିଲା । ଆଉ 2019ରେ 44.9 ହୋଇଛି l