ଭୁବନେଶ୍ୱର : ଓଡ଼ିଶାରେ ଆଇନଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇଛି। ମହିଳାମାନଙ୍କ ଉପରେ ସର୍ବାଧିକ ଅପରାଧ ହୋଇଛି। କୋରୋନା ମହାମାରୀ ସମୟରେ 2 ଘଟଣା ସାମ୍ନାକୁ ଆସିବା ପରେ ଏଥିରୁ ସ୍ପଷ୍ଟ ରକ୍ଷକ ହିଁ ଭକ୍ଷକ ସାଜିଛି। ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଦୁଷ୍କର୍ମ ସହ ହତ୍ୟା । ବିରମିତ୍ରପୁରରେ 13 ବର୍ଷର ନବାଳିକାଙ୍କୁ ଏକାଧିକବାର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟରେ ଗୃହବିଭାଗ ସମ୍ପୂର୍ଣ ଅବ୍ୟବସ୍ଥାଭିତରେ ଚାଲିଛି । ପୋଲିସମାନେ ଗୃହ ବିଭାଗ ଅଧୀନରେ ବୋଧହୁଏ ଚାଲିବା ପାଇଁ ଚାଂହୁ ନାହାନ୍ତି । ତେବେ ବିରମିତ୍ରପୁର ଥାନାରେ ସିସିଟିଭି ଲାଗିଥିବା ପରେ ମଧ୍ୟ ଘଟଣା ସମ୍ପର୍କରେ କେହି କେମିତି ଜାଣିପାରିଲେ ନାହିଁ। ଆମର ଏକ ପ୍ରତିନିଧି ଦଳ ବିରମିତ୍ରପୁର ଥାନାକୁ ଯାଇଥିଲେ ପରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ। ଏବେ ଅଭିଯୁକ୍ତ ତଥା ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମଝି ଗିରଫ ହୋଇଛନ୍ତି। ଏହାପରେ ଘଟଣାକୁ ନେଇ ଅଭିଯୁକ୍ତକୁ ଗିରଫ କରିବା ପରେ ଘଟଣାକୁ ନେଇ ପୋଲିସ ଡିଜି ପିଡ଼ିତାଙ୍କୁ କ୍ଷମା ମାଗିଥିଲେ। ତେବେ ପୋଲିସ ଡିଜି କ୍ଷମା ନ ମାଗି କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଏହି ଘଟଣାରେ ଆଉ 5 ଜଣ ସାମିଲ ରହିଛନ୍ତି। କାହିଁକି ଏ ପର୍ଯ୍ୟନ୍ତ ସମସ୍ତଙ୍କୁ ଗିରଫ କରାଯାଇନାହିଁ। ଏ ଘଟଣାର ଯାଞ୍ଚ ପ୍ରକ୍ରିୟା ଥାନାରେ ଲାଗିଥିବା ସିସିଟିଭିରୁ କରାଯାଉ। ଲେଖାଶ୍ରୀ ସମନ୍ତସିଂଘାର ଓ
ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା କୁସୁମ ଟେଟେ ଉପସଭାପତି ବଳଭଦ୍ର ମଝି ମଧ୍ୟ ଉପସ୍ଥିତ ଥିଲେ।