ବେଳେବେଳେ ଏମିତି ଇଚ୍ଛାହୁଏ ପ୍ରକୃତି, ପରିବେଶ ସହ ମିଶିଯିବାକୁ । ଋତୁପରେ ଋତୁ ଆସେ ମନରେ ଖେଳିଯାଏ ଆନନ୍ଦ । ଇଚ୍ଛାହୁଏ ସେଥିରେ ହଜିଯିବାକୁ ଓ ମଜିଯିବାକୁ । ପ୍ରକୃତି ଓ ମନର ମିିଳନରେ ପୁରା ପୃଥିବୀ ଯେ କେତେ ରଙ୍ଗୀନ ତାହାର ଅନୁଭୂତି ଯିଏ ପାଇଛି ସେ ଜାଣିଛି । ପ୍ରକୃତି ସମୟ ଅନୁସାରେ ଆପେଆପେ ସଜେଇ ହୁଏ, ରୂପ ବଦଳାଏ । ହେଲେ ନିଜେ କେବେ କିନ୍ତୁ ପରିବର୍ତ୍ତନନ ହୁଏ ନାହିଁ ।
ସେଦିନ ଶେଖର କହୁୂକହୁ କହିଲା । ଜାଣିଲ ଭାଇ ସାମ୍ନାଘର ଝିଅ ମାମା । ଠିକ ଅଦିନିଆ ବର୍ଷା ପରି, ଆକାଶରେ କଳାମେଘ ବାଦଲ ଘଟିଯିବ, ମଝିରେ ମଝିରେ ବିଜୁଳି ମାରିବ, ସୁଲସୁଲିଆ ପବନ ବୋହିବ । କିନ୍ତୁ ଛିଞ୍ଚା ବର୍ଷା ପରି ପଳାଇଯାଏ । ଆଉ ସେହି ବର୍ଷା ପୁରା ପରିବେଶକୁ ନୂଆ ମହକ ଦିଏ । ଯେମିତି ଅଦିନିଆ ବର୍ଷା ବରଷିବା ପାଇଁ ଚାହେଁ କିନ୍ତୁ ବରଷେ ନାହିଁ, ମାମା ର ମନ ମଧ୍ୟ ସେମିତି । ସେ ଶାନ୍ତ, ସରଳ , ନମ୍ର ପୁଣି ସୁନ୍ଦରୀ । କହିବାକୁ ଗଲେ ଯେତିକି ଗାଁଉଲି ସେତିକି ଆଧୁନିକ ସେ । ବୟସ ଅଧିକ ନହେଲେ ବି ସେ ଦୁନିଆକୁ ବହୁତ ଜାଣିଛି , ଭଲ ସେ ବୁଝିଛି । ତା ଖୁସି ତା ଭିତରେ ସୀମିତ । ସବୁବେଳେ ସେ କିଛି ନୂଆ ନୂଆ ସନ୍ଦେଶ ଦିଏ ତାର କଥାବାର୍ତ୍ତାରେ , ଗୁଣ ଆଉ ଜୀବନଶୈଳୀରେ । କେତେବେଳେ ସେ ପ୍ରକୃତି ପ୍ରେମୀ ତ କେତେବେଳେ ଫୁଲେଇ ରାଣୀ । ଦୁଃଖ ଓ ସୁଖ ସେ ନିଜେ ବଂଚିବା ସହ ଅନ୍ୟ ପାଇଁ ବ୍ୟତିବ୍ୟଥ ହୋଇପଡେ । ଅସୁମାରୀ ସ୍ୱପ୍ନ ଭିତରେ ସେ ବଂଚେ , କିଛି ପୂରଣ କରେ କିଛି କରିପାରେନା । ମାମାକୁ ଜାଣିବା ଯେମିତି ସହଜ ତାକୁ ବୁଝିବା ସେତିକି କଷ୍ଟ । ଠିକ ଜହ୍ନ ଓ ନୀଳକଇଁ ପରି । ଜହ୍ନରେ କଳଙ୍କ ଲାଗିଥିଲେ ମଧ୍ୟ ସେହି ଜହ୍ନ ଆଲୁଅରେ ନୀଳକଇଁ ଫୁଟିବାକୁ ଖୁସି ହୁଏ । ଜହ୍ନ ପାଇଁ ସେ ସବୁ କଳଙ୍କ ମୁଣ୍ଡେଇବାକୁ ରାଜି ହୁଏ । ହେଲେ ମାମା ଗୁଣ ସେଥିରେ କିଛି ଟା ମିଶୁଛି । ହେଲେ ସେ କିନ୍ତୁ ସନ୍ଦେଶ ଦିଏ କିଛି ଭିନ୍ନ । କାରଣ ସେ ଯେମିତି ସରଳ , ଶାନ୍ତ ତା ଚିନ୍ତାଧାରା , ତା ରୁଚି ତା ପରିବେଶ ବି ସେମିତି ଶାନ୍ତ ।
ଦୁନିଆରେ ଏମିତି କିଛି ଘଟେ ତାହା ବୁଝିବା କଷ୍ଟ କର । କି କିଏ ବୁଝାଇଲେ ବି ବୁଝି ହୁଏନା । କାରଣ, ଉତ୍ତର କାହା ପାଖରେ ନାହିଁ । ଆଉ ଠିକ ସେମିତି ମାମା, ତାକୁ ବୁଝି ହୁଏନା , ଶେଖର ଏତିକି କହିଲା ବେଳେ ଅଦିନିଆ ବର୍ଷା ଆକଶରେ ଘୋଡ଼ିଆସିଲା । ..