କେମିତି ପ୍ରଦୀପ ପ୍ରାଣିଗ୍ରାହୀ ଜନ ବିରୋଧୀ ହିସାବ ଦେଲା ବିଜେଡି…

- Advertisement -

ଭୁବନେଶ୍ୱର : ଇତିହାସରେ ପ୍ରଥମ ଥର ପାଇଁ ଜନ ବିରୋଧୀ କାର୍ଯ୍ୟ କଲା ପରେ ପ୍ରଲାପ କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ। ନିଜେ ଜାଣିଛନ୍ତି କଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି। ହେଲେ ଛାଟିପିଟି ହୋଇ ୟା ତା ନାଁ ନେଇ ଆତ୍ମସନ୍ତୋଷ ନେଉଛନ୍ତି, ଆମେ ତା ଉପରେ ଦୟା କରୁଛୁ। ଆମକୁ ଖରାପ ଲାଗୁଛି ଜଣେ ଲୋକ ଜନ ବିରୋଧୀ କାର୍ଯ୍ୟ କରି ପୁଣି ପଚାରୁଛନ୍ତି ଯେ ଜନ ବିରୋଧୀ କାର୍ଯ୍ୟ କଣ କରିଛନ୍ତି। ଯେବେ ସାରା ରାଜ୍ୟ ଓ ଗଞ୍ଜାମ କୋବିଡ଼ ବିରୋଧରେ ଲଢେଇ କରୁଥିଲେ, ସେତେବେଳେ charter ପ୍ଲେନରେ ବୁଲି ଖର୍ଚ୍ଚ କଲେ 84 ଲକ୍ଷ ରହଣି, ବୁଲାବୁଲି ଓ ତମସା କରିବାରେ। ହେଲେ ପଚାରୁଛନ୍ତି କଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି। ଯେତେବେଳେ କୋବିଡ଼ ଯୋଦ୍ଧା ଲଢେଇ କରି ଜୀବନ ଦେଉଥିଲେ, ଆପଣ ଠକ ଆକାଶ ପାଠକଙ୍କ ଟଙ୍କାରେ charter ପ୍ଲେନରେ କାହିଁକି ବୁଲୁଥିଲେ, ତାହାର କୈଫତ ଦେବାର ସମୟ ଆସିଛି। ଏ ଯାଏ ସେ ସ୍ପଷ୍ଟ କହି ନାହାନ୍ତି, ଗୋପାଳପୁର ବିଧାୟକଙ୍କ ବଳରେ 68 ଲୋକଙ୍କ ଠାରୁ ଆକାଶ ଲୁଟ କରିଛନ୍ତି, ଲୁଟର ଉତ୍ତରଦାୟୀ ବିଧାୟକ କହିବା ଦରକାର କେବେ ସେ ଲୁଟ ଟଙ୍କା ଫେରସ୍ତ କରିବେ। କଣ ପାଇଁ ବିଧାୟକଙ୍କ ପ୍ରଭାବ ଦେଖାଇ ଟଙ୍କା ନେଉଥିଲେ କଣ ପାଇଁ। ଆଶ୍ଚର୍ଯ୍ୟ ହେବେ ଯେ କିଛି ଦିନ ହେଲା ପ୍ରଲାପ କରି ବ୍ୟକ୍ତିଗତ ନାଁ ନେଉଛନ୍ତି, ଆମ ଭାବି ନଥିଲୁ ସେ ଏତେ ତଳକୁ ଖସି ଯିବେ। କାରଣ ସେ ଭଲ ଭାବେ ଜାଣିଛନ୍ତି ଦୋଷୀ କିଏ। ସେ ନିର୍ଲଜ ଭାବେ ଠକ ପାଠକ ବାପ ପୁଅଙ୍କୁ ସମର୍ଥନ କରୁଛନ୍ତି। ଏହା ସ୍ପଷ୍ଟ କରୁଛି ଯେ ସେ ହି ଏହି ଦୁର୍ନୀତିରେ ଭାଗିଦାରୀ ଅଛନ୍ତି। କୋବିଡ଼ ଯୋଦ୍ଧା ମାନେ ଲଢେଇ କରିଥିଲେ ସାଧାରଣ ଲୋକଙ୍କ ପାଇଁ ସେ ସମୟରେ ବିଧାୟକ ବୁଲିବାକୁ ଯାଇ ତାଜ ୟାଲେସରେ। ସେ ହିସାବ କେବେ ଦେବେ। ବହୁତ ନାଟକ ହୋଇଗଲା, ଆପଣଙ୍କ ପ୍ରଶ୍ନ ପଚାରିବାର ଅଧିକାର କେଉଁଠୁ ଆସିଲା। ଯେଉଁଥି ପାଇଁ ଆପଣ ନିର୍ବାଚିତ ହୋଇଛନ୍ତି, ସେ କାମ କରିବାକୁ ପଛଘଞ୍ଚା ଦେଲେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଲୋକ ବାଧ୍ୟ ନୁହନ୍ତି। ଜନ ବିରୋଧୀ କାର୍ଯ୍ୟ ହେଲା 68 ଲୋକଙ୍କ ଠାରୁ ନିଜ ଭାବି ଜାମାତା ଠକ ଆକାଶ ପାଠକ ଜରିଆରେ ଟଙ୍କା ଖାଇଲେ, କଣ ପାଇଁ ଖାଇଲେ। ଫେରାଏବେ ନା ନାହିଁ। କୋଟଫେତାରେ 20 କୋଟିର ସମ୍ପତ୍ତି କବଜାର ସ୍ପଷ୍ଟୀକରଣ କିଏ ଦେବେ। 150 କୋଟିର ବେନାମୀ ସମ୍ପତ୍ତିର ହିସାବ ଓ ସ୍ପଷ୍ଟୀକରଣ କିଏ ଦେବ। ଯେଉଁ ବଡ଼ ବଡ଼ କଥା କହୁଛନ୍ତି ଆଉ ବିଳିବିଳାଉଛନ୍ତି ଗଣମାଧ୍ୟମକୁ ତା କାମ କରିବାକୁ କହୁଛନ୍ତି, ହେଲେ charter ପ୍ଲେନ ଟଙ୍କା ଯେଉଁ ମାଧ୍ୟମରେ ଗଲା। ଆପଣ କହିଲେ ଆକାଶଙ୍କ ପାଠ ପଢା କଥା କହି top କରିଥିବା କହିଲେ, ସେ certificate କୁଆଡେ ଗଲା। ନିର୍ଲଜ ପରି ପ୍ରଦୀପ ବାବୁ କହୁଛନ୍ତି ସେ ଚାକିରୀ କରୁଥିଲେ TATAର subsidiary କମ୍ପାନୀରେ, ସେ କାଗଜ କାହିଁ। ଫର୍ଦ୍ଦ ଲମ୍ବି ଲମ୍ବି ଯିବା। ଏହା ପ୍ରାଥମିକ ତଦନ୍ତ। ଖସଡ଼ା ଆପଣଙ୍କ ପାଖରେ ପହଂଚିଲାଣି। ଆମର ବିଶ୍ୱାସ ଆଗକୁ ଜନ ବିରୋଧୀ କାମ ଦ୍ୱାରା ଟଙ୍କା କମାଇଛନ୍ତି ଓ ଠକ ମାନଙ୍କୁ ଲଗେଇ ଲୋକଙ୍କୁ ଲୁଟିଛନ୍ତି, U R EXPOSED। ଲୋକଲୋଚନରେ ଆପଣଙ୍କ କଳା ଚେହେରା ଲୋକଙ୍କ ପାଖରେ ଆସିଛି।  ବିଜେଡି ମୁଖ୍ୟପାତ୍ର ଲେନିନ ମହାନ୍ତି     କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles