ଭୁବନେଶ୍ୱର : ଆରମ୍ଭ ହେଲା ବିଜେଡି ରାଜ୍ୟ ପରିଷଦ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିସିଛି ବୈଠକ । ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ମାନେ ବୈଠକରେ ଉପସ୍ଥିତ । ସଙ୍ଗଠନ କୁ ମଜଭୁତ କରିବା ସହ ତୄଣମୁଳ ସ୍ତରରେ ଦଳକୁ ଅଧିକ କ୍ରିୟା ଶୀଳ କରିବା ଉପରେ ହେବ ବିସ୍ତୃତ ଆଲୋଚନା।ଦଳୀୟ କାର୍ଯ୍ୟକର୍ତାଙ୍କୁ 2ଟି ମତାମତ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସରକାର ଓ ସଙ୍ଗଠନ ପାଇଁ ମତାମତ ଦେବାକୁ ଆଜିର ବୈଠକରେ କହିଲେ । ଦଳର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ମତାମତ ଦେବେ । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ ଲେଖା ମତାମତ ଦେବାକୁ କହିଲେ ବିଜେଡି ସୁପ୍ରିମୋ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଂଗଠନ ସମ୍ପାଦକ ମୁଖ୍ୟାଳୟ ସଞ୍ଜୟ ଦାସ ବର୍ମା, ବିଜେଡି ବିଧାୟକ ପ୍ରତାପ ଦେବଙ୍କ ସମେତ 328ରାଜ୍ୟ ପରିଷଦ ସଦସ୍ୟ, ବିଧାୟକ, ସାଂସଦ ଉପସ୍ଥିତ ରହି ଆଲୋଚନା ଜାରୀ ରଖିଛନ୍ତି l