() ନବ ଦାସ ହତ୍ୟାକାଣ୍ଡ ନେଇ ବଜେଟ ଅଧିବେଶନର ପ୍ରଥମ ଦିନରେ ଆରମ୍ଭ ହୋଇଛି ରାଜନୀତି l ମହିଳା ଆଇଆଇସିଙ୍କୁ ମାଡ ମାରିବା ନେଇ ବିବାଦରେ ଛନ୍ଦି ହୋଇପଡିଥିବା ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ପୁଣି ନୂଆ କାହାଣୀ ଗଣ ମାଧ୍ୟମ ଆଗରେ କହି ନିଜ ଦୋଷକୁ ଲୁଚାଇବା ପାଇଁ ପ୍ରୟାସ କରିଛନ୍ତି ବୋଲି ବିଜେଡି କହିଛି l ଏହାସହ ପ୍ରଥମ ଦିନରୁ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ସେ କହିଥିବା ଦୁର୍ବ୍ୟବହାର ବିଧାନସଭାରେ କିପରି ଦୁର୍ବଳ ହେବ ତାଙ୍କ ବିରୋଧରେ ସେ ପ୍ରୟାସ କରିଛନ୍ତି l ଯେହେତୁ ଶାସକ ଦଳ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ବିରୋଧି ଦଳ ନେତାଙ୍କ ମାଡ଼ ମାରିବା ଓ ଧମକ ଦେବା ପ୍ରସଙ୍ଗରେ ଘେରିଛନ୍ତି ଓ ତାଂକୁ ସିଧା ସଳଖ ସମାଲୋଚନା କରିଛନ୍ତି l ତେଣୁ ଏଥିରୁ ମୁକୁଳିବାକୁ ପାଇଁ ସେ ନୂଆ ରାଜନୈତିକ ଗୋଟି ଚାଳନା କରିଛନ୍ତି l ନହେଲେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ତାଙ୍କ ଇସ୍ତଫା ଓ ଗିରଫଦାରୀ ଦାବୀ ପୁରା ଓଡିଶାରେ ଜୋରଦାର ହୋଇଛି l ଖାସ୍ ଏଥିରୁ ବଞ୍ଚିବା ପାଇଁ ଜୟ ନାରାୟଣ ପାୱାର ସେଣ୍ଟରକୁ ସିଧା ସଳଖ ନିଶାନା କରିଛନ୍ତି l ଆଉ ଏହା ପଛରେ ରହିଛି ତାଙ୍କର ବଡ ରହସ୍ୟ l ଯେତେବେଳେ ଶାସକ ଦଳ ବିରୋଧି ଦଳ ନେତାଙ୍କ ବିରୋଧରେ ଗୃହରେ ପ୍ରସଂଗ ଉଠାଇବ, ସେ ସେତେବେଳ ନିଜକୁ ବଞ୍ଚାଇବା ପାଇଁ ଏ ବୟାନକୁ ସେ ଅସ୍ତ୍ର କରିବେ l ଅର୍ଥାତ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ପ୍ରୟାସ କରିଛନ୍ତି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର l ନବ ଦାସ ହତ୍ୟା ମାମଲାରେ ବିଜେପିର ଚିରାଚରିତ CBI ତଦନ୍ତ ଦାବିକୁ ପୁଣି ଥରେ ସେ ଦୋହରାଇବା ସହ ବିରୋଧି ଦଳ ନେତା ଜୟ ନାରାୟଣ , ୫ଟି ସଚିବ ଓ ପ୍ରଣବ ପ୍ରକାଶ ଦାସଙ୍କ ମୋବାଇଲ ଯାଂଚ ହେଉ ବୋଲି ଦାବି କରି ଶାସକ ଦଳକୁ ଆଗୁଆ ଟାର୍ଗେଟ କରିଛନ୍ତିl ଯାହା ରାଜନୀତି ଫାଇଦା ନେବାକୁ ପ୍ରୟାସ କରା ଯାଇଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି l ଅନ୍ୟପଟେ ଏ ପ୍ରସଙ୍ଗରେ ଶାସକ ଦଳ ମଧ୍ୟ କଡ଼ା ସମାଲୋଚନା କରିଛି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ l ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ବିରୋଧି ଦଳ ନେତା ମାନସିକ ସନ୍ତୁଳନ ହରାଇଛନ୍ତି l ଯେଉଁଥି ପାଇଁ ଏମିତି ଗପୁଛନ୍ତି ଗଣ ମାଧ୍ୟମ ଆଗରେ l ନବ ଦାସ ହତ୍ୟାକାଣ୍ଡ ନେଇ ସରକାର ହାଇକୋର୍ଟ ଯାଇଥିଲେ, ଜଷ୍ଟିସ ଯେ ପି ଦାସ ଘଟଣାର ତଦନ୍ତ କରୁଛନ୍ତି | ଆଇନ ବ୍ୟବସ୍ଥା ଉପରେ ଯାହାର ଭରସା ନ ଥାଏ ସେମାନେ ଏଭଳି କହିଥାନ୍ତି ବୋଲି ବିଜେଡ଼ି କହିଛି l ଅନ୍ୟପଟେ ବିଧାସଭାରେ ବାପାଙ୍କ ମୃତ୍ୟୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ l ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଅଛି, ନ୍ୟାୟ ମିଳିବ’- ଦୀପାଳି ଦାସ କହିଛନ୍ତି l ଦୀପାଳି ଦାସଙ୍କ ହାତଯୋଡ଼ି ଅନୁରୋଧ ପରେ ଏ ପ୍ରସଙ୍ଗକୁ ନେଇ ରାଜନୀତି ହେଉଛି କି ନାହିଁ ତାକୁ ନେଇ ସବୁଠି ଚର୍ଚ୍ଚା l