ଭୁବନେଶ୍ୱର :ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଆଜି ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି l ତିନି ଦିନରେ ଦଳର ପଦାଧିକାରୀ, ନେତାଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । 2014ରେ ସମସ୍ତଙ୍କୁ ଚକିତ କରି ବଜେପି ଦେଶରେ ସତ୍ତାକୁ ଆସିଲା । 2019ରେ ଆହୁରି ଅଧିକ ଲୋକଙ୍କ ସମର୍ଥନ ମିଳିଲା । ବିଜେଡି ଯାହା ନିର୍ବାଚନ ସମୟରେ କୁହେ କରେନାହିଁ ବୋଲି ସେ ଅଭିଯୋଗ କରିଛନ୍ତି l ସେହିପରି
ରାଜ୍ୟ ସରକାରଙ୍କୁ ପୁରନ୍ଦେଶ୍ୱରୀଙ୍କ ପ୍ରଶ୍ନ… କଣ କରିଛନ୍ତି ନଜର ପକାନ୍ତୁ
– ପକ୍କା ଘର ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏବେ ଯାଏଁ ଗାଁରେ 2 ଲକ୍ଷ ପକ୍କାଘର ହୋଇପାରିନି ।
– ଆୟୁଷ୍ମାନ ଯୋଜନାକୁ କାହିଁକି ଲାଗୁ କରୁନାହାନ୍ତି । ଆପଣ କଣ ଚାହୁଁନାହାନ୍ତି ଓଡିଶାବାସୀ ଏହାଦ୍ୱାରା ଉପକୃତ ହୁଅନ୍ତୁ ।
– ପାନୀୟ ଜଳ ସବୁ ଲୋକଙ୍କ ପାଖରେ ପହଂଚିନି ।
– ଚାଷୀଙ୍କ ପାଇଁ କାଳିଆ ଯୋଜନା ଆସିଲା । 6ହଜାର କେନ୍ଦ୍ର ଦେଉଛି, ରାଜ୍ୟ ସରକାର 4ହଜାର ଦେବା କଥା କିନ୍ତୁ ମିଳିନି ।
– ବର୍ଷକୁ 10ଲକ୍ଷ ହେକ୍ଟର ଜଳସେଚନ କରିବାକୁ କହିଥିଲେ । କେତେ କରିଛନ୍ତି କୁହନ୍ତୁ ?
ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି । ଲୋକ ନବୀନଙ୍କୁ ଭୋଟ ଦେଇଛନ୍ତି ଅଫିସରଙ୍କୁ ନୁହେଁ । ଶାସନ ନବୀନ କରିବାକଥା କୌଣସି ଅଫିସରଙ୍କୁ ନୁହେଁ ।
ପ୍ରଦୀପ ପାଣିଗ୍ରାହୀ, ରାମଚନ୍ଦ୍ର ହଂସଦା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଭଳି ବିଜେଡ଼ି ନେତା ଦୁର୍ନୀତିରେ ଜଡିତ । ଓଡ଼ିଶାରେ ସୁଶାସନ ଚାଲିନି । ମହିଳା ଅତ୍ୟାଚାର, ଶିଶୁ ନିଖୋଜ ଘଟଣା, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନାହିଁ ବୋଲି ଦର୍ଶାଉଛି ।
ଆମେ ସତ୍ତାକୁ ଆସିବାକୁ ଚାହୁଁଚୁ କିନ୍ତୁ ସେବା କରିବାକୁ ।
କଂଗ୍ରେସ ବିଜେଡ଼ି ସହ ମିଶିଛି ବିଜେପି ନୁହେଁ । କଂଗ୍ରେସ ବିଧାୟକ ମିଶଥିବା ତାଙ୍କ ଦଳର ବିଧାୟକ ନିଜେ କହିଛନ୍ତି । ନରସିଂହ ମିଶ୍ର ନିଜେ କହିଲେ SIT ରେ ଆମେ ଖୁସି କିନ୍ତୁ ତାପରେ କହୁଛନ୍ତି SIT ମୁଖ୍ୟଙ୍କର ପୋଲିସ ପାୱାର ନାହିଁ ।
ପରୀ ଘଟଣାରେ CBI ତଦନ୍ତ ଦାବି କରୁଛୁ, SIT ଉପରେ ଆମର ଭରସା ନାହିଁ ।ଡ଼ି. ପୁରନ୍ଦେଶ୍ୱରୀ ରାଜ୍ୟ ବିଜେପି ପ୍ରଭାରୀ